ଶିଶୁର କାନ୍ଦ ଶୁଣି ସ୍ତନ୍ୟପାନ କରାଇଲେ କର୍ତ୍ତବ୍ୟରତ ମହିଳା ପୁଲିସ୍‌; ଏମିତିି ପୁରସ୍କାର ମିଳିବ ବୋଲି କଳ୍ପନା କରିନଥିଲେ

ନୂଆଦିଲ୍ଲୀ: ଦିନକୁ ଦିନ ଭିନ୍ନ ଧରଣର ଭଲ ଲୋକମାନେ ଆଖି ସାମ୍ନାକୁ ଆସିବା ପରେ କଳି ପ୍ରଭାବ କମ୍‌ ମନେ ହେଉଛି। ନାନା ଭଲ କାମ କରି ସୋସିଆଲ୍‌ ମିଡିଆରେ ବହୁ ଲୋକ ନଜର ଆସିବା ପରେ ଏବେ ଜଣେ ମହିଳା ପୁଲିସ୍‌ ମାନବିକତାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି।

ଆର୍ଜେଣ୍ଟିନାର ବେରିସୋ ଅଞ୍ଚଳରେ ଏହି ମହିଳା ପୁଲିସ୍‌ ଜଣକ ପେଟ୍ରୋଲିଂରେ ଏକ ଶିଶୁ ଚିକିତ୍ସାଳୟରେ ବୁଲୁଥିଲେ। ସେଠାରେ ଜଣେ ଶିଶୁର ବିକଳ କାନ୍ଦଣା  ଶୁଭିବାରୁ ମହିଳା ପୁଲିସ୍‌ ଜଣକ ଡିୟୁଟିରେ ଥିବା ଅବସ୍ଥାରେ ଶିଶୁଟିକୁ ସ୍ତନ୍ୟପାନ କରାଇଥିଲେ। ଏହି କଥା ସଙ୍ଗେ ସଙ୍ଗେ ଚାରିଆଡ଼େ ପ୍ରଚାର ହୋଇଗଲା  । ଏହାପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଥିଲା। ଏଥିପାଇଁ ତାଙ୍କୁ ପଦୋନ୍ନତି ମିଳିଛି। ମହିଳା ସବ୍‌ ଇନ୍‌ସ୍ପେକ୍ଟରରୁ ସେ ପଦୋନ୍ନତି ପାଇ ଏବେ ଜଣେ ର‍୍ୟାଙ୍କ୍‌ ଅଫିସର୍‌।

ନିକଟରେ ମାଆ ହୋଇଥିବା ଏହି ମହିଳା ପୁଲିସ୍‌ ସେଲେ୍‌ଷ୍ଟି ଜାକ୍‌ଲିନ୍‌ ଅୟାଲ୍‌ ଶିଶୁର କାନ୍ଦ ଶୁଣି ଶିଶୁଟି କେତେ ଭୋକିଲା ଜାଣିପାରିଥିଲେ। ଜାକ୍‌ଲିନ୍‌ ଅୟାଲ୍‌ ତୁରନ୍ତ ଯାଇ ଶିଶୁଟିକୁ ସ୍ତନ୍ୟପାନ କରାଇ ଚୁପ୍‌ କରାଇଥିଲେ। ସେହି ସମୟରେ ତାଙ୍କର ଜଣେ ବନ୍ଧୁ ଏକ ଫଟୋ କ୍ଲିକ୍‌ କରି ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରିଥିଲେ।

ଏହି ଫଟୋଟି ଏବେ ସୁଦ୍ଧା ଫେସ୍‌ବୁକ୍‌ରେ ୧୧୨,୦୦୦ ଥର ସେୟାର୍‌ ହୋଇ ସାରିଲାଣି। ପୋଷ୍ଟ୍‍ଟିରେ ସେ ଲେଖିଥିଲେ କି ଏପରି ଏକ ସୁନ୍ଦର ଦୃଶ୍ୟକୁ ସେ ସର୍ବସାଧାରଣଙ୍କ ସହ ବାଣ୍ଟିବାକୁ ଚାହାନ୍ତି। ଏହି ଘଟଣା ଅଗଷ୍ଟ ୧୪ ତାରିଖରେ ଘଟିଥିଲା।

ସମ୍ବନ୍ଧିତ ଖବର