ନିଜ ପିଲାମାନଙ୍କୁ ପଢ଼ାଇଥିବା ସ୍କୁଲରେ ହିଁ ନିଜ ଗାଡ଼ିଚାଳକ ଓ ରୋଷେୟାଙ୍କ ପିଲାଙ୍କୁ ପଢ଼ାଇଥିଲେ ଅରୁଣ ଜେଟ୍‌ଲୀ

ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ଶୋକରେ ଭସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ । ୬୬ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍‌ସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଆର ପାରିକୁ ଚାଲି ଯାଇଥିଲେ ମଧ୍ୟ ସେ କରିଥିବା କାମକୁ ଆଜି ତାଙ୍କ ପ୍ରିୟଜନମାନେ ଝୁରି ହେଉଛନ୍ତି । ସୂଚନା ମିଳିଛି କି, ଅରୁଣ ଜେଟ୍‌ଲୀ ନିଜ ପିଲାମାନଙ୍କୁ ଯେଉଁ ସ୍କୁଲରେ ପଢ଼ାଉଥିଲେ, ସେହି ସ୍କୁଲରେ ସେ ନିଜ ଘରେ କାମ କରୁଥିବା ସହାୟକ-ସହାୟିକାମାନଙ୍କ ପିଲାମାନଙ୍କୁ ମଧ୍ୟ ପଢ଼ାଉଥିଲେ । ସମସ୍ତଙ୍କୁ ସମାନ ଭାବରେ ଦେଖୁଥିବାର ଗୁଣ ଆଜି ତାଙ୍କୁ ସ୍ମରଣୀୟ କରିଛି।

अमित शाह के साथ अरुण जेटली।
bhaskar.com

ଅରୁଣ ଜେଟ୍‌ଲୀଙ୍କ ପୁଅ-ଝିଅ ଚାଣକ୍ୟପୁରୀରେ ଥିବା ସ୍କୁଲରେ ପାଠ ପଢ଼ୁଥିବା ବେଳେ ତାଙ୍କ ସହାୟକ-ସହାୟିକାମାନଙ୍କ ପିଲାମାନେ ମଧ୍ୟ ସେଠାରେ ପଢ଼ିଥିଲେ । ଏମିତି କି ଯଦି କୌଣସି ସହାୟକ-ସହାୟିକାମାନଙ୍କ ପିଲା ବିଦେଶ ଯାଇ ପଢ଼ିବାର ଇଚ୍ଛା ରଖୁଥିଲେ, ସେମାନଙ୍କ ଇଚ୍ଛାକୁ ପୂରଣ କରୁଥିଲେ ଜେଟ୍‌ଲୀ ।

ଜେଟ୍‌ଲୀଙ୍କ ଗାଡ଼ି ଚାଳକ ଜଗନ ଓ ସହାୟିକା ପଦ୍ମାଙ୍କ ସମେତ ୧୦ଜଣ କର୍ମଚାରୀ ଜେଟ୍‌ଲୀ ପରିବାର ପାଇଁ ବର୍ଷ ବର୍ଷ ଧରି କାମ କରି ଆସିଛନ୍ତି। ଏମିତି କି ୧୦ଜଣଙ୍କ ମଧ୍ୟରୁ ୩ଜଣଙ୍କ ସନ୍ତାନ ଏବେ ବିଦେଶରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି । ଜେଟ୍‌ଲୀଙ୍କ ପରିବାରରେ ଖାଦ୍ୟପେୟର ପୂରା ଦାୟିତ୍ୱ ନେଇଥିବା ଯୋଗେନ୍ଦ୍ରଙ୍କ ଦୁଇ ଝିଅ ମଧ୍ୟରୁ ଜଣେ ଏବେ ଲଣ୍ଡନରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର