ଅଭିଶାପ ପ୍ରଭାବ: ଜାଣନ୍ତୁ କାହିଁକି ନାରୀଙ୍କ ପେଟରେ ରହେନି ଗୁପ୍ତ କଥା, ଶାଶୁ-ବୋହୂ ସଂପର୍କରେ ରହେନି ମିଠାପଣ, ୧୨ ବର୍ଷ ଭିତରେ ଶିଶୁ ଅଜ୍ଞାନ…

ମହାଭାରତ ସମୟରେ ଅନେକଙ୍କ ମୁହଁରୁ ବାହାରିଥିବା କିଛି ଅଭିଶାପର ପରିଣାମ ଆଜି ବି କଳି ଯୁଗର ଲୋକଙ୍କ ଉପରେ ରହିଛି। କିଛି ଅଭିଶାପ କ୍ରୋଧରେ ଥିଲା ତ କିଛି ଅଭିଶାପରେ ସଂସାରର ମଙ୍ଗଳ ନିହିତ ଥିଲା। ଆମେ ଆଜି ଏମିତି ୫ ଅଭିଶାପ ବିଷୟରେ କହିବୁ ଯାହାର ଇତିହାସରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଥିବା ସହ ବର୍ତ୍ତମାନରେ ବି ଦେଖିବାକୁ ମିଳୁଛି ପ୍ରଭାବ।

ପ୍ରଥମ ଅଭିଶାପ ଧର୍ମରାଜ ଯୁଧିଷ୍ଠିର ଦେଇଥିଲେ ସମଗ୍ର ସ୍ତ୍ରୀ ଜାତିକୁ। ମହାଭାରତ ଯୁଦ୍ଧ ସରିଥାଏ। ମାଆ କୁନ୍ତୀ ଅତ୍ୟନ୍ତ ଦୁଃଖରେ ଆସି ନିଜ ୫ ପୁତ୍ରଙ୍କ ସମ୍ମୁଖରେ କହିଲେ ଯେ ମହାଯୋଦ୍ଧା କର୍ଣ୍ଣ ତାଙ୍କ ଭାଇଥିଲେ। ଏହି କଥା ଶୁଣିବା ପରେ ଯୁଧିଷ୍ଠିର ଅତ୍ୟନ୍ତ ଦୁଖି ହୋଇଗଲେ। ନିଜ ଭାଇକୁ ମାରିଥିବାରୁ ନିଜକୁ ଦୋଷୀ ଭାବିବା ସହ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର ମଧ୍ୟ କଲେ। ମାତ୍ର ସେ ସମୟରେ କ୍ରୋଧରେ ତାଙ୍କ ମୁହଁରୁ ଏକ ଅଭିଶାପ ବାହାରିଲା। ସେ କହିଥିଲେ କି ଏଣିକି ଆଉ କୌଣସି ସ୍ତ୍ରୀଲୋକ ନିଜ ପେଟରେ କିଛି ଗୁପ୍ତ କଥା ରଖିପାରିବେ ନାହିଁ। ମାଆ କୁନ୍ତୀ ଲୁଚାଇଥିବା ଏକ କଥା ପାଇଁ ସମଗ୍ର ସ୍ତ୍ରୀ ଜାତିକୁ ଆଜି ବି ଭୋଗିବାକୁ ପଡୁଛି ସମାନ ଅଭିଶାପ।

ଦ୍ୱିତୀୟ ଅଭିଶାପ ଥିଲା ଶୃଙ୍ଗ୍ୟ ଋଷିଙ୍କର ପରକ୍ଷୀତଙ୍କୁ। ଯେତେବେଳେ ପାଣ୍ଡବ ୫ ଭାଇ ସ୍ୱର୍ଗଲୋକୁ ପ୍ରସ୍ତାନ କରୁଥିଲେ ସେ ସମୟରେ ସେମାନେ ସେମାନଙ୍କର ପୂରା ରାଜ୍ୟ ଅଭିମନ୍ୟୁର ପୁତ୍ର ପରୀକ୍ଷିତଙ୍କ ହ୦ାତରେ ସମର୍ପି ଦେଲେ। ରାଜା ପରୀକ୍ଷିତଙ୍କ ଶାସନ କାଳରେ ସବୁ ପ୍ରଜା ସୁଖିଥିଲେ। ଦିନେ ସେ ଜଙ୍ଗଲକୁ ଯାଇଥାନ୍ତି। ଜଣେ ଋଷି ତପସ୍ୟାରେ ବସିଥାନ୍ତି। ସେ ତାଙ୍କ ତପ ଭଙ୍ଗ କରିବାକୁ ଅନେକ ଚେଷ୍ଟା କଲେ। ସେ ଆଖି ନଖୋଲିବାରୁ ପରୀକ୍ଷିତ ଏକ ମଲା ସାପ ନେଇ ତାଙ୍କ ବେକରେ ପକାଇଦେଲେ। ଏକଥା ଋଷିଙ୍କୁ ପୁତ୍ର ଶୃଙ୍ଗ୍ୟ ଜାଣିପାରିଲେ। ସେ କ୍ରୋଦ୍ଧରେ ତାଙ୍କୁ ଅଭିଶାପ ଦେଲେ ଯେ ତୁମେ ୭ ଦିନ ମଧ୍ୟରେ ସାପ କଟାରେ ମୃତ୍ୟୁ ବରଣ କରିବ। ସେଇଦିନଠାରୁ ଏବେ ପର୍ଯ୍ୟନ୍ତ ଯେକୌଣସି ଲୋକକୁ ସାପ କାଟେ ସେ ଯଦି ୭ ଦିନ ମଧ୍ୟରେ ଚିକିତ୍ସା ନକରନ୍ତି ତ ମୃତ୍ୟୁ ସୁନିଶ୍ଚିତ ବୋଲି ଅଭିଶାପ ରହିଛି।

