ଗୁଗଲ୍‌ରେ ଭିକାରୀ ସର୍ଚ କଲେ ଆସୁଛି ଇମ୍ରାନଙ୍କ ଫଟୋ

ନୂଆଦିଲ୍ଲୀ: ଭାରତ ସହ ଶତ୍ରୁତା କରିବା ପାକିସ୍ତାନକୁ ଏବେ ମହଙ୍ଗା ପଡିଛି। ବିଶ୍ୱସ୍ତରରେ ପାକିସ୍ତାନ ଏବେ ଏକଘରକିଆ ହୋଇଛି। ଆଉ ଏଭଳି ସମୟରେ ଇଣ୍ଟରନେଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବେଜିତ କରାଯାଉଛି। ଇମ୍ରାନଙ୍କ ଭଳିକି ଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ନ ହସି ରହି ପାରିବେ ନାହିଁ। କାରଣ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭିକାରୀ ବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଇଣ୍ଟରନେଟ ସର୍ଚ ଇଞ୍ଚିନ ଗୁଗୁଲରେ ଭିକାରୀ ଟାଇପ୍‌ କରି ସର୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଆସୁଛି। ଯେଉଁଥିରେ ଇମ୍ରାନ ଗୋଟିଏ ଭିକ୍ଷା ଥାଳ ଧରି ବସିଥିବାର ଦେଖିବାକୁ ମିଳୁଛି। ଏହାଛଡା ଇମ୍ରାନଙ୍କ ଆଉ କିଛି ଫଟୋ ମଧ୍ୟ ଦେଖିବାକୁ ମିଳୁଛି। ଫେସବୁକ ଓ ଟ୍ଵିଟ୍‌ରରେ ଏହି ଫଟୋ ସେୟାର କରାଯିବା ସହ ଇମ୍ରାନଙ୍କ ମଜାକ ଉଡାଉଛନ୍ତି ବ୍ୟବହାରକାରୀ।

BBC

ପାକିସ୍ତାନର ବ୍ୟବହାରକାରୀ ଏଥିପାଇଁ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଦାୟୀ କରିଛନ୍ତି। ପାକିସ୍ତାନ ବ୍ୟବହାରକାରୀଙ୍କ କହିବା ଅନୁଯାୟୀ, ଗୁଗୁଲର ସିଇଓ ସୁନ୍ଦର ପିଚାଇ ଭାରତୀୟ ହୋଇଥିବାରୁ ଇମ୍ରାନଙ୍କ ଫଟୋକୁ ଏଭଳି ଚିତ୍ରଣ କରାଯାଉଛି। ତେବେ ଏନେଇ ଗୁଗୁଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ଏହାପୂର୍ବରୁ ମଧ୍ୟ ଗୁଗୁଲରେ ଭିକାରୀ ସର୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇମ୍ରାନଙ୍କ ଫଟୋ ଆସୁଥିଲା। ଯେଉଁଥିପାଇଁ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ପାକିସ୍ତାନ ପକ୍ଷରୁ ସମନ ଜାରି କରାଯାଇ ଏହାର ଉତ୍ତର ମଗାଯାଇଥିଲା। ସେତେବେଳେ ଏହାର ପୂରା କାରଣ ବୁଝାଇ ଦେଇଥିଲେ ସୁନ୍ଦର।

ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳାଉଛି ପାକିସ୍ତାନ। ଭାରତ ସହ ବାଣିଜ୍ୟିକ ସମ୍ପର୍କ ତୁଟାଇବା ପରେ ଏବେ ପାକିସ୍ତାନରେ ସ୍ଥିତି ସାଂଘାତିକ ହୋଇଛି। ପୂର୍ବରୁ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନ ଏବେ ଦେବାଳିଆ ଦ୍ୱାର ଦେଶରେ ପହଞ୍ଚିଛି। ଆଉ ଏହାପରେ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ମୁହଁତୋଡ଼ ଦେଖାଇବା ଛାଡିନି।

ସମ୍ବନ୍ଧିତ ଖବର