ଜାଣନ୍ତୁ ‘ଓମ୍‌ ନମୋଃ ଶିବାୟ’ ଜପ କରିବାର ଫାଇଦା, ରହିଛି ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ କାରଣ

ସଂହାରକର୍ତ୍ତା ଶିବଙ୍କୁ ତୃପ୍ତ କରାଇବାର ସବୁଠାରୁ ସହଜ ଓ ଉତ୍ତମ ମନ୍ତ୍ର ହେଉଛି ‘ଓମ୍‌ ନମୋଃ ଶିବାୟ’। ଏହି ମନ୍ତ୍ର ଜପ କରିବା ଦ୍ୱାରା ଉଭୟ ଶରୀର ଓ ମନ ଫୂର୍ତ୍ତି ରହେ ବୋଲି ବିଶ୍ୱାସ କରାଯାଏ। ଏହି ମନ୍ତ୍ରଟି କେବଳ ଶିବଙ୍କୁ ତୃପ୍ତ କରାଇବା ପାଇଁ ନୁହେଁ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଶରୀରରେ ଏକ ଅଦ୍ଭୂତ କମ୍ପନ ସୃଷ୍ଟି ହୋଇଥାଏ, ଯାହା ଉଭୟ ଶରୀର ଓ ମନକୁ ଆୟତ୍ତରେ ରଖେ।

ଆପଣ ନିଶ୍ଚୟ ଜାଣିଥିବେ ଯେ ‘ଓମ୍‌’ ଶବ୍ଦଟି ହେଉଛି ସଂସାରର ସବୁଠାରୁ ଶକ୍ତିଶାଳୀ ଶବ୍ଦ। ‘ନମୋଃ ଶିବାୟ’ ଭିତରେ ଯେଉଁ ପାଞ୍ଚଟି ଅକ୍ଷର ରହିଛି ତାହାର ବି ଭିନ୍ନ ଅର୍ଥ ରହିଛି।

ନ: ପୃଥିବୀ
ମ:ଜଳ
ଶି:ଅଗ୍ନୀ
ବା:ବାୟୁ
ୟ:ମହାକାଶ

ଏହି ‘ନମୋଃ ଶିବାୟ’ ମଧ୍ୟରେ ସଂପୂର୍ଣ୍ଣ ପ୍ରକୃତି ରହିଛି। ଏହି ମନ୍ତ୍ର ଜପ କରିବା ଦ୍ୱାରା ପ୍ରକୃତିଦତ ସମସ୍ତ ଶକ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

ସମ୍ବନ୍ଧିତ ଖବର