ଅଦ୍ଭୁତ,ଅବିଶ୍ୱସନୀୟ! ୪ ବର୍ଷର ବାଳକ ବନିଲା ବିଶ୍ୱର ସବୁଠାରୁ କମ୍‌ ବୟସର ଲେଖକ

0 391

ଲକ୍ଷ୍ମୀପୁର:  ୪ ବର୍ଷ ବୟସରେ ପିଲାମାନେ ପ୍ରାଞ୍ଜଳ ଭାବେ କଥା ବି କହି ପାରନ୍ତି ନାହିଁ। ଏହି ବୟସରେ ଉତ୍ତର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ୪ବର୍ଷିଅ ବାଳକ ଅୟାନ୍‌ ଗୋହେନ୍‌ ଭାରତର ସବୁଠାରୁ କମ୍‌ ବୟସର ଲେଖକ ଭାବେ ପରିଚୟ ହାସଲ କରିଛନ୍ତି। ଏହି ବର୍ଷ ଜାନୁଆରିରେ ପ୍ରକାଶିତ ଗୋହେନ୍‌ଙ୍କ ପୁସ୍ତକ ‘ହନିକାମ୍ବ୍ରେ’ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସାମିଲ କରାଯାଇଛି। ଲେଖକ ଅୟାନ୍‌ ଉତ୍ତର ଲକ୍ଷ୍ମୀପୁରସ୍ଥିତ ସେଣ୍ଟମେରୀ ସ୍କୁଲରେ ପାଠ ପଢ଼ନ୍ତି।

ଏହି ପୁସ୍ତକରେ ବାଳକଙ୍କ  ୩୦ଟି ଛୋଟ କାହାଣୀ ଓ ଚିତ୍ରକୁ ସାମିଲ କରାଯାଇଛି। ଏହି ପୁସ୍ତକର ମୂଲ୍ୟ ୨୫୦ଟଙ୍କା ରଖାଯାଇଛି। ଅୟାନଙ୍କୁ ଏକ ବର୍ଷ ହୋଇଥିବା ବେଳେ ଚିତ୍ର କରିବା ଓ ତିନିବର୍ଷ ବୟସରେ କାହାଣୀ ଲେଖିବା ସେ ଆରମ୍ଭ କରି ଦେଇଥିଲେ। ଅୟାନ ତାଙ୍କ ଦାଦାଙ୍କ ସହିତ ରୁହନ୍ତି ଓ ତାଙ୍କ ମାତା-ପିତା ମିଜୋରମ୍‌ରେ ବସବାସ କରନ୍ତି। ଅୟାନ୍‌ କାହାଣୀ ଲେଖିବା ବ୍ୟତୀତ ଯୋଗ କରନ୍ତି, କାର୍ଟୁନ୍‌ ଦେଖନ୍ତି, ବ୍ୟାଡମିଣ୍ଟନ ଖେଳନ୍ତି ତଥା ଗଛ ଲଗାଇବା ପ୍ରତି ବି ତାଙ୍କର ରୁଚି ରହିଛି।

Panda Mobile only

ଅୟାନ୍‌ଙ୍କ କହିବାନୁସାରେ, ପ୍ରତିଦିନ ସେ ତାଙ୍କ ଚର୍ତୁଃପାଶ୍ୱରେ ଦେଖୁଥିବା ଘଟଣାକୁ ଶବ୍ଦରେ ସଜାଇ ଲେଖି ଥାଆନ୍ତି। ଯଦି କୌଣସି ଦିନ କିଛି ଲେଖିବାକୁ ପାଆନ୍ତି ନାହିଁ ଜେଜେ ବାପାଙ୍କ ସହ ଯାହାବି କଥାବର୍ତ୍ତା ହୋଇ ଥାଆନ୍ତି  ତାହାକୁ କାହାଣୀ କରି ଲେଖି ଥାଆନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.