ମହାଭାରତର ଅଶ୍ୱତ୍ଥମାଙ୍କୁ ଦେଖିଛନ୍ତି ଜଣେ ଡାକ୍ତର!

ହିନ୍ଦୁ ଧର୍ମରେ ଯେଉଁ ସାତ ଜଣ ବ୍ୟକ୍ତିଙ୍କୁ ଚିର ଅମର ବୋଲି କୁହାଯାଏ। ସେମାନେ ହେଲେ-
‘ଅଶ୍ୱତ୍ଥମା ବଳିର୍ବ୍ୟାସୋ, ହନୁମାନଶ୍ଚ ବିଭୀଷଣ
କୃପ ପର୍ଶୁରାମଶ୍ଚ ସପ୍ତ ଇତି ଚିରଂଜୀବୀନଃ।’
ଅର୍ଥାତ୍‌ ଅଶ୍ୱତ୍ଥମା, ବଳି, ବ୍ୟାସଦେବ, ହନୁମାନ, ବିଭୀଷଣ ,କୃପାଚାର୍ଯ୍ୟ ଓ ପର୍ଶୁରାମ ହେଉଛନ୍ତି ଚିରଂଜୀବୀ। ଏମାନଙ୍କର ମୃତ୍ୟୁ ରହସ୍ୟ କୌଣସି ପୁରାଣରେ ନ ଥିବା ହେତୁ କୁହାଯାଏ ଯେ ଏମାନେ ଆଜି ବି ଅମର।

ମହାଭାରତର ଅନ୍ୟ ଏକ ପ୍ରମୁଖ ଚରିତ୍ର ହେଲେ ଅଶ୍ୱତ୍ଥମା। ସେ ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର।
ଅଶ୍ୱତ୍ଥମାଙ୍କୁ ତାଙ୍କ ପିତା ଦ୍ରୋଣାଚାର୍ଯ୍ୟ ବର ଦେଇଥିଲେ ଯେ ସେ ଚିର ଅମର ରହିବେ। ମହାଭାରତ ଯୁଦ୍ଧର ଶେଷ ସମୟରେ ଅଶ୍ୱତ୍ଥମା ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭସ୍ଥ ପରୀକ୍ଷିତଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବ୍ରହ୍ମାସ୍ତ୍ର ପ୍ରେରଣ କରିଥିଲେ। କିନ୍ତୁ ସେହି ବ୍ରହ୍ମାସ୍ତ୍ରକୁ ଭଗବାନ ଶ୍ରୀକୃଷ୍ଣ ଜାଳିବାରେ ସଫଳ ହୋଇଥିଲେ, ଗର୍ଭସ୍ଥ ଭ୍ରୁଣକୁ ରକ୍ଷା କରିଥିଲେ।
ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଅଶ୍ୱତ୍ଥମାଙ୍କୁ ଅଭିଶାପ ଦେଇଥିିଲେ ଯେ ସେ ତିନି ହଜାର ବର୍ଷ ଯାଏଁ କୁଷ୍ଠ ରୋଗରେ ମଧ୍ୟ ପୀଡିତ ହୋଇଏକ ଅଜ୍ଞାତ ଜାତିରେ ରହି ସାରା ବିଶ୍ୱ ଭ୍ରମଣ କରିବେ। ସେ ସେହି ଦିନ ଠାରୁ କୁଷ୍ଠ ରୋଗରେ ମଧ୍ୟ ପୀଡିତ ହୋଇଥିଲେ।


ମଧ୍ୟପ୍ରଦେଶର ଜଣେ ଡାକ୍ତର ଏକ ରୋଗୀର ଚିକିତ୍ସା କରିଥିଲେ। ରୋଗୀଙ୍କ ମୁଣ୍ଡରେ ଏକ ଆଘାତ ଲାଗିଥିଲା। ସେ ଯେତେ ଡାକ୍ତରୀ ପ୍ରୟୋଗ କଲେ, କିଛି ସୁଫଳ ମିଳିଲା ନାହିଁ। ତା’ପରେ ଡାକ୍ତର ଜଣକ ରୋଗୀଙ୍କୁ ପଚାରିଲେ,‘ଆପଣ କ’ଣ ଅଶ୍ୱତ୍ଥମା ?’ ରୋଗୀଜଣକ ଏକଥା ଶୁଣି ହସିଲେ ଓ ସମ୍ମତି ଦେଇଥିଲେ। ସେଇଥିରୁ ପ୍ରମାଣିତ ଯେ ଏବେ ବି ଅଶ୍ୱତ୍ଥମା ଜୀବିତ ଅଛନ୍ତି।

ସମ୍ବନ୍ଧିତ ଖବର