ଆରୁଷୀ ହତ୍ୟାକାଣ୍ଡ ଘଟଣାବଳି : ୨୦୦୮ ମେ ୧୬ରୁ ୨୦୧୭ ଅକ୍ଟୋବର ୧୨!

ନୋଏଡ଼ା: ୨୦୦୮ ମସିହା ମେ ୧୬ ତାରିଖରେ ଦିଲ୍ଲୀର ନୋଏଡାରେ ହୁଏ ନାବାଳିକା ଆରୁଷୀର ହତ୍ୟା। ସନ୍ଦେହ ବଳୟରେ ରହେ ଘରର ଚାକର ହେମରାଜ। ଦୁଇ ଦିନ ପରେ ସେଠାରୁ ଘରର ଚାକରର ମୃତ ଦେହ ଉଦ୍ଧାର ହୁଏ। ପୁଲିସ୍‌ର ସନ୍ଦେହ ଚାକର ଉପରୁ ଉଠି ଯାଇ ମୃତ ନାବାଳିକାର ବାପାମାଆ ରାଜେଶ ତଲଓ୍ଵାର ଏବଂ ନୂପୁର ତଲଓ୍ଵାରଙ୍କ ଉପରେ ରହେ । ତଦନ୍ତ ଜାରି ରହେ। ୨୦୧୩ ମସିହାରେ ବାପାମାଆଙ୍କୁ ହୁଏ ଜେଲ୍‌ ଦଣ୍ଡାଦେଶ। ଏହାକୁ ଅସ୍ୱୀକାର କରି ଅଭିଯୁକ୍ତ ବାପାମାଆ କରନ୍ତିି ପୁର୍ନବିଚାର ପାଇଁ ଆବେଦନ। ଶେଷରେ ୨୦୧୭ ମସିହା ଅକ୍ଟୋବର ୧୨ ତାରିଖରେ ଆଲ୍ଲାହାବାଦ ହାଇକୋର୍ଟ ଆରୁଷୀର ବାପା ରାଜେଶ ତଲଓ୍ଵାର ଏବଂ ମାଆ ନୁପୂର ତଲଓ୍ଵାରଙ୍କୁ ନିର୍ଦୋଷରେ ଖଲାସ କରନ୍ତି। ଘଟଣାଟି ଏକ ଚଳଚ୍ଚିତ୍ର କାହାଣୀ ପରି। ଚଳଚ୍ଚିତ୍ର ପରି ନୁହେଁ, ବରଂ ସଂପୃକ୍ତ ଘଟଣାକୁ ନେଇ ଏକ ବଲିଡଡ୍‌ ଚଳଚ୍ଚିତ୍ର ନିର୍ମାଣ ମଧ୍ୟ ସରିଛି। ତେବେ ଆପଣ ଜାଣିବାକୁ ଚାହାନ୍ତି କି ପ୍ରାୟ ୧ ଦଶନ୍ଧି ଧରି କ’ଣ ସବୁ ଘଟି ଯାଇଛି ଆରୁଷୀଙ୍କ ହତ୍ୟାକାଣ୍ଡକୁ ନେଇ!

୨୦୦୮:
ମେ ୧୬ ତାରିଖ ଦିନ ନୋଏଡ଼ାସ୍ଥିତ ନିଜ ବାସଭବନରେ ଆରୁଷୀ ତଲଓ୍ଵାର ମୃତ ଅବସ୍ଥାରେ ମିଳିଲେ। ତାଙ୍କ ବେକରେ ଥିଲା କଟା ଚିହ୍ନ। ଆରୁଷିଙ୍କ ହତ୍ୟା ତାଙ୍କ ଘର ଚାକର ହେମ୍‌ରାଜ କରିଥିବା ଆରୁଷିଙ୍କ ବାପା ରାଜେଶ ଓ ମାଆ ନୂପୁର ପୁଲିସ୍‌ରେ ଅଭିଯୋଗ ଦେଇଥିଲେ।

