ସୋ’ ଲାଇଭ୍‌ ଚାଲିଥିବା ବେଳେ ଶିଶୁକୁ ଜନ୍ମ ଦେଲେ ରେଡିଓ ଜକି

ନୂଆଦିଲ୍ଲୀ : ଅମେରିକାର ଜଣେ ରେଡିଓ ଜକି ଲାଇଭ୍‌ ସୋ’ ଚାଲିଥିବାବେଳେ ଏକ ଶିଶୁକୁ ଜନ୍ମ ଦେବା ସହ ସେ ତାଙ୍କର ଏହି ଅନୁଭୂତିକୁ ନିଜ ଶ୍ରୋତାମାନଙ୍କ ସହ ସେୟାର ମଧ୍ୟ କରିଛନ୍ତି । ଏହି ଲାଇଭ୍‌ ସୋ’ରେ ତାଙ୍କ ପୁଅର ଲାଇଭ୍‌ ନାମକରଣ ମଧ୍ୟ କରାଯାଇଛି । ସେହି ସୋ’ରେ ହିଁ ତାଙ୍କ ପୁଅର ନାମ ଜେମ୍‌ସନ ରଖା ଯାଇଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଲାଇଭ୍‌ ସୋ’ ଆରମ୍ଭ ହେବା ପୂର୍ବରୁ ରେଡିଓ ଜକି କ୍ୟାସିଡ଼େ ପ୍ରୋକ୍ଟରଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯିବାରୁ ସେ ଅଫିସ ଯାଇ ପାରି ନ ଥିଲେ ।

rochakpost.com

ଆଗରୁ ଏହି ସୋ ପାଇଁ ସମୟ ନିର୍ଦ୍ଧାରିତ ହୋଇ ସାରିଥିବାରୁ ଏହାକୁ ବନ୍ଦ କରିବା ଅସମ୍ଭବ ହୋଇଥିଲା । ତେବେ ଏହି ସମସ୍ୟାର ସମଧାନ କରିବାକୁ ଯାଇ କ୍ୟାସିଡ଼େ ପ୍ରୋକ୍ଟର ଡ଼ାକ୍ତରଖାନାରେ ହିଁ ଲାଇଭ୍‌ ସୋ କରିବାକୁ ରେଡ଼ିଓ ଷ୍ଟେସନ ‘ଦ ଆର୍କ’କୁ ପ୍ରସ୍ତାବ ଦେଇଥିଲେ । କ୍ୟାସିଡ଼େ ପ୍ରୋକ୍ଟରଙ୍କ ଏହି ପ୍ରସ୍ତାବକୁ ‘ଦ ଆର୍କ’ ଗ୍ରହଣ କରିବା ସହ ତାଙ୍କ ସାହସକୁ ଦେଖି ବହୁତ ଖୁସି ହୋଇଥିଲେ । ଡ଼ାକ୍ତରଖାନାରେ ଲାଇଭ୍‌ ସୋ’ ପାଇଁ ସବୁ ପ୍ରସ୍ତୁତି କରାଯିବା ସହ କ୍ୟାସିଡ଼େ ପ୍ରତିଟି ମୁହୂର୍ତ୍ତକୁ ନିଜ ଶ୍ରୋତାମାନଙ୍କ ସହ ସେୟାର କରିଥିଲେ । ଏହା ସହ ବିଭିନ୍ନ ଶ୍ରୋତା ତାଙ୍କ ନବଜାତ ଶିଶୁ ପାଇଁ ଭିନ୍ନଭିନ୍ନ ନାମ ରଖିବାକୁ ପ୍ରସ୍ତାବ ଦେଇଥିଲେ । ଶେଷରେ ତାଙ୍କର ଶିଶୁପୁତ୍ର ଜନ୍ମ ହେବାରୁ ବଛା ଯାଇଥିବା ୧୦ଟି ନାମ ମଧ୍ୟରୁ ଗୋଟେ ନାମ ରଖା ଯାଇଥିଲା ।

rochakpost.com

ଲାଇଭ୍‌ ସୋ କରିବା ସହ ଶିଶୁପୁତ୍ରକୁ ଜନ୍ମ ଦେବାର ଅନୁଭୂତି ବହୁୂତ ସୁନ୍ଦର ଏବଂ ନିଆରା ଥିଲା ବୋଲି କ୍ୟାସିଡ଼େ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଆମ ରେଡ଼ିଓ ସୋ ହେଉଛି ନିଜ ପର୍ସନାଲ ଲାଇଫ୍‌ ବିଷୟରେ ସମସ୍ତଙ୍କୁ ଜଣାଇବା । ପ୍ରତି ଦିନ ସୋ ଆରମ୍ଭ କରିବା ପରେ ମୁଁ ମୋ ଶ୍ରୋତାମାନଙ୍କୁ ମୋ ବିଷୟରେ ସବୁ ଜଣାଇଥାଏ ଏବଂ ସେମାନେ ମଧ୍ୟ ନିଜ ଅନୁଭୂତି ବାଣ୍ଟି ଥାଆନ୍ତି । । ଏମିତିକି ମୁଁ ମା’ ହେବାକୁ ଯାଉଛି ଏବଂ ପ୍ରସବ ସମୟ ମଧ୍ୟ ମୁଁ ସେମାନଙ୍କୁ ଜଣାଇଥିଲି । ଅନ୍ୟ ପକ୍ଷରେ କ୍ୟାସିଡ଼େଙ୍କର ପ୍ରସବ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର