ଭଦ୍ର ଲୋକଙ୍କ ପରି ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଥିବା ବିଦେଶୀ ମହିଳାଙ୍କୁ ସ୍ୱାମୀ ବିବେକାନନ୍ଦ ଦେଲେ ଏହି ଉତ୍ତର…

ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଆମ ଦେଶ ଭାରତକୁ ବିଶ୍ୱ ସ୍ତରରେ ପ୍ରତିନିଧିତ୍ୱ କରିବାରେ ପ୍ରଥମ ବ୍ୟକ୍ତି। ଜଣେ ବିଦ୍ୱାନ ଭାବେ ସେ ଯେତିକି ପରିଚିତ ଜଣେ ସନ୍ଥ ଭାବେ ଆହୁରି ବେଶି ଲୋକପ୍ରିୟ। ତାଙ୍କର ନୀତି, ଆଦର୍ଶ ପାଇଁ ବିଶ୍ୱ ଦରବାରରେ ଭାରତ ଭିନ୍ନ, ସ୍ୱତନ୍ତ୍ର।

୧୮୮୩ ମସିହା ଜୁନ୍‌ ୩୦ ତାରିଖରେ ଆମେରିକାର ଚିକାଗୋ ସହରରେ ହେଉଥିବା ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଇଥାନ୍ତି ବିବେକାନନ୍ଦ। ସେଠାରେ ୬ ମିନିଟ୍‌ର ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ ଚକିତ ମଧ୍ୟ କରାଇ ସାରିଥିଲେ। ଏପରିକି ସମୟସୀମା ସରିବା ପରେ ବି ବାଜିନଥିଲା ସୂଚନା ଘଣ୍ଟି।

ତା’ର ଠିକ୍‌ ପରଦିନ ବିବେକାନନ୍ଦ ଏକ ବଗିଚାରେ ବୁଲୁଥାନ୍ତି। ଖଣ୍ଡେ ଗେରୁଆ ବସ୍ତ୍ରକୁ ଧୋତି ପରି ପିନ୍ଧିଥିବା ସହ ଆଉ ଖଣ୍ଡେ କପଡ଼ା ଦେହରେ ଢାଙ୍କିଥାନ୍ତି। ସେହି ସମୟରେ ଜଣେ ଆମେରିକୀୟ ଆଧୁନିକା ମହିଳା ସେହି ବଗିଚା ଭିତରକୁ ପ୍ରବେଶ କଲେ। ବିବେକାନନ୍ଦଙ୍କୁ ପରାମର୍ଶ ଦେବା ଶୈଳୀରେ କହିଲେ, ‘ଆପଣ ଜଣେ ଭଦ୍ର ଲୋକ ପରି ପୋଷାକ ପରିଧାନ କାହିଁକି କରୁନାହାନ୍ତି?’ ବିବେକାନନ୍ଦ ଯାହା ଉତ୍ତର ଦେଲେ ତାହା ଶୁଣି ଆପଣ ନିଶ୍ଚୟ ଗର୍ବ ଅନୁଭବ କରିବେ। ବିବେକାନନ୍ଦ ମହିଳାଙ୍କୁ ସ୍ମିତହାସ୍ୟ ଦେଇ କହିଲେ, ‘ଆପଣଙ୍କ ସଂସ୍କୃତିରେ ଟେଲର୍‌ ମଣିଷକୁ ଭଦ୍ର ବନାଏ, ମାତ୍ର ଆମ ସଂସ୍କୃତିରେ ଚରିତ୍ର ମଣିଷୁ ଭଦ୍ର ବନାଏ।’ ଏତକ ଶୁଣିବା ପରେ ମହିଳା ଜଣକ ଲାଜରେ ସ୍ଥାନ ଛାଡ଼ି ପଳାୟନ କରିଥିଲେ।

ସମ୍ବନ୍ଧିତ ଖବର