ମେ ୧୭ ତାରିଖରେ ସେହି ସମାନ ଘରର ଛାତ ଉପରୁ ମିଳିଲା ହେମ୍‌ରାଜଙ୍କ ପଚି ଯାଇଥିବା ମୃତ ଶରୀର।

ମେ ୧୮ ତାରିଖରେ ଆରୁଷୀଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଲା ଯେ ଆରୁଷୀଙ୍କ ସହ କେହି ଦୁଷ୍କର୍ମ କରିନାହାନ୍ତି। ପୁଲିସ୍‌ ସୂତ୍ରରୁ ପ୍ରକାଶ ପାଇଲା, ଏହା ଏକ ପୂର୍ବ କଳ୍ପିତ ହତ୍ୟା। ଯାହାର କାରଣ ଅସ୍ପଷ୍ଟ।

ମେ ୧୯ ତାରିଖରେ ତଲଓ୍ଵାର ପରିବାର ପୂର୍ବ ଚାକର ବିଷ୍ଣୁ ଶର୍ମାଙ୍କ ନାଁ ଏହି ଘଟଣା ସହ ଯୋଡ଼ି ହୋଇଗଲା।

ମେ ୨୧ ତାରିଖରେ ଦିଲ୍ଲୀ ପୁଲିସ୍‌ ଘଟଣାର ତଦନ୍ତ କରି ଏହି ହତ୍ୟା କୌଣସି ଡାକ୍ତର କିମ୍ବା କଂସେଇ କରିଥିବା ସନ୍ଦେହ କରିଥିଲା।

ମେ ୨୨ ତାରିଖରେ ଆରୁଷୀଙ୍କ ବାପାମାଆ ରାଜେଶ ଏବଂ ନୁପୂର ପ୍ରଥମ ଥର ପାଇଁ ସନ୍ଦେହ ଘେର ଭିତରକୁ ଆସିଲେ। ପୁଲିସ୍‌ କିଛି ଗୋପନ ତଥ୍ୟ ହାତେଇବା ଉଦ୍ଦେଶ୍ୟରେ ଆରୁଷୀଙ୍କ ଘନିଷ୍ଠ ବନ୍ଧୁଙ୍କୁ ପଚରାଉଚରା କରିବାକୁ ଲାଗିଲା। ଜାଣିବାକୁ ମିଳିଲା ଯେ ଆରୁଷୀ ଗତ ୪୫ ଦିନ ମଧ୍ୟରେ ନିଜ ବନ୍ଧୁଙ୍କ ସହ ୬୮୮ ଥର କଥା ହୋଇଥିଲେ।

ମେ ୨୩ ତାରିଖରେ ଆରୁଷୀ ଏବଂ ହେମ୍‌ରାଜଙ୍କ ହତ୍ୟା ଅଭିଯୋଗରେ ଆରୁଷୀଙ୍କ ବାପା ରାଜେଶଙ୍କୁ ଗିରଫ କରାଗଲା।

ଜୁନ୍‌ ୧ ତାରିଖରେ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ଆରୁଷୀ ହତ୍ୟା ମାମଲାକୁ ନିଜ ହାତକୁ ନେଲା।

ଜୁନ୍‌ ୧୩ ତାରିଖରେ ବାଙ୍ଗାଲୋରର ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରିରେ ପଲିଗ୍ରାଫ ଟେଷ୍ଟ୍‍ ଏବଂ ନାର୍କୋ ଆନାଲିସିସ୍‌ ଟେଷ୍ଟ୍‍ ଜରିଆରେ ରାଜେଶଙ୍କ କମ୍ପାଉଣ୍ଡର୍‌ କ୍ରିଷ୍ଣା ସିବିଆଇ ଦ୍ୱାରା ଗିରଫ ହେଲେ।

