ଭାଲେଣ୍ଟାଇନ୍ସ ଡେ’ରେ ପତ୍ନୀ ମିସେଲ୍‌ଙ୍କ ପ୍ରତି ଏଭଳି ଶୈଳୀରେ ପ୍ରେମ ନିବେଦନ କଳେ ଓବାମା

ଓ୍ଵାସିିଂଟନ: ଭାଲେଣ୍ଟାଇନ୍ସ ଡେ’ରେ ଅନେକ ରସିକ ପ୍ରବୃତ୍ତିର ବ୍ୟକ୍ତି ନିଜ ପତ୍ନୀ କିମ୍ବା ପ୍ରେମିକାଙ୍କୁ ଭିନ୍ନ ଭିନ୍ନ ତରିକାରେ ଶୁଭେଚ୍ଛା ଜଣାଇ ଥାଆନ୍ତି। ଏ ବର୍ଷ ଏହି ସ୍ୱତନ୍ତ୍ର ଦିବସରେ ଚର୍ଚ୍ଚା ପାଲଟିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ସେ ତାଙ୍କ ପତ୍ନୀ ମିସେଲ୍‌ ଓବାମାଙ୍କୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଯେଉଁଭଳି ଭାବେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ସେଥିରୁ ପତ୍ନୀଙ୍କ ପ୍ରତି ଥିବା ତାଙ୍କର ଭଲପାଇବା ସ୍ପଷ୍ଟ ଫୁଟି ଦିଶୁଛି।

ଓବାମା ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ତାଙ୍କର ଓ ପତ୍ନୀଙ୍କର ଏକ ଯୁଗଳ ଫଟୋ ଅପ୍‌ଲୋଡ କରିଛନ୍ତି। ଫଟୋଟିରେ ଦେଖିବାକୁ ମିଳିଛି ଯେ ବାରାକ ପତ୍ନୀଙ୍କ ସହ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ମିସେଲ୍‌ ବି ସବୁଥର ପରି ଫଟୋରେ ବେଶ୍‌ ନିଆରା ଲାଗୁଛନ୍ତି।

ସେ ଫଟୋଟିକୁ ଅପ୍‌ଲୋଡ୍‌ କରି ତାହା ତଳେ ଲେଖିଛନ୍ତି, ‘ନିଆରା, ସ୍ମାର୍ଟ ଓ ସୁନ୍ଦର ମିସେଲ୍‌ ଓବାମାଙ୍କୁ ଭାଲେଣ୍ଟାଇନ୍ସ ଡେ’ରେ ଶୁଭେଚ୍ଛା। ଏହା ସତ ଯେ ସେ ‘ମୋଟୋନ୍‌’ ପାଇଁ ଡ୍‌୍ୟାନ୍ସ ଫ୍ଲୋରକୁ ଓହ୍ଲାଇଛନ୍ତି।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ‘ମୋଟୋନ୍‌’ ହେଉଛି ଆମେରିକାର ପ୍ରସିଦ୍ଧ ମ୍ୟୁଜିକ୍‌ ରେକର୍ଡିଂ କମ୍ପାନି।

ସମ୍ବନ୍ଧିତ ଖବର