ଏଟିଏମରୁ ମିଳିବ ବିୟର : ରାଜଧାନୀ ଦିଲ୍ଲୀରେ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିୟର ଏଟିଏମ୍‌!

0 652

ଭାରତର ରାଜଧାନୀ ଦିଲ୍ଲୀରେ ଖୁବ ଶୀଘ୍ର ଏଟିଏମରୁ ମିଳିବ ବିୟର। ଏ ବାବଦରେ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ତରଫରୁ ବିୟର ଏଟିଏମ Microbrewery ଲଗାଇବା ସମ୍ବନ୍ଧରେ ଯୋଜନା ବୋର୍ଡ ବୈଠକରେ ପ୍ରସ୍ତାବ ରଖାଯାଇଛି। ଏହାଦ୍ୱାରା ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବରେ ପାଖାପାଖି ୫୦୦ ଲିଟର କ୍ଷମତା ବିଶିଷ୍ଟ Microbrewery ସହିତ ବେଷ୍ଟ ୱାଟର ଟ୍ରିଟମେଣ୍ଟ ଲଗାଯିବ। ତେବେ ମିଳିଥିବା ସୂଚନାରୁ ଯାହା ଜଣାପଡିଛି କି, ଏହି ଯୋଜନାକୁ ନେଇ ଆପତ୍ତି ସହିତ ପରାମର୍ଶ ପାଇବା ପରେ ଏହାକୁ ସାର୍ବଜନୀକ କରାଯିବ।

Microbreweryରୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବ୍ୟବସାୟ ବିଲକୁଲ ବି ପ୍ରଭାବିତ ହେବ ନାହିଁ। ଏଭଳି ବି ଶୁଣିବାକୁ ମିଳିଛି କି, ରେଷ୍ଟୁରାଣ୍ଟରେ ପୃଥକ ଭାବରେ Microbrewery ଲଗାଇବା ଦ୍ୱାରା ମାଲିକମାନଙ୍କୁ ଆହୁରି ଅଧିକ ଫାଇଦା ମିଳିବ। ଏହା ପଛରେ କାରଣ ହେଲା, କିଛି ଲୋକ ଏଭଳି ବି ଥାଆନ୍ତି କି ସେମାନେ ବିୟର ବାହାର ଅପେକ୍ଷା ଘରେ ବେଶି ପିଇବାକୁ ପସନ୍ଦ କରିଥାନ୍ତି। ତେଣୁ ଏଭଳି ପରିସ୍ଥିତିରେ ରାଜଧାନୀ ଦିଲ୍ଲୀରେ ରାତି ୧୦ଟା ପରେ ବିୟର ଦୋକାନ ବନ୍ଦ ରହିଥାଏ। ସେହିପରି ରାତି ୧୧ଟା ପରେ ରେଷ୍ଟୁରାଣ୍ଟ ଏବଂ ବାରରେ ବି ବିୟର ଦେବାକୁ ରୋକଠୋକ ମନା କରିଦିଅନ୍ତି ଦୋକାନୀମାନେ। ଏଭଳି ପରିସ୍ଥିତିରେ Microbreweryର ଯୋଜନାରୁ ବିୟର ପିଇବାର ସଉକିନ ରଖିଥିବା ଲୋକଙ୍କୁ ଏହା ଅତି ସହଜରେ ମିଳିଯିବ।

ସେହିପରି ମିଳିଥିବା ସୁଚନାରୁ ଜଣାପଡିଛି କି, ଦିଲ୍ଲୀରେ ମାଷ୍ଟର ପ୍ଲାନ ୨୦୨୧ରେ Microbrewery ଯୋଜନା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ହେଲେ ଚଳିତ ବର୍ଷ ପ୍ଲାନରେ ସଂଶୋଧନ କରାଯାଇଛି। ଏହି ସଂଶୋଧନରେ ହୋଟେଲ , ରେଷ୍ଟୁରାଣ୍ଟ ଏବଂ କ୍ଲବରେ ପାଖାପାଖି ୫୦୦ ଲିଟର କ୍ଷମତା ବିଶିଷ୍ଟ Microbrewery ସହିତ ବେଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି। ସେହିପରି ବିୟର ବ୍ୟବସାୟୀଙ୍କ କଥା ଅନୁସାରେ, ସେମାନଙ୍କୁ ବି ଏହି ଯୋଜନାରୁ କୌଣସି ଅସୁବିଧା ନାହିଁ, ବରଂ ଗ୍ରାହକଙ୍କ ଇଚ୍ଛା ଏବଂ ସୁବିଧାକୁ ଆମେ ବେଶି ଗୁରୁତ୍ୱ ଦେବାକୁ ଚାହିଁବୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.