ଆପଲ୍‌ ଘଣ୍ଟା ବଞ୍ଚାଇଲା ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ: ଏପରି ଏକାଧିକ ଘଟଣା ଏବେ ସମ୍ନାକୁ ଆସିଛି, ଯେଉଁଥିରେ ଆପଲ୍‌ ଘଣ୍ଟା ଦ୍ୱାରା ଲୋକଙ୍କର ଜୀବନ ବଞ୍ଚି ଯାଇଛି। କହିବାକୁ ଗଲେ ଆପଲ୍‌ ଘଣ୍ଟାଟି ପ୍ରକୃତରେ ଏକ ଜୀବନ ରକ୍ଷକ ଭାବେ କାର୍ଯ୍ୟ କରୁଛି । ନିକଟ ଅତୀତରେ ହଂକଂଠାରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ସେଠାରେ ୭୬ବର୍ଷ ବୟସ୍କ ଗ୍ୟାଷ୍ଟାନ ଡ଼ି’ଆକ୍ୟୁନୋଙ୍କ ଜୀବନ ଆପଲ୍‌ ଘଣ୍ଟା ଦ୍ୱାରା ବଞ୍ଚି ଯାଇଛି। ଆସନ୍ତୁ ଜାଣିବା, କିପରି ଆପଲ୍‌ ଘଣ୍ଟା ପାଲଟିଲା ସଂପୃକ୍ତ ବୃଦ୍ଧଙ୍କ ପାଇଁ ଜୀବନ ରକ୍ଷକ ।
ଘଟଣା ମୁତାବକ, ଏପ୍ରିଲ ୧ ତାରିଖ ଦିନ ହଂକଂ ଠାରେ ୭୬ ବର୍ଷ ବୟସ୍କ ଗ୍ୟାଷ୍ଟାନ ଡ଼ି’ଆକ୍ୟୁନୋଙ୍କ ଆପଲ୍‌ ଘଣ୍ଟାରେ ହଠାତ ସତର୍କ ଘଣ୍ଟି ବାଜିବା ଆରମ୍ଭ କରିଥିଲା । ଯେଉଁଠାରେ ତାଙ୍କର ହୃଦୟର ସ୍ପନ୍ଦନ ସାଧାରଣ ଠାରୁ ଅଧିକ ଦ୍ରୁତ ହେଉଥିବାର ଦେଖିବାକୁ ମିଳିଥିଲା । ଯାହାପରେ କିଛି ନଭାବି ଗ୍ୟାଷ୍ଟନ୍‌ ତାଙ୍କର କାର୍ଯ୍ୟ ଅଧାରୁ ଛାଡ଼ି ଡ଼ାକ୍ତରଖାନା ଅଭିମୁଖେ ଯାଇଥିଲେ । ଡ଼ାକ୍ତରଖାାନାକୁ ଯାଇ ସେ ତାଙ୍କର ଆପଲ୍‌ ଘଣ୍ଟା ଏପରି ସୂଚାଉଥିବା ବେଳେ ସେ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରୁଥିବା ଡାକ୍ତରଙ୍କୁ କହିଥିଲେ।

maclife.de

ଡ଼ାକ୍ତର ତାଙ୍କୁ ପ୍ରଥମ ପ୍ରର୍ଯ୍ୟାୟରେ ଚିକିତ୍ସା କରବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଥିଲେ ମଧ୍ୟ ଗ୍ୟାଷ୍ଟିନ୍‌ଙ୍କୁ ସନ୍ଦେହ ହୋଇଥିଲା ଏବଂ ସେ ଡ଼ାକ୍ତରଙ୍କୁ ପୁନଃ ପରୀକ୍ଷା କରିବା ପାଇଁ ନିବେଦନ କରିଥିଲେ । ଏହାପରେ ଡ଼ାକ୍ତର ତାଙ୍କର ହୃଦ ସମ୍ବନ୍ଧୀୟ ସମସ୍ତ ପରୀକ୍ଷା ଏବଂ ଇସିଜି କରିଥିଲେ । ଯେଉଁଥିରେ ତାଙ୍କର ହୃଦୟ ମଧ୍ୟରେ ଥିବା ଅତି ଜରୁରୀ ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧି ଯାଇଥିବା ଜଣାପଡ଼ିଥିଲା । ପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଡ଼ାକ୍ତରଖାନାରୁ ଫେରିବା ପରେ ସେ ଆପଲ୍‌ର ସିଇଓ ଟିମ୍‌ କୁକ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରି ଏକ ପତ୍ର ଲେଖିବା ସହ ତାଙ୍କର ସଂପୂର୍ଣ୍ଣ କାହାଣୀ ବର୍ଣ୍ଣନା କରିଥିଲେ । ଆଷ୍ଟ୍ରିନ ଏହା ସହ ଆପଲ୍‌ ଘଣ୍ଟାର ସୁବିଧା ବିଷୟରେ ଜନସାଧାରଣଙ୍କୁ ଅଧିକ ମାତ୍ରାରେ ଜଣାଯାଉ ବୋଲି ଅନୁରୋଧ କରିବା ସହ ହୃଦରୋଗୀମାନଙ୍କୁ ମୁଖ୍ୟତଃ ଏହାକୁ ପିନ୍ଧିବା ଦରକାର ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର