ଡୋନାଲ୍ଡ ଟ୍ରମ୍ପଙ୍କ ଭାରତଗ୍ରସ୍ତ ପୂର୍ବରୁ ଏହି ବ୍ୟକ୍ତି ପୂରା ଭକ୍ତିରେ କରୁଛନ୍ତି ତାଙ୍କର ପୂଜା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଜେ. ଟ୍ରମ୍ପ ଓ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଫେବ୍ରୁଆରି ୨୪ ଓ ୨୫ରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହି ସମୟରେ ଟ୍ରମ୍ପ ଅହମ୍ମଦାବାଦ, ଦିଲ୍ଲୀ ଓ ଆଗ୍ରା ଯିବାର ବି ଯୋଜନା ରହିଛି। ତାଙ୍କର ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି। ଏହି ସବୁ ଭିତରେ ଏମିତି ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି ଯିଏକି ଡୋନାଲଡ ଟ୍ରମ୍ପଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି।

सपने में आए थे ट्रंप

ତେଲେଙ୍ଗାନାର ଏକ ଗ୍ରାମବରେ ବସବାସ କରୁଥିବା ବୁସା କୃଷ୍ଣା କହନ୍ତି, ଚାରିବର୍ଷ ପୂର୍ବେ ଟ୍ରମ୍ପ ଯେତେବେଳେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ ସେ ମୋ ସ୍ୱପ୍ନରେ ଆସିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଭାରତଗ୍ରସ୍ତ ପୂର୍ବରୁ ମୁଁ ତାଙ୍କ ପାଇଁ ନିଜ ଘରକୁ ମନ୍ଦିର କରି ଦେଇଛି। ଟ୍ରମ୍ପଙ୍କ ପାଇଁ ମୋର ଭଲ ପାଇବା ଭକ୍ତିରେ ବଦଳି ଯାଇଥିଲା। ଯାହାକୁ ନେଇ ମୁଁ ବହୁତ ଖୁସି ଅଛି। ଏହି କାରଣରୁ ମୁଁ ତାଙ୍କୁ ଭଗବାନଙ୍କ ଭଳି ପୂଜା କରୁଛି।

ଅନ୍ୟପକ୍ଷରେ କୃଷ୍ଣା କହନ୍ତି, ମୋତେ ମୋର ପରିବାର ଓ ସମ୍ପର୍କୀୟଙ୍କୁ ନେଇ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ସେମାନଙ୍କ କହିବାନୁସାରେ ମୁଁ ଏଭଳି କରି ସାମାଜରେ ସେମାନଙ୍କ ଅପମାନ କରୁଛି। ମୁଁ ତାଙ୍କୁ ବୁଝାଇଥିଲି, ତୁମେ ଯେମିତି ଭଗବାନଙ୍କ ପୂଜା କରୁଛ, ସେମିତି ମୁଁ ଡୋନାଲ୍ଡ ଟ୍ରମ୍ପଙ୍କୁ ପୂଜା କରୁଛି। ତାଙ୍କ ଉପରେ ବିଶ୍ୱାସ ରଖିଛି। ତେଣୁ ଟ୍ରମ୍ପଙ୍କ ପୂଜା କରିବାରେ ମୋତେ କେହି ଅଟକାଇ ପାରିବେ ନାହିଁ।

ट्रंप के दौरे की तैयारी

ଏହି ଗ୍ରସ୍ତକାଳରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ନୂଆଦିଲ୍ଲୀ ଏବଂ ଅହମ୍ମଦାବାଦରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ବିଭିନ୍ନ ବର୍ଗର ଅଧିକାରୀ ଓ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରିବେ। ଆମେରିକାରେ ଅନୁଷ୍ଠିତ ହୋଇଥିବା ହାଓଡି ମୋଦୀ କାର୍ଯ୍ୟକ୍ରମ ଭଳି ଅହମ୍ମଦାବାଦରେ ‘କେମଛେ ଟ୍ରମ୍ପ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର