ଦେଖନ୍ତୁ, କିପରି ଭଜନ ଶୁଣିବା ପାଇଁ ଗୁମ୍ଫାରୁ ବାହାରି ଆସନ୍ତି ମା’ ଭାଲୁ ସହିତ ତା’ର ଦୁଇ ଛୁଆ…
ଭୋପାଳ: ଶୀର୍ଷକ ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କି ଭଜନ ଶୁଣିବା ପାଇଁ ଗୁମ୍ଫାରୁ କିପରି ଭାଲୁ ବାହାରି ଆସିଥାଆନ୍ତି? ଏପରି ବାସ୍ତବରେ ହୋଇଥାଏ ନା କାଳ୍ପନିକ? ଆଜ୍ଞା ହଁ ଏଭଳି ଘଟଣା ବାସ୍ତବରେ ଘଟୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆମର ଦେଶରେ ଥିବା ଆଧ୍ୟାତ୍ମିକ ଶକ୍ତି ପୀଠ ଓ ଅନେକ ପ୍ରାଚୀନ ଧାର୍ମିକସ୍ଥଳୀ ପାଇଁ ସାରା ଦୁନିଆରେ ଆମ ଦେଶ ଏକ ଭିନ୍ନ ପରିଚିତ ହାସଲ କରିଛି। ଏଭଳି କ୍ଷେତ୍ରରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାରେ ଖଡ଼ାଖୋହ ଜଙ୍ଗଲ ଭିତରେ ରାଜମାଡ଼ା ନଦୀ ଘେରି ରହିଥିବା ଏକ ପ୍ରାଚୀନ ଧାର୍ମିକସ୍ଥଳୀ ରହିଛି। ଏହି ଦୁର୍ଗମସ୍ଥଳରେ ସୀତାରାମ ବାବାଙ୍କ ଆଶ୍ରମ ରହିଛି। ଏହି ଆଶ୍ରମରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳୁଛି।
शहडोल के राजमाड़ा में सीताराम बाबा की कुटिया में रामवन में जब दौड़े आते हैं भालू! @ndtvindia @SrBachchan @narendramodi_in @ChouhanShivraj @OfficeOfKNath @myogiadityanath @sachin_rt @LATunleashed #KuttiStory #KuttiStoryHits1MLikes #AskSushantSinha #KuttiStoryRecords pic.twitter.com/xuCRg0u2uC
— Anurag Dwary (@Anurag_Dwary) February 15, 2020
ସୀତାରାମ ବାବାଙ୍କ ଆଶ୍ରମ ଏକ କୁଡ଼ିଆରେ ନିର୍ମିତ ହୋଇଛି। ଏହି ଆଶ୍ରମର ବିଶେଷତ୍ୱ ହେଉଛି, ପ୍ରତିଦିନ ସୀତାରାମ ବାବା ଯେମିତି ହିଁ ନିଜ ବାଦ୍ୟଯନ୍ତ୍ର ସହିତ ଭଗବାନଙ୍କ ଭଜନ ବୋଲିବା ଆରମ୍ଭ କରିଥାଆନ୍ତି, ଭଗବାନଙ୍କ ଏହି ଭଜନ ଶୁଣି ପାଇଁ ଦୁର୍ଗମ ଜଙ୍ଗଲର ଗୁମ୍ଫା ଭିତରୁ ମା’ ଭାଲୁ ସହିତ ତାର ଦୁଇ ଛୁଆ ବାହାରି ଆସିଥାଆନ୍ତି। କେବଳ ଏତିକି ନୁହେଁ ଭଜନ ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟମାନଙ୍କୁ ଏମାନେ କିଛି କ୍ଷତି ପହଞ୍ଚାଇ ନଥାଆନ୍ତି।
ଆଶ୍ଚର୍ଯ୍ୟର କଥା ହେଉଛି, ଭଜନ ଶୁଣିବା ପାଇଁ ଗୁମ୍ଫାରୁ ବାହାରି ଆସିଥିବା ମା’ ଓ ଛୁଆ ଭାଲୁ ଭଜନ ଶେଷ ହେବା ପରେ ପ୍ରସାଦ ସେବନ କରିବା ପରେ ଯାଇ ସେ ସ୍ଥାନ ଛାଡ଼ି ଯାଉଥିବା ଦେଖିବାକୁ ମିଳିଥାଏ।