ଜାଣନ୍ତୁ ବାଜପେୟୀ କହି ଯାଇଥିବା ବଛା ବଛା ଏହି ୧୦ କଥା

: ମଣିଷ ଚାହିଁଲେ ନିଜର ବନ୍ଧୁ ପରିବର୍ତ୍ତନ କରିପାରେ; କିନ୍ତୁ ପୋଡ଼ାଶୀଙ୍କୁ ନୁହେଁ। ପଡ଼ୋଶୀ ଯେମିତି ହେଲେ ବି ସେମାନଙ୍କୁ ନେଇ ଚଳିବାକୁ ପଡ଼ିବ।

: ଯଦି ଆମ ଦେଶ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ନୁହେଁ; ତେବେ ଭାରତ କେବେ ବି ଭାରତ ନୁହେଁ।

: ହେ ପ୍ରଭୁ, ମୋତେ ଏତେ ଉଚ୍ଚକୁ କେବେ ନିଅ ନାହିଁ; ଯେଉଁଠିକୁ ଗଲା ପରେ ମୁଁ ସାଧାରଣ ଲୋକଙ୍କୁ ଆଲିଙ୍ଗନ କରିପାରିବି ନାହିଁ।

: ବେଶି ଉଚ୍ଚା ପାହାଡ଼ ଉପରେ ନା ଗଛ ଲାଗେ, ନା ଘାସ ଉଠେ; ପାହାଡ଼ ସେମିତି ଶୁଖିଲା ଓ ଖାଲି ପଡ଼େ।

: ବନ୍ଧୁକ ନୁହେଁ; କେବଳ ଭାଇଚାରା ହିଁ ଆମ ସମସ୍ୟାର ସମାଧାନ କରିପାରିବ।

: ଅଯଥାରେ ଆମେ ଆମର ଉତ୍ସକୁ ଯୁଦ୍ଧରେ ବ୍ୟୟ କରୁଛୁ। ଏହାକୁ ସ୍ୱାସ୍ଥ୍ୟ, ଶିକ୍ଷା, ବିକାଶ ଓ ନିଯୁକ୍ତ କ୍ଷେତ୍ରରେ ବ୍ୟୟ କରିପାରନ୍ତେ।

: ଦେଶ ଏକ ମନ୍ଦିର, ଆମେ ସବୁ ପୂଜାର। ରାଷ୍ଟ୍ରଦେବଙ୍କୁ ପୂଜାରେ ଆମ ସଭିଙ୍କୁ ସମର୍ପଣ କରିଦେବା ଉଚିତ।

: ଛୋଟ ମନରେ କେହି ବଡ଼ ହୋଇ ପାରେନା, ଭଙ୍ଗା ମନରେ କେହି ଛିଡ଼ା ହୋଇ ପାରେନା।

: ମୁଁ ଆରମ୍ଭରୁ ପ୍ରତିଜ୍ଞା ନେଇକରି ନୁହେଁ; ଉଦେଶ୍ୟ ନେଇକରି ଆସିଛି।

: ଭାରତର ଧର୍ମନିରପେକ୍ଷତାକୁ କାହାକୁ ଚ୍ୟାଲେଞ୍ଜ୍‌ କରିବାକୁ ଦିଅ ନାହିଁ।

ସମ୍ବନ୍ଧିତ ଖବର