ବଜାରରୁ ହଠାତ୍‌ ୨୦୦୦ ଟଙ୍କିଆ ନୋଟ୍‌ ଗାଏବ ! ଟଙ୍କା ଅଭାବରୁ ଖାଲିପଡିଛି ଏଟିଏମ୍‌, ଲୋକେ ହନ୍ତସନ୍ତ

ଟଙ୍କା ନଥିବାରୁ ଏଟିଏମ୍‌ ଖାଲିପଡିଛି। ଯେଉଁ କେତେକ ଏଟିଏମ୍‌ରେ ଟଙ୍କା ଅଛି ସେଠି ଲୋକଙ୍କ ପ୍ରବଳ ଭିଡ଼। ଗତ କିଛିଦିନ ହେଲା ଆରମ୍ଭ ହୋଇଥିବା ଏହି ସଙ୍କଟ ଗୁରୁତର ହେବାରେ ଲାଗିଛି। ଏପରିକି ବ୍ୟାଙ୍କଗୁଡ଼ିକରେ ମଧ୍ୟ ମଧ୍ୟ ଟଙ୍କା ସଙ୍କଟ ଦେଖା ଦେଇଛି। ଏଟିଏମ୍‌ରୁ ନିରାଶ ହୋଇ ବ୍ୟାଙ୍କ ଶାଖାଗୁଡ଼ିକୁ ଯାଉଥିବା ଗ୍ରାହକମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡୁଛି। ବ୍ୟାଙ୍କ ଶାଖାଗୁଡ଼ିକରେ ଟଙ୍କା ନଥିବାରୁ ଗ୍ରାହକଙ୍କୁ ଫେରାଇ ଦେଉଛନ୍ତି। ବିମୁଦ୍ରାକରଣ ପରେ ଟଙ୍କାକୁ ନେଇ ସୃଷ୍ଟି ହୋଇଥିବା ଫାଙ୍କା ସ୍ଥାନକୁ ଦ୍ରୁତ ଗତିରେ ପୂରଣ କରିବା ପାଇଁ ସରକାର ନୂଆ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ। ଏବେ ବଜାରରୁ ହଠାତ୍‌ ୨୦୦୦ ଟଙ୍କିଆ ନୋଟ୍‌ ଗାଏବ ହୋଇଯିବାରୁ ଏଭଳି ସଙ୍କଟ ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ କହିବା ମୁତାବକ ଏଟିଏମରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିବାରୁ ବଜାରରୁ ୨୦୦୦ ଟଙ୍କିଆ ନୋଟ ଗାୟବ ହୋଇଯାଉଛି। ଝାରଖଣ୍ଡରେ ପ୍ରାୟ ୭୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବଜାରରୁ ଶୂନ୍ୟ ହୋଇ ଯାଇଥିବା ଖବର ମିଳୁଛି । ରାଜ୍ୟରେ ୩.୪୭ ଲକ୍ଷ ଟଙ୍କା ଚାଲୁଥିବା ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟର ଘୋର ଅଭାବ ଦେଖିବାକୁ ମିଳୁଛି। ଭାରତର ଅନ୍ୟ ସବୁ ରାଜ୍ୟ ଭଳି ଝାଡ଼ଖଣ୍ଡରେ ମଧ୍ୟ ନୋଟବନ୍ଦୀ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ବ୍ୟାଙ୍କ କର୍ମଚାରୀଙ୍କ କହିବାନୁସାର ନୋଟବନ୍ଦୀ ସମୟରେ ବଜାରକୁ ଯେତେ ପରିଣାମରେ ୨୦୦୦ ଟଙ୍କିଆ ନୋଟ ଆସିଥିଲା ସେଥିରୁ ପ୍ରାୟ ୭୦%ର ପତା ମିଳୁନାହିଁ। ଯାହାକୁ ଗଣିଲେ ୧.୪୭ ଲକ୍ଷ କୋଟି ଟଙ୍କା ହେବ।

ଆରବିଆଇ ଉପ-ମହା ପ୍ରବନ୍ଧକ ଦୟାଶଙ୍କରଙ୍କ କହିବାନୁସାରେ ଏଟିଏମରେ ଦୁଇରୁ ଚାରୋଟି ଟ୍ରେ ରହିଥାଏ। ଯେଉଁଥିରେ ୨୦୦୦ ଟଙ୍କା ରଖାଗଲେ ଅଧିକ କ୍ୟାସ୍‌ ବାହାରେ କିନ୍ତୁ ଏବେ କେବଳ ୧୦୦ କିମ୍ବା ୨୦୦ ଟଙ୍କାର ଟ୍ରେ ରଖାଯାଉଛି ଯାହା ଫଳରେ ଏଟିଏମରୁ ମଧ୍ୟ ଟଙ୍କା ବାହାରିବାରେ ସମସ୍ୟା ଉପୁଜୁଛି। ବ୍ୟାଙ୍କକୁ ୨୦୦୦ ନୋଟ୍‌ ନଫେରିବା ଫଳରେ ଏଟିଏମରୁ ମଧ୍ୟ ଟଙ୍କା ବାହାରୁନାହିଁ। ଆରବିଆଇ ତରଫରୁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବା କଥା ଶୁଣିବାକୁ ମିଳୁଛି।

ଦେଶର ଚାରୋଟି ପ୍ରେସରେ ଦିନରାତି ନୋଟ ଛାପାଯିବା କାର୍ଯ୍ୟକ୍ରମ ଚାଲିଛି। ନାସିକରେ କାଳି ଶେଷ ହୋଇଯିବାରୁ ନୋଟ୍‌ ନଛପିବା ଭଳି ଖବର ଆସିଛି। ନାସିକର ଏକ ପ୍ରେସରେ କାଳି ଶେଷ ହୋଇଯିବା ପରେ ୨୦, ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ଛାପିବା ବନ୍ଦ ହୋଇଯାଇଛି।

ପଲାମୁଠାରେ ଏଟିଏମରୁ କ୍ୟାସ୍‌ ନ ମିଳିବା ଯୋଗୁଁ ଉତ୍ତ୍ୟକ୍ତ ଜନତା ରାସ୍ତା ରୋକ କରିଥିବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର