ଗାନ୍ଧୀନଗର: ଆପଣ ହନୁମାନଙ୍କ ଉଦ୍ଦେଶ୍ୟରେ ହନୁମାନ ଚାଳିଶା ପଢୁଥିବେ ଆଉ ହଠାତ ସେହି ସମୟରେ ଆପଣଙ୍କ କାନରେ ‘ୟା ମହମ୍ମଦ’ କିମ୍ବା ‘ଖ୍ଵାଜା’ ଶୁଭିବ, ଆପଣ କ’ଣ ଅନୁଭବ କରିବେ? ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟିଛି, ଗୁଜୁରାଟର ଏକ ହନୁମାନ ମନ୍ଦିରର ପରିଚାଳନା ଟ୍ରଷ୍ଟ ମୁସଲ୍ମାନମାନଙ୍କୁ ତାଙ୍କ ମନ୍ଦିର ପରିସରରେ କବାଲି ଗାଇବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଖାଲି ସେତିକି ନୁହେଁ, ଏପଟେ ମନ୍ଦିରରେ ହନୁମାନ ଚାଳିଶା ଶୁଭୁଥିବା ବେଳେ ସେପଟେ ଶୁଭୁଥିଲା କବାଲି ଗାନ।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ଦିର ପରିସରରେ କବାଲି ଗାଇବା ପରେ ଗାୟକମାନେ ଖୁବ୍ ଖୁସି ବ୍ୟକ୍ତି କରିଛନ୍ତି। ଏପରି ଅନୁଭବ ସଂପୂର୍ଣ୍ଣ ନିଆରା ବୋଲି ସେମାନେ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି କବାଲି ଗାୟକମାନେ ବିଭିନ୍ନ ମସ୍ଜିଦ୍ ଓ ଧାର୍ମିକ ଉତ୍ସବରେ ଗାଇଥିବା ବେଳେ ମନ୍ଦିର ପରିସରରେ ଷ୍ଟେଜ୍ ବାନ୍ଧି ଗାଇବା ଅନୁଭୂତି ସେମାନଙ୍କ ପାଇଁ ଏକଦମ ନୂଆ ବୋଲି ଜାଣିବାକୁ ମିଳିିଛି। ପବିତ୍ର ଶ୍ରାବଣ ମାସରେ ମନ୍ଦିର ପରିସରରେ କବାଲି ଗାଇବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରିତ କରାଯିବା ପରେ ସେମାନେ ଆସି କବାଲି ଗାଇଥିଲେ ବୋଲି ଜଣାଇଛନ୍ତି।
ହିନ୍ଦୁମାନଙ୍କ ପକ୍ଷରୁ ନିମନ୍ତ୍ରଣ ପାଇବା ପରେ କବାଲି ଗାୟକମାନେ ବି ତତ୍କ୍ଷଣାତ ରାଜି ହୋଇ ଯାଇଥିଲେ। କବାଲି ହେଉ କି ମନ୍ତ୍ର, ସବୁକିଛି ଭଗବାନଙ୍କ ପାଖକୁ ହିଁ ଯାଇଥାଏ ବୋଲି ସେମାନେ ବ୍ୟକ୍ତ କରିଛନ୍ତି। ସେମାନେ ପ୍ରଥମେ ଦେଶ ଉଦ୍ଦେଶ୍ୟରେ ଏକ ଗୀତ ଗାଇବା ଆରମ୍ଭ କରିଥିଲେ। ଉଭୟ ହିନ୍ଦୀ ଓ ଗୁଜୁରାଟୀ ଭାଷାରେ କବାଲି ଶୁଣିବାକୁ ମିଳିଥିଲା।
ଏ ସଂପର୍କରେ ଜଣେ କବାଲି ଗାୟକ କୁହନ୍ତି, ‘ଆମେ କଳାକାର, ଆମକୁ ଯେଉଁଠି ଗାଇବାକୁ କହିଲେ ବି ଆମେ ଗାଇବୁ। ହନୁମାନଙ୍କ ଆରତୀ କରିବା ସଙ୍ଗେ ସଙ୍ଗେ କବାଲି ଶୁଣିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଏପରି ମହାନ କାର୍ଯ୍ୟ କେବଳ ଆମ ଦେଶରେ ହିଁ ହୋଇପାରେ।