ଜୁନ୍‌ ୧୯ ତାରିଖରେ ରାଜେଶ ତଲଓ୍ଵାରଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ରାଜେଶଙ୍କ ପ୍ରଥମ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌ ନିର୍ଣ୍ଣାୟକ ହୋଇ ପାରି ନ ଥିବାରୁ ତାଙ୍କର ଦ୍ୱିତୀୟ ଥର ପାଇଁ ଏକ ଲାଏ ଡିଟେକ୍‌ସନ ଟେଷ୍ଟ୍‍ ପାଇଁ ଆବେଦନ ମଞ୍ଜୁର ହୋଇଥିଲା।

ଜୁନ୍‌ ୨୦ ତାରିଖରେ ରାଜେଶ ତଲଓ୍ଵାରଙ୍କର ଦ୍ୱିତୀୟ ଥର ପାଇଁ ଲାଏ ଡିଟେକ୍ସନ ଟେଷ୍ଟ୍‍ କରାଯାଇଥିଲା।

ଜୁନ୍‌ ୨୫ ତାରିଖରେ ରାଜେଶଙ୍କ ପତ୍ନୀ ନୂପୁରଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‍ କରାଗଲା। ତାଙ୍କର ମଧ୍ୟ ପ୍ରଥମ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‍ ନିର୍ଣ୍ଣାୟକ ହୋଇପାରି ନ ଥିଲା।

ଜୁନ୍‌ ୨୬ ତାରିଖରେ ସିବିଆଇ ଏହି ମାମଲାକୁ ଏକ ‘ବ୍ଲାଇଣ୍ଡ୍‌ କେସ୍‌’ ବୋଲି ଘୋଷଣା କଲା। ଗଜିଆବାଦ୍‌ର ସ୍ପେସିଆଲ୍‌ ମାଜିଷ୍ଟ୍ରେଟ୍‌ ରାଜେଶଙ୍କ ଜାମିନକୁ ଖାରଜ କରି ଦେଇଥିଲେ।

ଜୁଲାଇ ୧୩ ତାରିଖରେ ନାର୍କୋ ଆନାଲିସିସ୍‌ ଟେଷ୍ଟ୍‍କୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ଆିବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଥିଲେ।

ଜୁଲାଇ ୧୯ ତାରିଖରେ ଗଜିଆବାଗ୍‌ କୋର୍ଟ ରାଜେଶ ତଲଓ୍ଵାରଙ୍କ ଜାମିନ ମଞ୍ଜୁର କରିଥିଲେ। ସିବିଆଇ ପ୍ରମାଣ ଦେଇପାରିଲା ନାହିଁ।

୨୦୧୦:

ଜାନୁଆରି ୫ ତାରିଖରେ ତଲଓ୍ଵାର ଦମ୍ପତିଙ୍କ ନାର୍କୋ ଟେଷ୍ଟ୍‍ କରିବା ପାଇଁ ସିବିଆଇ କୋର୍ଟଙ୍କୁ ଆବେଦନ କଲା

୨୦୧୧:

ଜାନୁଆରି ୨୫ ତାରିଖରେ ଗଜିଆବାଦ୍‌୍‌ର କୋର୍ଟ ପରିସର ମଧ୍ୟରେ ରଜେଶ ତଲଓ୍ଵାର ଆକ୍ରମଣ କରିଥିଲେ।

ଫେବ୍ରୁଆରି ୯ ତାରିଖରେ ସିବିଆଇ ଆରୁଷୀଙ୍କ ବାପାମାଆଙ୍କ ଉପରେ ହତ୍ୟା ଆରୋପ ଲଗାଇଥିଲେ।

ଫେବ୍ରୁଆରି ୨୧ ତାରିଖରେ ଆଲ୍ଲାହାବାଦ ହାଇକୋର୍ଟରେ ଦମ୍ପତିଙ୍କୁ ଜେରା ପାଇଁ ଡକାଯାଇଥିଲା।

ମାର୍ଚ ୧୯ ତାରିଖରେ ମାମଲାର ଶୁଣାଣି କରିବା ପାଇଁ ତଲଓ୍ଵାର ଦମ୍ପତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

୨୦୧୨:

ଜାନୁଆରି ୬ ତାରିଖରେ ସୁପ୍ରିମ୍‌କୋର୍ଟ ତଲଓ୍ଵାର ଦମ୍ପତିଙ୍କୁ ଆବେଦନକୁ ଅଣଦେଖା କରି ତଦନ୍ତ ଆଗକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଜୁନ୍‌ ୧୧ ତାରିଖରେ ନ୍ୟାୟାଧୀଶ ଏସ୍‌ ଲାଲଙ୍କ ଖଣ୍ଡପୀଠରେ ମୋକଦ୍ଦମା ଆରମ୍ଭ ହୋଇଥିଲା।

ଏପ୍ରିଲ୍‌ ୩୦ ତାରିଖରେ ନୁପୂର ତଲଓ୍ଵାର ଗିରଫ ହେଲେ।

ମେ ୨୫ ତାରିଖରେ ତଲଓ୍ଵାର ଦମ୍ପତିଙ୍କ ଉପରେ ହତ୍ୟା ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ ଆରୋପ ଲଗାଗଲା।

୨୦୧୩:

ଏପ୍ରିଲ୍‌ରେ ସିବିଆଇ କୋର୍ଟଙ୍କୁ ଜଣାଇଲେ ଯେ ଚାକର ହେମରାଜଙ୍କ ହତ୍ୟା ରଜେଶ ଓ ନୂପୁରଙ୍କ ଦ୍ୱାରା ହୋଇଛି। ସେ ଆହୁରି ବି କହିଥିଲେ କି ଆରୁଷୀ ଏବଂ ହେମରାଜଙ୍କ ମୃତଦେହ ବିବାଦୀୟ ଅବସ୍ଥାରେ ମିଳିଥିଲା।

ଅକ୍ଟୋବର ୧୦ ତାରିଖରେ ଶେଷ ଶୁଣାଣି ଆରମ୍ଭ ହୋଇଥିଲା।

ଅକ୍ଟୋବର ୧୮ ତାରିଖରେ ସିବିଆଇ ପକ୍ଷରୁ ପ୍ରକାଶ ପାଇଥିଲା ଯେ ତଦନ୍ତକାରୀଙ୍କୁ ଦମ୍ପତି ଧମକାଉଛନ୍ତି।

ନଭେମ୍ବର ୨୫ ତାରିଖରେ ସ୍ପେସିଆଲ୍‌ ସିବିଆଇ କୋର୍ଟ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗଜିଆବାଦର ଦଶନ ଜେଲ୍‌କୁ ପଠାଇ ଥିଲେ।

ନଭେମ୍ବର ୨୬ ତାରିଖରେ ସିବିଆଇ କୋର୍ଟ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

୨୦୧୬:

ସେପ୍ଟେମ୍ବର ୫ ତାରିଖରେ ତଲଓ୍ଵାର ଦମ୍ପତି ତାଙ୍କ ଅସୁସ୍ଥ ମାଆଙ୍କୁ ଡାକ୍ତର ଦେଖାଇବା ଦର୍ଶାଇ ୩ ସପ୍ତାହ ପାଇଁ ପାରୋଲରେ ବାହାରକୁ ବାହରିଥିଲେ।

୨୦୧୭:

ଅକ୍ଟୋବର ୧୨ ତାରିଖରେ ଉପଯୁକ୍ତ ପ୍ରମାଣ ଅଭାବରୁ ତଲଓ୍ଵାର ଦମ୍ପତିଙ୍କୁ ଆଲ୍ଲାହାବାଦ୍‌ ହାଇକୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି।

 

 

 

 

 

 

ସମ୍ବନ୍ଧିତ ଖବର