ବିଶ୍ୱ ଐତିହ୍ୟ : ପ୍ରାଚୀନ ଟ୍ରୟ ନଗରୀ

୧୯୯୮ରେ ଟର୍କି ଅନ୍ତର୍ଗତ ଆନାତୋଲିଆରେ ଥିବା ପ୍ରାଚୀନ ଟ୍ରୟ ନଗରୀର ଧ୍ୱଂସାବଶେଷକୁ ବିଶ୍ୱ ଐତିହ୍ୟ ଘୋଷିତ କରାଯାଇଥିଲା। ଖ୍ରୀଷ୍ଟପୂର୍ବ ୧୨୫୦ରେ ଏସିଆ ମାଇନର‌୍‌ର ଉତ୍ତର-ପଶ୍ଚିମରେ ଇଲିଅନ୍‌ ବା ଇଲିଅମ୍‌ ନାମକ ପ୍ରାଚୀନ ନଗର ଭୟଙ୍କର ଯୁଦ୍ଧରେ ସ˚ପୂର୍ଣ୍ଣ ଧ୍ୱଂସ ହୋଇଥିବାର ପ୍ରତ୍ନତାତ୍ତ୍ବିକ ପ୍ରମାଣ ରହିଛି। ସ˚ଭବତଃ ତାହା ହିଁ ଥିଲା ପ୍ରାଚୀନ ଗ୍ରିକ୍‌ ଓ ଟ୍ରୋଜାନ୍‌ଙ୍କ ଭିତରେ ଅନ୍ତିିମ ଯୁଦ୍ଧ। ସେହି ଯୁଦ୍ଧରେ ଗ୍ରିକ୍‌ମାନେ ବିଜୟୀ ହେବା ସହ ସେହି ପ୍ରାଚୀନ ନଗରକୁ ଜାଳି-ପୋଡ଼ି ଛାରଖାର କରିଦେଇଥିଲେ ଏବ˚ ବଞ୍ଚିଯାଇଥିବା ମହିଳାଙ୍କୁ ଦାସୀ ବନାଇ ସ୍ୱଦେଶକୁ ନେଇଯାଇଥିଲେ। ସେହି ଯୁଦ୍ଧ ଦ୍ୱାରା ଅନୁପ୍ରାଣିତ ହୋଇ ହୋମର‌୍‌ ‘ଇଲିଆଡ୍‌’ ମହାକାବ୍ୟ ରଚନା କରିଥିଲେ। ହୋମର‌୍‌ ଇଲିଅମ୍‌କୁ ଟ୍ରୟ ଭାବେ ନାମିତ କରିଥିଲେ ଏବ˚ ତାହାର ବାସିନ୍ଦାଙ୍କୁ ଟ୍ରୋଜାନ୍‌। ଟ୍ରୟର ଶେଷ ମହାନ୍‌ ରାଜା ଥିଲେ ପ୍ରିଆମ୍‌। ହେକୁବା ଥିଲେ ତାଙ୍କ ରାଣୀ। ବଡ଼ ପୁଅ ହେକ୍ଟର‌୍‌ ଏବ˚ ସାନ ପୁଅ ପାରିସ୍‌। ପାରିସ୍‌ଙ୍କ ଜନ୍ମ ବେଳେ ଶୂନ୍ୟବାଣୀ ହୋଇଥିଲା ଯେ, ତାଙ୍କ ଯୋଗୁଁ ଟ୍ରୟ ଦିନେ ଭସ୍ମୀଭୂତ ହେବ। ଭୟଭୀତ ରାଜା-ରାଣୀ ଶିଶୁ-ପୁତ୍ର ପାରିସ୍‌ଙ୍କୁ ଛାଡ଼ିଆସିଥିଲେ ନଗର ବାହାରେ। କିନ୍ତୁ ଘଟିଥିଲା ଚମତ୍କାରୀ। ପାରିସ୍‌ଙ୍କର କିଛି ହୋଇ ନ ଥିଲା। ଏହାକୁ ଦେବତାଙ୍କ ଇଚ୍ଛା ମନେକରି ତାଙ୍କୁ ନଗରୀକୁ ଫେରାଇଅଣାଯାଇଥିଲ। ଯୁବକ ପାରିସ୍‌ ଗ୍ରିକ୍‌ ରାଜା ମେନିଲସ୍‌ଙ୍କ ଭୁବନ-ମୋହିନୀ ପତ୍ନୀ ହେଲେନ୍‌ଙ୍କୁ ଅପହରଣ କରି ଟ୍ରୟ ନେଇଆସିଥିଲେ। ପରିଣାମ ସ୍ବରୂପ ଆଗାମେନନ୍‌ଙ୍କ ନେତୃତ୍ବରେ ସମଗ୍ର ଗ୍ରିକ୍‌ ରାଜ୍ୟ ଏକତ୍ର ହୋଇ ସମୁଦ୍ର ପଥରୁ ଟ୍ରୟ ଆକ୍ରମଣ କରିଥିଲେ। ପ୍ରଥମ ଭାଗର ଯୁଦ୍ଧ ଟ୍ରୟ ସପକ୍ଷରେ ଯାଇଥିଲା। ତେବେ, ଶେଷରେ ସାରା ଟ୍ରୟ ଛାରଖାର ହୋଇଯାଇଥିଲା। ବି˚ଶ ଶତାବ୍ଦୀର ପ୍ରଥମ ଭାଗରେ ହେନ୍‌ରିଚ୍‌ ସ୍ଲିମାନ୍‌ ନାମକ ସୌଖୀନ ଜର୍ମାନ୍‌ ପ୍ରତ୍ନତତ୍ତ୍ବବିତ୍‌ ଟ୍ରୟର ଧ୍ବ˚ସାବଶେଷ ଆବିଷ୍କାର କରିଥିଲେ।

ସମ୍ବନ୍ଧିତ ଖବର