ବିଜ୍ଞାନ ପ୍ରମାଣ କରେ ଯେ ଯେଉଁମାନେ ଚିନ୍ତାରେ ବୁଡି ରହନ୍ତି। ଅର୍ଥାତ ଆଙ୍ଗ୍ଜାଇଟି ରୋଗର ଶିକାର ସେମାନଙ୍କ ନିକଟରେ ଏପରି କିିଛି ମହାଶକ୍ତି ରହିଛି ଯାହା ସାଧାରଣ ଲୋକଙ୍କ ନିକଟରେ ଦେଖାଯାଏ ନାହିଁ। ନିମ୍ନରେ ସେ ସଂପର୍କରେ ଉଲ୍ଲେଖ କରାଯାଇଛି।
ସେମାନଙ୍କର ନିର୍ବାଚନ ନେବାର କ୍ଷମତା ଖୁବ୍ ବେଶୀ। ସର୍ବଦା ଉଚିତ ବିଚାର କରି କାର୍ଯ୍ୟକୁ ଭଲ ଭାବରେ ସମ୍ପାଦନ କରିଥାନ୍ତି।
ସେମାନଙ୍କର ଲୋକସଂପର୍କ ଖୁବ୍ ଭଲ। କେହି ତାଙ୍କୁ ଶ୍ରଦ୍ଧା କରନ୍ତି କି ନାହିଁ ତାହା ଭିନ୍ନ କଥା ସେ କିନ୍ତୁ ସମସ୍ତଙ୍କୁ ଶ୍ରଦ୍ଧା କରିଥାନ୍ତି।
ସେମାନେ ଆଗରେ ଥିବା ବିପଦକୁ ଚିହ୍ନିପାରନ୍ତି। ଆଦୌ ବି ସରଳ ବିଶ୍ୱାସୀ ନୁହଁନ୍ତି। ଭାବି ଚିନ୍ତି ନିଷ୍ପତ୍ତି ନେବାରେ ସେମାନେ ମାହିର।
ସେମାନଙ୍କର ସାଧାରଣ ଜ୍ଞାନ ଖୁବ୍ ଭଲ। ମସ୍ତିଷ୍କ ତେଜ୍ ଚାଲେ ଏମାନଙ୍କର। କାମ କରନ୍ତି କି ନାହିଁ ଭିନ୍ନ ଜିନିଷ କିନ୍ତୁ କରିବାର ଦକ୍ଷତା ଥାଏ ଏମାନଙ୍କ ନିକଟରେ।
ସାମ୍ନାରେ ଲୋକ ଯଦି ତାଙ୍କୁ ମିଛ କୁହନ୍ତି ସେ ଏହାକୁ ତୁରନ୍ତ ଧରିପାରନ୍ତି। ସେମାନଙ୍କ ଭିତରେ ସତ ପରଖିବାର କ୍ଷମତା ରହିଥାଏ।