ସାଧାରଣତଃ, ଲୋକମାନେ ବିୟର ପିଇବା ପରେ ବୋତଲକୁ ଫୋପାଡି ଦେଇଥାନ୍ତି। କିନ୍ତୁ ଏହି ବିୟର ବୋତଲକୁ ଏକାଠି କରି ଥାଇଲ୍ୟାଣ୍ଡର ବୌଦ୍ଧ ଭିକ୍ଷୁମାନେ ଏକ ମନ୍ଦିର ତିଆରି କରିଛନ୍ତି। ବୌଦ୍ଧ ଭିକ୍ଷୁମାନେ ପ୍ରାୟ ୧୦ ଲକ୍ଷ ବିୟର ବୋତଲ ଏକାଠି କରି ୱାଟ ପ ଚେଦି ଖେବ ନାମକ ଏକ ମନ୍ଦିର ର୍ନିମାଣ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ଦିରର ପ୍ରତିଟି ଜିନିଷ କେବଳ ବିୟର ବୋତଲରେ ହିଁ ତିଆରି କରାଯାଇଛି। ସବୁଜ ଏବଂ ବାଦାମୀ ରଙ୍ଗର ବୋତଲରେ ତିଆରି କରାଯାଇଥିବା ଏହି ମନ୍ଦିର ଖୁବ ସୁନ୍ଦର ହୋଇଛି। ଅନେକ ଦୁର ଦୁରାନ୍ତରରୁ ଲୋକ ଏହି ମନ୍ଦିରକୁ ଦେଖିବା ପାଇଁ ଆସୁଛନ୍ତି। ମନ୍ଦିର କାନ୍ଥରେ ବୋତଲରେ ତିଆରି କରାଯାଇଥିବା କାରୁକାର୍ଯ୍ୟ ଲୋକମାନଙ୍କ ମନକୁ ବେଶ ଆକୃଷ୍ଟ କରିଛି।
ଥାଇଲ୍ୟାଣ୍ଡରେ ର୍ନିମିତ ଏହି ମନ୍ଦିରକୁ ୧୯୮୪ରେ ତିଆରି କରାଯାଇଥିଲା। ୧୦ ଲକ୍ଷରୁ ବି ଅଧିକ ବିୟର ବୋତଲକୁ ବ୍ୟବହାର କରି ଏହି ମନ୍ଦିରକୁ ର୍ନିମାଣ କରାଯାଇଛି। କୁହାଯାଉଛିକି ଆଜିଠାରୁ ପ୍ରାୟ ୩୦ ବର୍ଷ ପୂର୍ବେ ବୌଦ୍ଧ ଭିକ୍ଷୁମାନେ ସମୁଦ୍ରରେ ପଡୁଥିବା ଆବର୍ଜନାକୁ ନେଇ ବହୁ ଚିନ୍ତିତ ଥିଲେ। ତେଣୁ ଏହି ସମସ୍ୟାକୁ ଦୁର କରିବା ପାଇଁ ସମୁଦ୍ରରେ ଭାସୁଥିବା ବିୟର ବୋତଲ ଗୁଡିକୁ ଏକାଠି କରି ମନ୍ଦିର ନିର୍ମାଣ କରିଥିଲେ। ବୌଦ୍ଧ ଭିକ୍ଷୁମାନେ ବିୟର ବୋତକୁ ବ୍ୟବହାର କରି କେବଳ ମନ୍ଦିର ତିଆରି କରିନଥିଲେ, ମନ୍ଦିର ସହିତ ସୌଚାଳୟ, ପାଣି ଟାଙ୍କି ଭଳି ଅନେକ ଆକର୍ଷଣୀୟ ବସ୍ତୁ ମଧ୍ୟ ତିଆରି କରିଥିଲେ।
ଏଥିରୁ ଗୋଟିଏ କଥା ପ୍ରମାଣ ହେଉଛି ଯେ, ଲୋକଙ୍କ ଭାବନା ଉପରେ ନିର୍ଭର କରୁଛି କେଉଁଟା ଠିକ ଏବଂ କେଉଁଟା ଭୁଲ। ମନୁଷ୍ୟ ବିୟର ବୋତଲକୁ ସେତେବେଳେ ବ୍ୟବହାର କରେ ଯେତେବେଳେ ସେଥିରେ ବିୟର ଭରି ହୋଇ ରହିଥାଏ। ବିୟର ସରିଗଲା ପରେ ବୋତଲକୁ ବାହାରେ ଫିଙ୍ଗି ଦେଇଥାଏ। କିନ୍ତୁ ଫୋପାଡି ଦିଆଯାଇଥିବା ବୋତଲରୁ ଏପରି ଏକ ସୁନ୍ଦର ମନ୍ଦିର ତିଆରି କରିହେବ ବୋଲି କାହାରି ମନକୁ ଆସିନଥାଏ । ଏହି ମନ୍ଦିର ଏବେ ଏକ ପର୍ଯ୍ୟଟନ ସ୍ଥଳି ଭାବେ ପରିଚିତ।