ଦାସୀ ସହ ସଂପର୍କ ରଖି ଧ୍ରୁତରାଷ୍ଟ୍ରଙ୍କର ଥିଲେ ଜଣେ ପୁତ୍ର, କୌରବମାନେ ଦେଉଥିଲେ କି ଭାଇର ସମ୍ମାନ?

ସମସ୍ତେ ଜାଣନ୍ତି ପାଣ୍ଡବ ପାଞ୍ଚ ଭାଇ ଏବଂ କୌରବ ଶହେ ଭାଇ। ପାଣ୍ଡବ ପାଞ୍ଚ ଭାଇ ଯାକ ସମସ୍ତେ ମାତା କୁନ୍ତିଙ୍କ ପୁତ୍ର। ମାତ୍ର ଆପଣ ଜାଣନ୍ତି କି କୌରବ ଶହେ ଭାଇ ବ୍ୟତୀତ ଆହୁରି ବି ଜଣେ ଭାଇ ଥିଲେ ସେମାନଙ୍କର। ସେ କିନ୍ତୁ ଗାନ୍ଧାରୀଙ୍କ ପୁତ୍ର ନୁହଁନ୍ତି। ଆଜି ଏମିତି ଜଣେ ଚରିତ୍ର ବିଷୟରେ ଜଣାଇବୁ ଯିଏକି ଧ୍ରୁତରାଷ୍ଟ୍ରଙ୍କର ପୁତ୍ର ସତ କିନ୍ତୁ ଗାନ୍ଧାରୀ ତାଙ୍କୁ ଜନ୍ମ ଦେଇ ନାହାନ୍ତି। ସମସ୍ତେ ପ୍ରାୟ କୌରବ ୧୦୦ ଭାଇ ବୋଲି ଜାଣିଥିଲେ ବି ବାସ୍ତବରେ ସେମାନେ ଥିଲେ ୧୦୧ ଭାଇ ଏବଂ ଜଣେ ଭଉଣୀକୁ ମିଶିଇ ଧ୍ରୁତରାଷ୍ଟ୍ରଙ୍କର ସମୁଦାୟ ୧୦୨ ପିଲା। ସେ କିଏ, କରୁକ୍ଷେତ୍ରରେ ଯୁଦ୍ଧ ଶେଷ ହେବା ପରେ ବି ହିଏ ବଞ୍ଚି ରହିଥିଲେ। ଆସନ୍ତୁ ସେ ସଂପର୍କରେ ଜାଣିବା।

ଯିହାଙ୍କୁ ଗାନ୍ଧାରୀ ଜନ୍ମ ଦେଇନାହାନ୍ତି। ଯିଏ ଧ୍ରୁତରାଷ୍ଟ୍ରଙ୍କର ଏବଂ ଜଣେ ଦାସୀର ସଂପର୍କରୁ ଜାତ। ସେ ହେଉଛନ୍ତି ୟୁୟୁଷ୍ଟୁ। ଯେତେବେଳେ ରାଜା ଧ୍ରୁତରାଷ୍ଟ୍ର ଜାଣିବାକୁ ପାଇଲେ ଗାନ୍ଧାରୀ ଅନ୍ତସତ୍ତ୍ୱା ସେ ତାଙ୍କ ପତ୍ନୀଙ୍କ ଦେଖାଶୁଣା କରିବା ପାଇଁ ସୌଭାଲି ନାମକ ଜଣେ ଦାସୀଙ୍କୁ ନିୟୋଜିତ କଲେ। ସେହି ଦାସୀ ଗାନ୍ଧାରୀଙ୍କ ପାଖେ ପାଖେ ରହି ଦେଖାଶୁଣା କରୁଥାନ୍ତି। ଅଚାନକ ଦିନେ ଦାସୀ ସୌଭାଲିଙ୍କ ପ୍ରତି ଧ୍ରୁତରାଷ୍ଟ୍ର ଆକର୍ଷିତ ହୋଇ ପଡ଼ିଲେ ଏବଂ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କଲେ। ସେ ଦୁହଁଙ୍କ ଔରସରୁ ଜାତ ହେଲେ ୟୁୟୁଷ୍ଟୁ। ୟୁୟୁଷ୍ଟୁ ହେଉଛନ୍ତି କୌରବ ଭାଇମାନଙ୍କ ମଧ୍ୟରୁ ଏକମାତ୍ର ଯିଏକି ଯୁଦ୍ଧ ପରେ ବଞ୍ଚି ରହିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଇନ୍ଦ୍ରପସ୍ତର ରାଜା ମଧ୍ୟ ହେଲେ। ସୌଭାଲି ଜଣେ କ୍ଷତ୍ରୀୟ ମହିଳା ନଥିଲେ, ସେ ଥିଲେ ବୈଶ୍ୟ। ୟୁୟୁଷ୍ଟୁ ଯୁଧିଷ୍ଟିରଙ୍କ ପରେ ଏବଂ ଦୁର୍ଯ୍ୟଧନ ଜନ୍ମଲାଭ କରିବା ଦିନ ହିଁ ଜନ୍ମଲାଭ କରିଥିଲେ। ତେବେ ଧ୍ରୁତରାଷ୍ଟ୍ରଙ୍କର ଏହି ପୁତ୍ର ଦୁର୍ଯ୍ୟେଧନଙ୍କଠାରୁ ସାନ ଏବଂ ଅନ୍ୟ ଅନେଶତ ଭାଇଙ୍କଠାରୁ ବଡ଼।

