ଏଟିଏମରୁ ଟଙ୍କା ନ ବାହାରିଲେ ବ୍ୟାଙ୍କ ଦେବ ଦିନକୁ ଶହେ ଟଙ୍କା!

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏଟିଏମ୍‌ କାରବାର। ଏହାଦ୍ୱାରା ଅନେକ ସୁବିଧା ମିଳିଥାଏ। କିନ୍ତୁ ଅନେକ ସମୟରେ ଏଟିଏମ୍‌ରୁ ଟଙ୍କା ଉଠାଇଲା ବେଳେ ଏଟିଏମ୍‌ରୁ ଟଙ୍କା ନ ବାହାରି ଆକାଉଣ୍ଟରୁ ବାଲାନ୍ସ କଟିଯାଇଥାଏ। ଏପରି ସ୍ଥଳେ ଗ୍ରାହକମାନେ ଚିନ୍ତିତ ହୋଇପଡନ୍ତି। ତେବେ ଏଥିରେ ବିଚଳିତ ନ ହୋଇ ବ୍ୟାଙ୍କରେ ଅଭିଯୋଗ କରନ୍ତୁ। ୭ ଦିନ ମଧ୍ୟରେ ଏହାର ସମାଧାନ ହୋଇଯିବ। ଯଦି ୭ ଦିନ ମଧ୍ୟରେ ବ୍ୟାଙ୍କ ଗ୍ରାହକଙ୍କ ଅଭିଯୋଗର ନିବାରଣ ନକରେ ତେବେ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରେ ପ୍ରତିଦିନ ୧୦୦ ଟଙ୍କା ଲେଖାଏ ଜମା କରିବାକୁ ବାଧ୍ୟ ହୋଇଥାଏ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନିୟମ ବ୍ୟାଙ୍କମାନଙ୍କ ଉପରେ ଲାଗୁ କରିଛି। କିନ୍ତୁ ଲୋକମାନେ ଏହି ନିୟମ ଉପରେ ଅବଗତ ନଥିବାରୁ ଏହାର ଫାଇଦା ଉଠାଇ ପାରିନଥାନ୍ତି । ଏଟିଏମ ଜରିଆରେ କାରବାର କରିବା ସମୟରେ ଏହି ନିୟମ ଲାଗୁ ହୋଇଥାଏ।

ଏସବିଆଇ ମୁତାବକ, ଯଦି ଆପଣ ଏଟିଏମରୁ ଟଙ୍କା ଉଠାଣ ସମୟରେ ଟଙ୍କା ନବାହାରି ଆକାଉଣ୍ଟରୁ ଟଙ୍କା କଟେ ତେବେ ସେଭଳି ପରିସ୍ଥିତିରେ ପ୍ରଥମେ ବ୍ୟାଙ୍କରେ ଏକ ଅଭିଯୋଗ କରିବାକୁ ପଡିଥାଏ। ବ୍ୟାଙ୍କ ଏହି ସମସ୍ୟାକୁ ମାତ୍ର ୭ଦିନ ମଧ୍ୟରେ ସମାଧାନ କରିବା ଅର୍ନିବାର୍ଯ୍ୟ ହୋଇଥାଏ। ଯଦି ୭ ଦିନ ମଧ୍ୟରେ ବ୍ୟାଙ୍କ ଗ୍ରାହକଙ୍କ ଅଭିଯୋଗର ନିବାରଣ ନକରେ ତେବେ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରେ ପ୍ରତିଦିନ ୧୦୦ ଟଙ୍କା ଲେଖାଏ ଜମା କରିବାକୁ ବାଧ୍ୟ ହୋଇଥାଏ। ଟଙ୍କା ଜମା କରିବା ପାଇଁ ଗ୍ରାହକଙ୍କୁ କୌଣସି ପଦକ୍ଷପ ନେବାକୁ ପଡିନଥାଏ। ବ୍ୟାଙ୍କ ନିଜ ତରଫରୁ ଗ୍ରାହକଙ୍କ ଆକାଉଣ୍ଟରେ ପ୍ରତିଦିନ ଏକ ଶହ ଟଙ୍କା ଜମା କରି ଚାଲିଥାଏ। କିନ୍ତୁ ଗ୍ରାହକମାନେ ମଧ୍ୟ ଗୋଟିଏ କଥା ଧ୍ୟାନରେ ରଖିବା ନିହାତି ଆବଶ୍ୟକ, ଏଟିଏମ କାରବାର କରିବା ସମୟରେ ଅସୁବିଧାରେ ପଡିଲେ ୩୦ଦିନ ମଧ୍ୟରେ ବ୍ୟାଙ୍କରେ ଅଭିଯୋଗ କରିବାକୁ ପଡିଥାଏ। ଯଦି କୌଣସି ବ୍ୟକ୍ତି ୩୦ ଦିନ ପରେ ଅଭିଯୋଗ କରେ ତେବେ ତାଙ୍କ ଉପରେ ଏହି ନିୟମ ଲାଗୁ ହେବନାହିଁ।

ସମ୍ବନ୍ଧିତ ଖବର