ଫଟୋସପ୍‌ ପ୍ରୟୋଗ କରି ବାବା ରାମଦେବଙ୍କର ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଫଟୋ ଅପ୍‌ଲୋଡ କରିଥିବା ବ୍ୟକ୍ତି ଗିରଫ

ଲକ୍ଷ୍ନୌ: ଯୋଗଗୁରୁ ବାବା ରାମଦେବଙ୍କ ଫଟୋକୁ ଫଟୋସପ୍‌ ଦ୍ୱାରା ଆପତ୍ତିଜନକ ଭାବେ ପ୍ରଦର୍ଶନ କରି ଏକ ସୋସିଆଲ୍‌ ମିଡିଆ ଗ୍ରୁପ୍‌ରେ ଅପ୍‌ଲୋଡ କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ନୋଇଡା ପୁଲିସ୍‌ ଜଣେ ଅଭୁଯୁକ୍ତଙ୍କୁ ଗିରଫ କରିଛି। ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ନୋଇଡା ପୁଲିସ୍‌ ଶନିବାର(୨୩ ଜୁନ୍‌)କୁ ଜଣେ ୪୦ ବର୍ଷିର୍ଅ ବ୍ୟକ୍ତିଙ୍କୁ ଗିରଫ କରିଛି।

ପତଞ୍ଜଳୀ ଆୟୁର୍ବେଦିକ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ପତଞ୍ଜଳୀ ଯୋଗପୀଠର ସହ-ସଂସ୍ଥାପକ ଆଚାର୍ଯ୍ୟ ବାଲକୃଷ୍ଣ ଟୁଇଟର୍‌ରେ ଲେଖଥିଲେ କି ‘ଶ୍ରଦ୍ଧେୟ ସ୍ୱାମୀଜୀ ବାବା ରାମଦେବଙ୍କର ଅପମାନ କରି ଯେଉଁ ଦୁଷ୍ଟବୁଦ୍ଧି ଏପରି ଷଡ଼ଯନ୍ତ୍ର ରଚିଥିଲା ତାହାକୁ ଗିରଫ କରିଥିବାରୁ ନୋଇଡା ପୁଲିସ୍‌କୁ ଅଭିନନ୍ଦନ।

ଅନ୍ୟପକ୍ଷରେ ଅଭିଯୁକ୍ତ ମାନିବାକୁ ଅପ୍ରସ୍ତୁତ ଯେ ଉକ୍ତ ଫଟୋଗୁଡ଼ିକୁ ସେ ଫଟୋସପ୍‌ କରିଛନ୍ତି ବୋଲି। ତାଙ୍କ କହିବା କଥା ହେଲା ବନ୍ଧୁମାନଙ୍କ ନିକଟରୁ ଆସିଥିବା ଫଟୋକୁ ସେ କେବଳ ଗ୍ରୁପ୍‌ରେ ଅପ୍‌ଲୋଡ କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୨୧ ତାରିଖରେ ଯୋଗ ଦିବସ ଅବସରରେ ରାଜସ୍ଥାନରେ ଯୋଗଗୁରୁ ବାବା ରାମଦେବ ଏକ ଲକ୍ଷରୁ ଊର୍ଧ୍ୱ ବ୍ୟକ୍ତିଙ୍କୁ ଯୋଗ ଶିଖାଇ ରେକର୍ଡ କରିଥିଲେ।

ସମ୍ବନ୍ଧିତ ଖବର