ଆପଣଙ୍କ ଗୋଟେ ଭୁଲ ଭାଙ୍ଗିଦେବ ବିଦେଶ ଯିବାର ସ୍ୱପ୍ନ, ଭିସା ଫର୍ମ ଭରିବା ବେଳେ କରନ୍ତୁ ନାହିଁ ଏହି ଭୁଲ

ବିଦେଶ ଯିବାର ସ୍ୱପ୍ନ କିଏ ବା ନ ଦେଖେ । ଆପଣ ବି ଦେଖୁଥିବେ । କିନ୍ତୁ ବେଳେ ବେଳେ ଆପଣଙ୍କ ଛୋଟ ଭୁଲ ଆପଣଙ୍କର ବିଦେଶ ଯିବାର ସ୍ୱପ୍ନକୁ ଭାଙ୍ଗି ଦେଇଥାଏ । ସାଧାରଣତଃ ଲୋକମାନେ ଭିସା ଫର୍ମ ଭରିବା ସମୟରେ କିଛି ଏମିତି ଭୁଲ କରି ବସନ୍ତି । ଯାହା ପାଇଁ ସେମାନଙ୍କର ବିଦେଶ ଯିବାର ସ୍ୱପ୍ନ ଅଧାରେ ରହି ଯାଇଥାଏ । ଆଜି ଆମେ ଜଣାଇବୁ ସେଭଳି କିଛି ସାଧାରଣ ଭୁଲ ବିଷୟରେ ଯାହା ଆପଣ ଭିସା ପାଇଁ ଅବେଦନ କରିବା ସମୟରେ କରିଥାନ୍ତି ।
୧. ପ୍ରଥମ ଭୁଲ୍‌ ହେଉଛି ଭିସା ଫର୍ମରେ ଯାତ୍ରାର ତାରିଖ ଏବଂ ଟିକେଟର ତାରିଖ ସମାନ ନ ଲେଖିବା । ଭିସା ଫର୍ମରେ ସବୁ ବେଳେ ସେହି ତାରିଖ ପକାନ୍ତୁ ଯେଉଁ ତାରିଖଟି ଟିକେଟରେ ଉଲ୍ଲେଖ ରହିଛି । ରାତି ୧୨ଟା ପରେ ଯାତ୍ରାର ସମୟ ଥିଲେ ଆଗାମୀ ଦିନର ତାରିଖ ପକାଇବାକୁ ପଡ଼େ । କିନ୍ତୁ ଲୋକମାନେ ଅନ୍ୟ ମନସ୍କ ହୋଇ ପୂର୍ବ ଦିନର ତାରିଖ ପକାଇଥାନ୍ତି । ଯାହା ଦ୍ୱାରା ତାଙ୍କର ଭିସା ଫର୍ମ ନାକଚ ହୋଇ ଯାଇଥାଏ ।
୨. ବେଳେ ବେଳେ ଲୋକମାନେ ଭିସା ଫର୍ମ ଭରିବା ବେଳେ ପିଓ ନମ୍ବର ଲେଖିବାକୁ ଭୁଲି ଯାଆନ୍ତି । ଯାହା ଦ୍ୱାରା ସେମାନଙ୍କର ଭିସା ଫର୍ମ ନାକଚ ହୋଇ ଯାଇଥାଏ । ସେଥିପାଇଁ ଭିସା ଫର୍ମ ଭରିବା ସମୟରେ ଠିକଣା ଲେଖିବା ସହ ପିଓ ନମ୍ବର ବି ଲେଖନ୍ତୁ ।

Schengen VISA

୩. ଫର୍ମରେ ଫଟୋ ଲଗାଇବା ସମୟରେ ଧ୍ୟାନ ରଖନ୍ତୁ । କିଛି ଲୋକ ପୁରୁଣା ଫଟୋ ବା ଅତି ପାଖରୁ ଉଠାଇଥିବା ଫଟୋକୁ ଫର୍ମରେ ବ୍ୟବହାର କରିଥାନ୍ତି । ଭିସା ଫର୍ମ ପାଇଁ ଅତି ବେଶୀରେ ତିନି ମାସ ପୁରୁଣା ଫଟୋକୁ ବ୍ୟବହାର କରିବା ପାଇଁ କୁହାଯାଇଥାଏ । ବେଶୀ ପୁରୁଣା ଫଟୋ ବ୍ୟବହାର କଲେ ଫର୍ମ ନାକଚ ବେହାର ସମ୍ଭବନା ରହିଥାଏ ।
୪. ଆପଣ କେଉଁ କାମରେ ବାହାରକୁ ଯାଉଛନ୍ତି ତାହା ସଠିକ୍‌ ଭାବରେ ଲେଖନ୍ତୁ । ଯଦି ଆପଣ କୌଣସି କାମ ଏବଂ ବୁଲିବା ପାଇଁ ବିଦେଶ ଯାଉଛନ୍ତି ତେବେ ନେକ୍ସଟ୍‌ କାଟେଗୋରି ବାଛନ୍ତୁ । ଯଦି ଆପଣ କେବଳ ବୁଲିବା ପାଇଁ ଯାଉଛନ୍ତି ତେବେ ଟୁରିଷ୍ଟ ଭିସା ବାଛନ୍ତୁ ।

ସମ୍ବନ୍ଧିତ ଖବର