ଯୋଗଗୁରୁ ବାବା ରାମଦେବଙ୍କର ସଂଘର୍ଷମୟ ଜୀବନ, ୭ଥର ମୃତ୍ୟୁକୁ ଅତି ନିକଟରୁୁ ଦେଖିଥିଲେ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ପ୍ରଡକ୍‌ସନ୍‌ ହାଉସ୍‌ ଜରିଆରେ ଯୋଗ ଗୁରୁ ବାବା ରାମଦେବଙ୍କ ଆତ୍ମଜୀବନୀ ଉପରେ ସରିୟଲ ‘ରାମଦେବ: ଏକ ସଂଘର୍ଷ’ ପ୍ରସାରଣ ହେବାକୁ ଯାଉଛି। ସୋ’ରେ ବାବାଙ୍କ ସଂଘର୍ଷମୟ ଜୀବନକୁ ଚିତ୍ରଣ କରାଯାଇଛି। ତେବେ ସୋ’ର ଲଞ୍ଚ ହେବା ଅବସରରେ ବାବା ରାମଦେବ ନିଜ ଜୀବନ ସହିତ ଜଡ଼ିତ ଥିବା ବିଭିନ୍ନ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଆଲୋଚନା କରିଛନ୍ତି।

ଏହି ଆଲୋଚନା ସମୟରେ ବାବା ରାମଦେବ କହିଛନ୍ତି, ‘ମୁଁ ସାତ ଥର ମୃତ୍ୟୁକୁ ଅତି ନିକଟରୁ ଦେଖିଛି। ମୁଁ ଯେତେବେଳେ ଛୋଟ ଥିଲି, ଗ୍ରାମରେ ରହୁଥିବା ସମ୍ପର୍କୀୟମାନେ ମା’ଙ୍କୁ ବହୁତ ଅତ୍ୟାଚାର କରୁଥିଲେ। କେବଳ ଏତିକି ନୁହେଁ ମୋତେ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ହରିଦ୍ୱାର ପହଞ୍ଚିବା ପର୍ଯ୍ୟନ୍ତ ମୋତେ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଥରେ ତ ମୋତେ ମାରିବା ପାଇଁ ୫୦ଜଣ ଲୋକ ଘେରି ପକାଇଥିଲେ। କିନ୍ତୁ ଭାଗ୍ୟ ଜୋର୍‌ ଥିବାରୁ ମୁଁ ସେମାନଙ୍କ କବଳରୁ ବର୍ତ୍ତି ଯାଇଥିଲି। ପ୍ରତ୍ୟେକ ବିରୋଧ ଓ ତିରସ୍କାରକୁ ନିଜର ଶକ୍ତି ବନାଇ ଦେଇଥିଲି। ମୋର ଏହି ସଂଘର୍ଷମୟ ଜୀବନରେ ମୋର ଗୁରୁ ଆଚାର୍ଯ୍ୟ ବାଷ୍ଣୋୟ ସର୍ବଦା ସାଥିରେ ଥିଲେ। ’

କେବଳ ଏତିକି ନୁହେଁ ବାବା ଥରେ ଆଲୁମୁନିୟମ ପାତ୍ରରେ ସିଝା ଯାଇଥିବା କ୍ଷୀର ପିଇ ଦେଇଥିଲେ। ଫଳରେ ତାଙ୍କ ଶରୀରରେ ଆର୍ସେନିକର ବିଷ ଖେଳାଇ ହୋଇ ବାରମ୍ବାର ବାନ୍ତି ହୋଇଥିଲା। ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏପରି ଭାବେ ସାତଥର ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ଭଗବାନଙ୍କ ବିଧାନ, ତାଙ୍କ ଦ୍ୱାରା ବନାଇଯାଇଥିବା ନିୟମ ଓ ବ୍ୟବସ୍ଥା ସମ୍ପର୍କରେ ବୁଝି ଯାଇଥିଲେ ବାବା ରାମଦେବ କହନ୍ତି।

 

ସମ୍ବନ୍ଧିତ ଖବର