କେତେକ ସ୍ଥାନରେ ତଥ୍ୟ ରହିଛି ଯେ ପରବର୍ତ୍ତୀ ମୁହୂର୍ତ୍ତରେ ସୌଭାଲି ଧ୍ରୁତରାଷ୍ଟ୍ରକୁ ବିବାହ କରିଥିଲେ। ମାତ୍ର ଜଣେ ଦାସୀ କିପରି ଭାବେ ହସ୍ତିନାପୁରର ରାଜାଙ୍କୁ ବିବାହ କରିଥାନ୍ତେ! ସୌଭାଲି ସାରା ଜୀବନ ଧ୍ରୁତରାଷ୍ଟ୍ର ଓ ଗାନ୍ଧାରୀଙ୍କ ସେବା କରି କାଟି ଦେଇଛନ୍ତି। ତାଙ୍କୁ ଧ୍ରୁତରାଷ୍ଟ୍ର ବିବାହ କରିନଥିଲେ। ୟୁୟୁଷ୍ଟୁଙ୍କୁ ମଧ୍ୟ କୌରବମାନେ ନିଜ ଭାଇ ପରି ସମ୍ମାନ ଦେଉନଥିଲେ। ଏପରିକି ପାଣ୍ଡବ ଏବଂ କର୍ଣ୍ଣଙ୍କଠାରୁ ମଧ୍ୟ ସେମାନେ ୟୁୟୁଷ୍ଟୁଙ୍କୁ ନିମ୍ନ ନଜରରେ ଦେଖୁଥିଲେ। ସେ ଜଣେ ଦାସୀ ପୁତ୍ର ବୋଲି ଭାଇମାନେ ମିଶି ତାଙ୍କୁ ବାରମ୍ବାର ଅପମାନିତ କରୁଥିଲେ। କର୍ଣ୍ଣଙ୍କର ପାଣ୍ଡବଙ୍କ ପ୍ରତି କ୍ରୋଦ୍ଧ ଥିବା ହେତୁ କୌରବ ଶହେ ଭାଇ କର୍ଣ୍ଣଙ୍କୁ ନିଜ ବନ୍ଧୁ ଭାବେ ଗ୍ରହଣ କରିଥିଲେ ବରଂ ୟୁୟୁଷ୍ଟୁଙ୍କୁ ପାଖ ପୂରାଉ ନଥିଲେ। ସେ ପ୍ରଥମେ କୌରବ ପକ୍ଷରୁ ଯୁଦ୍ଧ କରୁଥିଲେ। ସମୟ ଦେଖି ୟୁୟୁଷ୍ଟୁ ପକ୍ଷ ବଦଳାଇ ଦେଇଥିଲେ। ଯୁଦ୍ଧ ଶେଷ ହେବା ପରେ କୌରବ ଶହେ ଭାଇ ଯାକ ମରିଯାଇଥିଲେ ବି ଭାଇମାନଙ୍କ ଭିତରୁ ଏକତ୍ର ବଞ୍ଚିରହିଥିଲେ ୟୁୟୁଷ୍ଟୁ।

ସମ୍ବନ୍ଧିତ ଖବର