ଶିଶୁ ପେଟରୁ ବାହାରିଲା ୨ କିଲୋ କେଶ ! ବିରଳ ରୋଗର ଶିକାର ହୋଇ ଖାଉଥିଲା କେଶ

କର୍ଣ୍ଣାଟକ : ବର୍ତ୍ତମାନ ଏକ ଅଦ୍ଭୁତ ଘଟଣା ସମ୍ନାକୁ ଆସିଛି । କର୍ଣ୍ଣାଟକରେ ଡ଼ାକ୍ତରମାନେ ଅସ୍ତ୍ରୋପଚାର କରି ଏକ ଶିଶୁର ପେଟରୁ ୨ କିଲୋ କେଶ ବାହାର କରିଛନ୍ତି । ଶିଶୁ ଜଣକ ରେପୁଞ୍ଜେଲ ସିନ୍‌ଡ଼୍ରୋମ ନାମକ ଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଥିଲେ । ଏଥିପାଇଁ ସେ ତାଙ୍କ ନିଜ ମୁଣ୍ଡର କେଶ ଖାଉଥିଲେ ।

ଡ଼କ୍ତରଙ୍କ ସୂଚନା ଅନୁଯାୟୀ , ଗତ ଏକ ବର୍ଷ ହେବ ଶିଶୁ ଜଣକ ପ୍ରବଳ ମାତ୍ରାରେ ବାନ୍ତି କରୁଥିଲେ । ଏହାପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଗତ ମାସେ ହେବ ବହୁ ମାତ୍ରାରେ ବଢ଼ିଯାଇଥିଲା । ଏହା ପରେ ପରିବାର ଲୋକ ଶିଶୁକୁ ନେଇ ଡ଼ାକ୍ତରଖାନା ଯାଇଥିଲେ । ଡ଼ାକ୍ତରଖାନାରେ ପରୀକ୍ଷା ପରେ ତାଙ୍କ ପେଟରେ ବହୁ ପରିମାଣରେ କେଶ ରହିଛି ବୋଲି ଜଣାପଡ଼ିଥିଲା । ଶିଶୁ ଜଣଙ୍କୁ ରେପୁଞ୍ଜେଲ ସିନ୍‌ଡ଼୍ରୋମ ନାମକ ଏକ ରୋଗ ହୋଇଛି ବୋଲି ଜଣାପଡ଼ିଥିଲା। ଏଥିପାଇଁ ଶିଶୁ ଜଣଙ୍କ ନିଜ ମୁଣ୍ଡର କେଶ ଖାଉଥିଲେ ।

NetDoctor

ଡ଼ାକ୍ତର ବି.ରବି.ଗୋପୀନାଥଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ପ୍ରାୟ ଦେଢ଼ ଘଣ୍ଟାର ଅସ୍ତ୍ରୋପଚାର କରି ଶିଶୁଙ୍କ ପେଟରୁ ୨ କିଲୋ କେଶ ବାହାର କରିଥିଲେ । ଅସ୍ତ୍ରୋପଚାର ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଠିକ ରହିଥିବା ବେଳେ ତାଙ୍କ ଓଜନ ଅଢ଼େଇ କିଲୋ ବଢ଼ିଯାଇଛି । ଡ଼ାକ୍ତରଙ୍କ ଅନୁଯାୟୀ ରେପୁଞ୍ଜେଲ ସିନ୍‌ଡ଼୍ରୋମ ଏକ ବିରଳ ରୋଗ ଓ ଏହା ଦୁନିଆରେ ବହୁତ କମ ଲୋକଙ୍କୁ ହୋଇଥାଏ ।

ସମ୍ବନ୍ଧିତ ଖବର