୧ ଟଙ୍କାରେ ଇଡ୍‌ଲି-ସମ୍ବର ବିକୁଥିବା ଦାଦୀଙ୍କୁ ଖୋଜୁଛନ୍ତି ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କାରଣ

କୋଏମ୍ବାଟୁର : ନିଜର ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଜଣେ ସଫଳ ଶିଳ୍ପପତି ହେବା ସହ ସେ ସବୁ ବେଳେ ଲୋକଙ୍କ ଭିନ୍ନ ଭିନ୍ନ ଜ୍ଞାନକୌଶଳକୁ ସାମ୍ନାକୁ ଆଣିଥାନ୍ତି । ପୂର୍ବରୁ ତାଙ୍କର ଅନେକ ଟୁଇଟ୍‌ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ସେ କରିଥିବା ଆଉ ଏକ ଟୁଇଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ମୁତାବକ, କିଛି ଦିନ ତଳେ କୋଏମ୍ବାଟୁରରେ ଜଣେ ଇଡ୍‌ଲି ଦାଦୀଙ୍କ କାହାଣୀ ସାମ୍ନାକୁ ଆସିଥିଲା । ଆଜି କାଲି ପ୍ରତି ଜିନିଷର ଦର ଦାମ ବୃଦ୍ଧି ହେଉଥିଲେ ମଧ୍ୟ ବୃଦ୍ଧାଜଣଙ୍କ ଗରିବ ଲୋକଙ୍କ ପାଇଁ ପ୍ରତିଦିନ ଇଡ୍‌ଲି ତିଆରି କରିଥାନ୍ତି । ବୟସ ୮୦ ଛୁଇଁଥିଲେ ମଧ୍ୟ ସେ ପ୍ରତିଦିନ ସକାଳୁ ଲୋକମାନଙ୍କୁ ସୁଆଦିଆ ଇଡ୍‌ଲି ଓ ସମ୍ବର ଖାଇବାକୁ ଦେଇଥାନ୍ତି । ପୂର୍ବରୁ ୫୦ପଇସାରେ ଇଡ୍‌ଲି-ସମ୍ବର ବିକୁଥିବା ବେଳେ ଏବେ ସେ ତାହାକୁ ବଢ଼ାଇ ୧ଟଙ୍କା କରିଛନ୍ତି । ଖାଇବାକୁ ପାଉ ନଥିବା ଲୋକଙ୍କୁ କମ ମୂଲ୍ୟରେ ଖାଇବାକୁ ଦେବା ଲକ୍ଷରେ ସେ ଏଭଳି କରୁଥିବା କହିଥିଲେ ।

ଏବେ ବୃଦ୍ଧାଙ୍କ କାହାଣୀ ବିଷୟରେ ଜାଣି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ ବ୍ୟବସାୟରେ ନିବେଶ କରିବାର ଇଚ୍ଛା ଜାହିର କରିଛନ୍ତି । ଟୁଇଟ୍‌ କରି, ଦାଦୀଙ୍କ ବ୍ୟବସାୟରେ ନିବେଶ କରିବା କଥା କହିବା ସହ ତାଙ୍କୁ ଏକ ଏଲ୍‌ପିଜି ଇନ୍ଧନ ଚୁଲା କିଣି ଦେବା କଥା ମଧ୍ୟ କହିଛନ୍ତି ।

ସମ୍ବନ୍ଧିତ ଖବର