ବୁଦ୍ଧିମାନ ବ୍ୟକ୍ତିଙ୍କ ଭିତରେ ମଧ୍ୟ ରହିଥାଏ ଏହି ଖରାପ ଅଭ୍ୟାସ: କ’ଣ ଆପଣଙ୍କର ବି ଅଛି ଏପରି ଅଭ୍ୟାସ

ମନୁଷ୍ୟର ମସ୍ତିଷ୍କ ସମାନ ରହିଥିଲେ ମଧ୍ୟ ସମସ୍ତଙ୍କ ଠାରେ ଜ୍ଞାନ ଭିନ୍ନ ଭିନ୍ନ ରହିଥାଏ । କିଛି ବ୍ୟକ୍ତି ବୁଦ୍ଧିମାନ , କିଛି କମ ବୁଦ୍ଧିମାନ ଏବଂ କିଛି ମନ୍ଦବୁଦ୍ଧିର ହୋଇଥାନ୍ତି । ବୁଦ୍ଧିମାନ ଲୋକଙ୍କ ପାଖରେ ସମସ୍ତ ପ୍ରଶ୍ନର ଉତ୍ତର ରହିବା ସହ ସମସ୍ତ ଅସୁବିଧାର ସମାଧାନ ରହିଥାଏ । କଥାରେ ଅଛି କେବେ କୌଣସି ବ୍ୟକ୍ତି ସଂପୂର୍ଣ୍ଣ ହୋଇ ନଥାନ୍ତି । ଠିକ ସେହିପରି ବୁଦ୍ଧିମାନ ଲୋକଙ୍କ ପାଖରେ ମଧ୍ୟ ଦେଖାଯାଇଥାଏ କିଛି ଖରାପ ଅଭ୍ୟାସ । ଆସନ୍ତୁ ଜାଣିବା ଏହା ବିଷୟରେ…

କଥା-କଥାରେ ରାଣ ପକାଇବା: ଛୋଟ ଛୋଟ କଥାରେ ରାଣ ପକାଉଥିବା ବ୍ୟକ୍ତିଙ୍କ ଉପରେ କେବେ ମଧ୍ୟ ବିଶ୍ୱାସ କରିବା ଉଚିତ ନୁହଁ । ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଏପରି ରାଣ ପକାଉଥିବା ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ବ୍ୟବହାର ସାଧାରଣ ଲୋକଙ୍କ ଠାରୁ ଭିନ୍ନ ରହିଥାଏ ।

FeedFad

ବୁଦ୍ଧିମାନ ଲୋକଙ୍କ ଠାରେ କମ ମାତ୍ରାର ନିଦ ଦେଖାଯାଇଥାଏ । ଆଜ୍ଞା ହଁ , ଏକ ଗବେଷଣାରୁ ଜଣାପଡ଼ିଛି ବୁଦ୍ଧିବାନ ବ୍ୟକ୍ତିଙ୍କୁ ରାତିରେ କମ ନିଦ ଆସିଥାଏ । ଏହି ବର୍ଗର ବ୍ୟକ୍ତି ରାତିରେ ଡ଼େରିରେ ଶୋଇବା ସହ ସକାଳୁ ଜଲଦି ଉଠି ଯାଇଥାନ୍ତି । ରାତିରେ ୧୧ଟା ପୂର୍ବରୁ ଶୋଇଥିବା ବ୍ୟକ୍ତିଙ୍କର ଆଇକ୍‌୍ୟୁ ୭୫ ରହିଥିବା ବେଳେ ରାତି ୧ଟା ପାଖିପାଖି ଶୋଇଥିବା ବ୍ୟକ୍ତିଙ୍କ ଠାରେ ଆଇକ୍ୟୁ ୧୨୫ ଦେଖାଯାଇଥାଏ ।

ବୁଦ୍ଧିମାନ ବ୍ୟକ୍ତିଙ୍କ ପାଖରେ ଆଉ ଏକ ଖରାପ ଅଭ୍ୟସ ଦେଖାଯାଇଥାଏ । ଏହି ବର୍ଗର ବ୍ୟକ୍ତି କେବେ ମଧ୍ୟ ନିଜ ଜିନିଷ ସଜାଡ଼ି ରଖିନଥାନ୍ତି ।ତାଙ୍କ ଅନୁଯାୟୀ ଅସଜଡ଼ା ଜିନିଷ ଦ୍ୱାରା ଅଧିକ ଭାବନାର ଶକ୍ତି ମିଳିଥାଏ ।

ସମ୍ବନ୍ଧିତ ଖବର