ତୃତୀୟ ଅଭିଶାପ ଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଅଶ୍ୱତ୍‌ଥାମାଙ୍କୁ। ଅଶ୍ୱତ୍‌ଥଧାମା କିପରି ଧୋକାରେ ପାଣ୍ଡପ ୫ ଭାଇଙ୍କ ୫ ପୁତ୍ରଙ୍କୁ ମାରିଥିଲେ ତାହା ତ ଆପଣ ଜାଣିଥିବେ। ଅଶ୍ୱତ୍‌ଥାମାର ଏପରି ଆଚରଣରେ କ୍ରୋଧରେ ଆସି ଭଗବାନ ଶୀକୃଷ୍ଣ ଅଭିଶାପ ଦେଇଥିଲେ ଯେ ତୁମେ ଆଜିଠାରୁ ତିନି ହଜାର ବର୍ଷ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ଘୂରି ବୁଲିବ। ତୁମେ ଯେଉଁ ଭଳି ଭାବେ ନିରୀହ ଶିଶୁଙ୍କ ବଦ୍ଧ କରି ରକ୍ତାକ୍ତ କରିଛ ସେହିପରି ତୁମ ଦେହରୁ ବି ସବୁବେଳେ ରକ୍ତ ଝରିବ। ତୁମ ଦେହରୁ ଏତେ ଦୁର୍ଗନ୍ଧ ଆସିବ ଯେ କେହି ତୁମକୁ ପାଖ ପୂରାଇବେ ନାହିଁ। ବିଶ୍ୱାସ କରାଯାଏ ଏବେ ବି ଅଶ୍ୱତ୍‌ଥମା ଜୀବତ ରହି ସେହି ଅଭିଶାପ ଭୋଗ କରୁଛନ୍ତି।

ଚତୁର୍ଥ ଅଭିଶାପ ଥିଲା ମଣ୍ଡବ୍ୟ ଋଷିଙ୍କର ଯମରାଜଙ୍କୁ। ଥରେ ରାଜା ଭୁଲ୍‌ ବଶତଃ ମଣ୍ଡପ ଋଷିଙ୍କୁ ଶୁଳୀରେ ଚଢ଼ାଇବାକୁ ଘୋଷଣା କଲେ। ଅନେକ ସମୟ ଧରି ଶୁଳୀରେ ଚଢ଼ାଇବା ପରେ ଯେତେବେଳେ ଋଷିଙ୍କ ପ୍ରାଣ ଗଲା ନାହିଁ ତ ରାଜ ଅନୁତାପ କଲେ ଏବଂ ତାଙ୍କୁ ମୁକ୍ତ କରିଦେଲେ। ଋଷି ରାଗରେ ଯମରାଜଙ୍କ ନିକଟକୁ ଗଲେ ଆଉ ପଚାରିଲେ କି କେଉଁ ଦୋଷରେ ମୋତେ ଏପରି ଅପମାନ ସହିବାକୁ ପଡ଼ିଲା। ଯମରାଜ ଉତ୍ତର ଦେଲେ ଯେ ତୁମେ ୧୨ ବର୍ଷ ବୟରେ ଏକ ପୋକକୁ ମାରିଥିଲ। ସେଥିପାଇଁ ଏପରି ଘଟିଲା। ସେଦିନ ମଣ୍ଡବ୍ୟ ଋଷି ଯମରାଜଙ୍କୁ ଯେଉଁ ଅଭିଶାପ ଦେଇଥିଲେ ତାହା ସାରା ସଂସାର ଭୋଗୁଛି। ଋଷି କହିଲେ ଆଜିଠାରୁ ୧୨ ବର୍ଷ ମଧ୍ୟରେ ଶିଶୁଙ୍କୁ ଅଜ୍ଞାନ ଧରାଯିବ। ତାଙ୍କର କୌଣସି ଭୁଲ୍‌ ଧରାଯିବ ନାହିଁ।

ପଞ୍ଚମ ଅଭିଶାପ ଥିଲା ଉବର୍ଶୀଙ୍କର ଅର୍ଜୁନଙ୍କୁ। ମହାଭାରତ ସମୟରେ ଥରେ ଅର୍ଜୁନ ଦିବ୍ୟାସ୍ତ୍ର ପାଇବା ପାଇଁ ସ୍ୱର୍ଗପୂର ଗଲେ। ସେଠାରେ ଉର୍ବଶୀ ନାମ୍ନୀ ଜଣେ ଅପସରୀ ତାଙ୍କ ଉପରେ ଆକର୍ଷିତ ହୋଇଗଲେ। ମାତ୍ର ଉର୍ବଶୀଙ୍କଠାରୁ ନିଜ ଆକର୍ଷଣ ବିଷୟରେ ଶୁଣି ଅର୍ଜୁନ ତାଙ୍କୁ ନିଜ ମାଆ ପରି ଦେଖନ୍ତି ବୋଲି କହିଲେ। ଉର୍ବଶୀ ଅଭିଶାପ ଦେଇଥିଲେ ଯେ ଆଜିଠାରୁ କୌଣସି ପୁରୁଷର ମାଆ ଏବଂ ପତ୍ନୀଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିବ ନାହିଁ।

ସମ୍ବନ୍ଧିତ ଖବର