ପୁରାଣରେ ଥିବା ଏହିସବୁ ଅସ୍ତ୍ର ସଂପର୍କରେ ଜାଣନ୍ତି କି !

ହିନ୍ଦୁ ଧର୍ମରେ ବିଭିନ୍ନ ଦେବାଦେବୀଙ୍କ ଭିନ୍ନ ଭିନ୍ନ ଅସ୍ତ୍ରଶସ୍ତ୍ର ରହିଛି, ଯାହାକୁ ନେଇ ଆମେ ଉଣା ଅଧିକେ ଜାଣିଛେ। ଆସନ୍ତୁ ଜାଣିବା କେଉଁ ଦେବତାଙ୍କର ଅସ୍ତ୍ର କ’ଣ?

ଐନ୍ଦ୍ର ଅସ୍ତ୍ର: ଏହା ଇନ୍ଦ୍ର ଦେବଙ୍କ ଅସ୍ତ୍ର। ଏହି ଅସ୍ତ୍ରରୁ ଅଗ୍ନି ଉଦ୍‌ଗୀରଣ ହୋଇଥାଏ।
ଆଗ୍ନେୟ ଅସ୍ତ୍ର: ଏହା ଅଗ୍ନି ଦେବଙ୍କ ଅସ୍ତ୍ର। ଏହି ଅସ୍ତ୍ରରୁ ଅଗ୍ନି ଉଦ୍‌ଗୀରଣ ହୋଇଥାଏ।
ବରୁଣାସ୍ତ୍ର: ଜଳ ଦେବତା ବରୁଣଙ୍କର ଏହା ଅସ୍ତ୍ର। ଏହି ଅସ୍ତ୍ରର ପ୍ରୟୋଗ ଫଳରେ ଜଳ ମିଳିଥାଏ।
ନାଗଫାସ: ଏହା ନାଗ ସର୍ପର ଅସ୍ତ୍ର। ଏହାକୁ ରାବଣଙ୍କର ପୁତ୍ର ଇନ୍ଦ୍ରଜିତ ରାମ ଓ ଲକ୍ଷ୍ମଣଙ୍କୁ ବନ୍ଧନ କରିବା ପାଇଁ ପ୍ରୟୋଗ କରିଥିଲେ।
ବାୟୁ ଅସ୍ତ୍ର: ଏହା ହେଉଛି ପବନ ଦେବତାଙ୍କର ଅସ୍ତ୍ର। ଏହାର ପ୍ରୟୋଗରେ ସୈନିକମାନଙ୍କୁ ଉପରକୁ ଉଠା ଯାଇପାରେ।
ସୂର୍ଯ୍ୟ ଅସ୍ତ୍ର: ଏହା ଭଗବାନ ସୂର୍ଯ୍ୟ ଦେବଙ୍କ ଅସ୍ତ୍ର। ଅନ୍ଧକାରକୁ ଦୂର କରି ଚକଚକ ଆଲୋକ ପ୍ରଦାନ କରିଥାଏ ଏହି ଅସ୍ତ୍ର।
ବଜ୍ର ଅସ୍ତ୍ର: ଏହା ଇନ୍ଦ୍ରଙ୍କର ଅସ୍ତ୍ର। ଏହି ଅସ୍ତ୍ରର ପ୍ରୟୋଗ ଫଳରେ ନିର୍ଦ୍ଧାରିତ ସ୍ଥାନରେ ବଜ୍ରପାତ ହୋଇଥାଏ।

photo-speaking tree

ମୋହିନୀ ଅସ୍ତ୍ର: ଏହା ହେଉଛି ବିଷ୍ଣୁଙ୍କ ମୋହିନୀ ଅବତାରଙ୍କ ଅସ୍ତ୍ର। ଏହାର ପ୍ରୟୋଗ ଫଳରେ ମାୟା ସୃଷ୍ଟି ହୋଇଥାଏ।
ସମ୍ମୋହନ/ପ୍ରମୋହନ ଅସ୍ତ୍ର: ଏହି ଅସ୍ତ୍ର ପ୍ରୟୋଗ ଫଳରେ ସୈନିକମାନଙ୍କୁ ପ୍ରତିହିତ କରାଯାଇପାରେ ।
ପର୍ବତ ଅସ୍ତ୍ର: ଏହି ଅସ୍ତ୍ର ଦ୍ୱାରା ଆକାଶାରୁ ପର୍ବତ ଖସିଥାଏ।
ପାଶୁପାତ ଅସ୍ତ୍ର: ଏହା ହେଉଛି ଆଦି ଶକ୍ତିଙ୍କ ଅସ୍ତ୍ର। ଏହା ହେଉଛି ସବୁଠୁଁ ମାରାତ୍ମକ ଅସ୍ତ୍ର। ଏହା ଭଗବାନ ଶିବ, କାଳୀ ଓ ଆଦିଶକ୍ତିଙ୍କର ବ୍ୟକ୍ତିଗତ ଅସ୍ତ୍ର।

ସମ୍ବନ୍ଧିତ ଖବର