ଜନ୍ମ ସମୟରେ ଦୁଇଟି ପରିବାରର ସନ୍ତାନ ଅଦଳବଦଳ ହୋଇଯାଇଥିଲେ, ତିନି ବର୍ଷ ପରେ ଜଣାପଡ଼ିଲା ସତ୍ୟ

ନୂଆଦିଲ୍ଲୀ: ଦରଙ୍ଗରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦରଙ୍ଗରେ ଏକ ମୁସଲମାନ ପରିବାର ଓ ବୋଡୋ ପରିବାର ମଧ୍ୟରେ ସନ୍ତାନ ଜନ୍ମ ସମୟରେ ଅଦଳବଦଳ ହୋଇଯାଇଥିବା ଘଟଣା ତିନିବର୍ଷ ପରେ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଦରଙ୍ଗ ଜିଲ୍ଲା ମଙ୍ଗଲଦାଇ ସିଭିଲ ହସ୍‌ପିଟାଲରେ ୨୦୧୫ ମାର୍ଚ୍ଚ ୧୧ ତାରିଖରେ ଜଣେ ୪୮ବର୍ଷୀୟ ମୁସଲମାନ ସ୍କୁଲ ଶିକ୍ଷକଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ଦେବାର କିଛି ଦିନ ପରେ ସନ୍ତାନ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ପୁତ୍ର ଚେହେରା ପରିବାରର କୌଣସି ସଦସ୍ୟ ସହିତ ମିଶୁ ନଥିଲା। ହଠାତ୍‌ ତାଙ୍କର ବୋଡୋ ପରିବାର ମହିଳାଙ୍କ କଥା ମନେ ପଡ଼ିଲା, ଯିଏକି ତାଙ୍କ ସହିତ ପ୍ରସବ ସମୟରେ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ସନ୍ତାନର ଚେହେରାଟି ବୋଡୋ ମହିଳାଙ୍କ ମୁହଁ ଭଳି ଦେଖାଯାଉଛି ବୋଲି ସେ ଅନୁଭବ କରିଥିଲେ। ସେ ଏ ସମ୍ପର୍କରେ ନିଜର ସ୍ୱାମୀଙ୍କୁ କହିଥିଲେ।

ଦୁହେଁ ଏ ଘଟଣା ସମ୍ପର୍କରେ ହସ୍‌ପିଟାଲକୁ ଜଣାଇଥିଲେ। କିନ୍ତୁ ହସ୍‌ପିଟାଲ କର୍ତ୍ତୁପକ୍ଷ ଦୁହିଁଙ୍କ କଥାକୁ ଶୁଣି ନଥିଲେ। ମୁସଲମାନ ମହିଳା ସନ୍ତାନ ଜନ୍ମ କରିଥିବା ଦିନରେ ସେହି ହସ୍‌ପିଟାଲରେ ସେହି ଦିନ ଜନ୍ମ ନେଇଥିବା ସମସ୍ତ ଶିଶୁଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଆବେଦନ କରିଥିଲେ। ଶେଷରେ ତାଙ୍କ ସନ୍ତାନ ହସ୍‌ପିଟାଲରେ ଜନ୍ମ ସମୟରେ ଅଦଳବଦଳ ହୋଇଯାଇଛି ବୋଲି ଅଭିଯୋଗ କରିଥିଲେ। ଏହାପରେ ବୋଡୋ ମହିଳାଙ୍କୁ ହସ୍‌ପିଟାଲ ଡକା ଯାଇଥିଲା। ମୁସଲମାନ ଦମ୍ପତି ସନ୍ତାନ ଓ ବୋଡୋ ଦମ୍ପତିଙ୍କ ସନ୍ତାନର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ମୁସଲମାନ ମହିଳାଙ୍କୁ ଯେଉଁ କଥାକୁ ନେଇ ସନ୍ଦେହ ହେଉଥିଲା ତାହା ସତ୍ୟ ହଲା। ଏହାପରେ ଜାନୁଆରି ୪ରେ ଦୁହିଁଙ୍କ ଶିଶୁକୁ ପୁଣି ଅଦଳବଦଳ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଦୁହେଁ ମଧ୍ୟ ନିଜନିଜର ବାସ୍ତବ ଶିଶୁକୁ ଘରକୁ ନେଇ ଫେରିଲେ।

କିନ୍ତୁ ଘରକୁ ଫେରିଲା ପରେ ତିନିବର୍ଷ ଧରି ପାଳିଥିବା ନିଜନିଜ ମା’କୁ ନପାଇ ଦୁଇଟି ପିଲା ଏପରି କାନ୍ଦିବାକୁ ଲାଗିଲେ ଯେ ସେମାନଙ୍କ ଥୟ କରିବାକୁ କାହାରି ପକ୍ଷେ ସମ୍ଭବ ନ ଥିଲା। ଏହାପରେ ସେମାନେ ପୁଣିଥିରେ ମୁସଲମାନ ଓ ବୋଡୋ ପରିବାର ନିଜ ଶିଶୁକୁ ଦେଇ, ତିନିବର୍ଷ ଧରି ଅନ୍ୟ ଶିଶୁକୁ ଯେମିତି ପାଳି ଆସୁଥିଲେ ସେମିତି ପାଳିବେ ବୋଲି ସ୍ଥିତ କରିଥିଲେ।

ସମ୍ବନ୍ଧିତ ଖବର