ବାଂଲାଦେଶର ଏକମାତ୍ର ମହିଳା ରିକ୍ସା ଚାଳକ : ହେଲମେଟ୍‌ ଓ ଶାଢ଼ି ପିନ୍ଧି ଚଳାନ୍ତି ରିକ୍ସା

ନୂଆଦିଲ୍ଲୀ : ବିଶ୍ୱରେ ମହିଳା ସଶସ୍ତ୍ରୀକରଣ ବିଷୟରେ ଅନେକ ଆଲୋଚନା ଚାଲୁଛି। ତେବେ ଏହାକୁ ପ୍ରମାଣିତ କରିଛନ୍ତି ବାଂଲାଦେଶର ଚିଟ୍ଟାଗଙ୍ଗ୍‌ ଅଞ୍ଚଳର ବସଷ୍ଟାଣ୍ଡରେ ଶାଢ଼ି ଏବଂ ହେଲମେଟ ପିନ୍ଧି ରିକ୍ସା ଚଲାଉଥିବା ମୌସମ ଜାମିନ୍‌ ।ବାଂଲାଦେଶରେ ଏକମାତ୍ର ମହିଳା ରିକ୍ସା ଚାଳକ ଭାବେ ଜଣାଯାଉଥିବା ମୌସମଙ୍କୁ ‘କ୍ରେଜି ଆଣ୍ଟି’ ବୋଲି ଲୋକେ ଡ଼ାକିଥାନ୍ତି । ଲୋକଙ୍କଠାରୁ ଅନେକ କଥା ଶୁଣାଇବା ପରେ ମଧ୍ୟ ମୌସମ ତାଙ୍କ ପରିବାର ଚଳାଇବା ପାଇଁ ଏଥିରୁ ହଟି ନାହାନ୍ତି।

gaonconnection

ସୂଚନା ଅନୁଯାୟୀ , ବିଶ୍ୱରେ ମହିଳା ସଶକ୍ତିକରଣର ଉଦାହରଣ ସାଜିଥିବା ମୌସମ ବାଙ୍ଗଲାଦେଶର ଏକମାତ୍ର ମହିଳା ରିକ୍ସା ଚାଳକ । ୪୫ ବର୍ଷିୟା ମୌସୁମ ନିଜର ତିନି ପୁଅଙ୍କ ଖର୍ଚ୍ଚ ଉଠାଇବା ପାଇଁ ରୋଜଗାରର ଏହି ରାସ୍ତା ଆପଣାଇଛନ୍ତି । ବର୍ତ୍ତମାନ ମୌସମ ପ୍ରତିଦିନ ରିକ୍ସା ଚଳାଇ ୫୦୦-୬୦୦ ଟଙ୍କା ରୋଜଗାର କରିଥାନ୍ତି । ରୋଜଗାରର ପ୍ରାରମ୍ଭିକ ଦିନମାନଙ୍କରେ ମୌସମଙ୍କୁ କେହି ଗ୍ରାହକ ମିଳୁନଥିଲେ । ଯଦି ବି କେହି ଗ୍ରାହକ ମିଳୁଥିଲେ ସେ ତାଙ୍କୁ ଉପଯୁକ୍ତ ଅର୍ଥ ପ୍ରଦାନ କରୁନଥିଲେ । ଏହାପରେ ମଧ୍ୟ ମୌସମ ହାର ନମାନି ରିକ୍ସା ଚଳାଇବା ଚାଲୁ ରଖିଥିଲେ ।
ନିଜର ରିକ୍ସା ଚଳାଇବା ବିଷୟରେ ମୌସମ କହିଛନ୍ତି “ଠାକୁର ମତେ ଦୁଇ ହାତ ଏବଂ ଗୋଡ଼ ଦେଇଛନ୍ତି । ତା’ହାଲେ ମୁଁ କାହିଁକି କାହା ସମ୍ନାରେ ଭିକ ମାଗିବା ପାଇଁ ହାତ ପତାଇବି । ମୁଁ ନିଜ ପରିବାର ଏବଂ ମୋର ତିନି ପୁଅଙ୍କୁ ପୋଷିବା ପାଇଁ ରିକ୍ସା ଚଳାଉଛି। ମୁଁ କିଛି ଦିନ ଏକ ଫ୍ୟାକ୍ଟ୍ରିରେ କାମ କରିବା ପରେ ଟଙ୍କା ନ ନିଅଣ୍ଟ ହେବାରୁ ଜଣଙ୍କ ଠାରୁ ରିକ୍ସା ଭଡ଼ାରେ ଆଣି ଚଳାଇବା ଆରମ୍ଭ କଲି । ଏହା ଦ୍ୱାର ମୋର ଠିକଠାକ୍‌ ରୋଜଗାର ହୋଇଥାଏ ଏବଂ ମୁଁ ମୋର ପରିବାର ସଠିକ ଭାବେ ଚଳାଇପାରୁଛି। ”

gaonconnection

ମୌସମ ରିକ୍ସା ଚଳାଇବା ସମୟରେ ନିଜର ସୁରକ୍ଷାର ସଂପୂର୍ଣ୍ଣ ଧ୍ୟାନ ରଖିଥାନ୍ତି । ସେ ଶାଢ଼ି ପିନ୍ଧି ରିକ୍ସା ଚଳାଇବା ସହ ମୁଣ୍ଡରେ ଦୁର୍ଘଟଣାରୁ ବଞ୍ଚିବା ପାଇଁ ହେଲମେଟ ପିନ୍ଧିଥାନ୍ତି । ମୌସମ ମହିଳାଙ୍କ ପାଇଁ ଉଦାହରଣ ସାଜିବା ସହ ଟ୍ରାଫିକ ନିୟମ ମାନିବାର ମଧ୍ୟ ଉଦାହରଣ ପାଲିଟିଛନ୍ତି । ଏଥିପାଇଁ ତାଙ୍କୁବାଂଲାଦେଶ ଟ୍ରାଫିକ୍‌ ପୁଲିସ ଧନ୍ୟବାଦ ଜ୍ଞାପନ କରିଛି।

ସମ୍ବନ୍ଧିତ ଖବର