ପିତା-ମାତାଙ୍କ ମଧ୍ୟରେ ଅଧିକ ବୟସର ଅନ୍ତର ଥିଲେ ପିଲାଙ୍କଠାରେ ‘ଆଟିଜ୍ମ’ର ଅଧିକ ବିପଦ ଦେଖାଦେଇଥାଏ!

ସ୍ୱାମୀ–ସ୍ତ୍ରୀଙ୍କ ମଧ୍ୟରେ କିଛି ବର୍ଷର ଅନ୍ତର ରହିବା ଏକ ସାଧାରଣ କଥା ଅଟେ । ସାଧାରଣତଃ ସ୍ୱାମୀ-ସ୍ତ୍ରୀ ଭିତରେ ୨ ରୁ ୪ ବର୍ଷ ଅନ୍ତର ରହିଥାଏ । କିନ୍ତୁ ଏହି ଅନ୍ତର ଅଧିକ ବଢିଗଲେ ଏହା ଏକ ବିପଦର କଥା । ଆଜ୍ଞା ହଁ , ଯଦି ପତୀ ପତ୍ନୀଙ୍କ ଭିତରେ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ଅନ୍ତର ରହିବ ତେବେ ସନ୍ତାନ ଭିତରେ ‘ଆଟିଜ୍ମ’ ର ଅଧିକ ବିପଦ ଉପୁଜିପାରେ ।

ମା’ବାପାଙ୍କ ବୟସ ଏବଂ ଆଟିଜ୍ମର ବିପଦରେ କରାଯାଉଥିବା ସବୁଠାରୁ ବଡ ସର୍ଭେରେ ଏହି କଥାର ଖୁଲାସା ହୋଇଛି । ୫ ଟି ଦେଶରେ ୫୭ ଲକ୍ଷ ପିଲାଙ୍କ ଉପରେ କରାଯାଇଥିବା ଏକ ସର୍ଭେ ମୁତାବକ ମା’ବାପାଙ୍କ ବୟସ ଭିତରେ ଅଧିକ ଅନ୍ତର ଥିଲେ ଏହିଭଳି ରୋଗ ହେବାର ଅଧିକ ସମ୍ଭାବନା ଥାଏ ।

ନ୍ୟୁୟର୍କର ମାଉଣ୍ଟ ସିନାଇ ଇକାନ୍ ସ୍କୁଲ୍ ଅଫ୍ ମେଡିସିନ୍ ର ଗବେଷଣା ମୁତାବକ ମାତା ପିତା ମଧ୍ୟରେ ଅଧିକ ଅନ୍ତର ଥିବା ଯୋଗୁଁ ଆଟିଜ୍ମର ଅଧିକ ବିପଦ ଦେଖାଦେଇଥାଏ । ଗବେଷକଙ୍କ ମତରେ ୫୦ ବର୍ଷରୁ ଅଧିକ ବୟସର ପିତାରୁ ଜନ୍ମିତ ଛୁଆଙ୍କୁ ଆଟିଜ୍ମ ଭଳି ରୋଗ ହୋଇଥାଏ । ସେମାନଙ୍କ ଭିତରେ ୬୬ ପ୍ରତିଶତ ଅଧିକ ଆଟିଜ୍ମ ଦେଖାଯାଏ । ଅନ୍ୟପକ୍ଷରେ ୨୦ ରୁ ୩୦ ବର୍ଷର ପିତାଙ୍କ ଛୁଆ ତୁଳନାରେ ୪୦ ରୁ ୫୦ ବର୍ଷର ବାପାଙ୍କ ଛୁଆଠାରେ ୨୮ ପ୍ରତିଶତ ଅଧିକ ଆଟିଜ୍ମ ଦେଖାଯାଏ । ତେବେ ଖୁବ୍ କମ୍ ବୟସର ମାଙ୍କ ଠାରୁ ଜନ୍ମିତ ଛୁଆମାନଙ୍କଠାରେ ୧୮ ପ୍ରତିଶତ ଆଟିଜ୍ମ ଦେଖାଯାଏ । ଅନ୍ୟପକ୍ଷରେ ୩୫ ରୁ ୪୪ ବର୍ଷ ବୟସର ପିତା ଏବଂ ମାତାଙ୍କ ମଧ୍ୟରେ ୧୦ ବର୍ଷରୁ ଅଧିକ ଅନ୍ତର ରହିବାରେ ଏହା ଅଧିକ ଦେଖାଯାଏ ।

ସମ୍ବନ୍ଧିତ ଖବର