ବିନା ପୋଷାକରେ ବରଫଭର୍ତ୍ତି ଡ଼ବା ଭିତରେ ୨ଘଣ୍ଟା ବସି ବିଶ୍ୱ ରେକର୍ଡ କଲେ ଏହି ଯୁବକ

ନୂଆଦିଲ୍ଲୀ : ଜଣେ ମଣିଷ କେତେ ସମୟ ପର୍ଯ୍ୟନ୍ତ ଏକ ବରଫପୂର୍ଣ୍ଣ ଡ଼ବା ଭିତରେ ପଶି ରହି ପାରିବ? ଅଧିକରୁ ଅଧିକ ୨ମିନିଟ୍‌ । ପୁଣି  ଯଦି କେହି ବିନା ପୋଷାକରେ ବରଫପୂର୍ଣ୍ଣ ଡ଼ବା ଭିତରେ ରହିବାକୁ ଚେଷ୍ଟା କରୁଛି, ତେବେ ସେ କିଛି ସେକେଣ୍ଡ ହିଁ ଭିତରେ ରହିବ ପାରିବ । କିନ୍ତୁ ଅଷ୍ଟ୍ରିଆର ଜଣେ ଆଥ୍‌ଲେଟ୍‌ ଜୋସେଫ୍‌ କୋଏବର୍ଲ ବରଫପୂର୍ଣ୍ଣ ଡ଼ବା ଭିତରେ ୨ଘଣ୍ଟା ୮ମିନିଟ୍‌ ୪୭ସେକେଣ୍ଡ ରହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ବରଫପୂର୍ଣ୍ଣ ଡ଼ବା ଭିତରକୁ ବିନା ପୋଷାକରେ ପ୍ରବେଶ କରିଥିଲେ ଜୋସେଫ୍‌ । ଜୋସେଫ୍‌ଙ୍କ ପୂର୍ବରୁ ୨୦୧୪ରେ ଜଣେ ଚାଇନିଜ୍‌ ଆଥ୍‌ଲେଟ୍‌ ଜିନ୍‌ ସୋଙ୍ଗହାଓ ବରଫପୂର୍ଣ୍ଣ ଡ଼ବା ଭିତରେ ୫୩ ମିନିଟ୍‌ ୧୦ସେକେଣ୍ଡ ରହି ରେକର୍ଡ ତିଆରି କରିଥିଲେ, ଯାହାକୁ ଏବେ ଭାଙ୍ଗିଛନ୍ତି ଜୋସେଫ୍‌ ।

OMG: बिना कपड़ों के बर्फ में 2 घंटे बैठकर इस शख्स ने बनाया रिकॉर्ड
aajtak.intoday.in

ସୂଚନା ମୁତାବକ, ଭିଏନାର ମେନ୍‌ ଷ୍ଟେସନରେ ଏହି ପ୍ରତିଯୋଗିତା କରାଯାଇଥିଲା । ଜୋସେଫ୍‌ ପ୍ରଥମେ ଖାଲି ଡ଼ବା ଭିତରକୁ ଯିବା ପରେ ତାଙ୍କ ଉପରେ ବରଫ ଢ଼ଳା ଯାଇଥିଲା । ଡ଼ବା ଭିତରକୁ ଯିବା ପୂର୍ବରୁ ଏବଂ ଭିତରୁ ଆସିବା ପରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ଜୋସେଫ୍‌ଙ୍କ ଅନୁଯାୟୀ, ମୁଁ ଏହାଠାରୁ ଅଧିକ ସମୟ ରହି ପାରିଥାନ୍ତି । କିନ୍ତୁ ତାହାର କୌଣସି ଆବଶ୍ୟକତା ନ ଥିଲା । ଏବେ ମୁଁ ମୋ ରେକର୍ଡ ଭଙ୍ଗ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଛି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର