ଡେଙ୍ଗୁ ଓ ମ୍ୟାଲେରିଆରୁ ବଞ୍ଚିବାକୁ ଚାହୁଁଛନ୍ତି? ପାଳନ୍ତୁ ଗମ୍ବୁସିଆ ମାଛ !

ନୂଆଦିଲ୍ଲୀ: କଥାରେ ଅଛି ମାଛ ଖାଇଲେ ଶକ୍ତି ମିଳେ । କିନ୍ତୁ ଆପଣଙ୍କୁ ଯଦି କିଏ କହେ ମାଛ ପାଳିଲେ ରୋଗ ଦୂର ହୋଇଯାଏ, ତା’ହେଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏହା ଶତପ୍ରତିଶତ ସତ ଓ ସରକାର ମଧ୍ୟ ଏଥି ପ୍ରତି ଗୁରୁତ୍ୱ ଦେଉଛନ୍ତି । ସୂଚନା ମୁତାବକ ଗମ୍ବୁସିଆ ନାମକ ମାଛର ବିଶେଷତ୍ୱ ହେଲା, ଏହା ପାଣିରେ ବୃକ୍ଷ ଲତା ଖାଇବା ବଦଳରେ ମଶାମାନେ ଦେଉଥିବା ଡିମ୍ବକୁ ଖାଇବାକୁ ପସନ୍ଦ କରିଥାଏ । ଏହା ଫଳରେ ମଶା ସଂଖ୍ୟା କମିଯାଏ ଓ ଆଖପାଖରେ ବସବାସ କରୁଥିବା ଲୋକଙ୍କୁ ମଶାଦ୍ୱାରା ହେଉଥିବା ଡେଙ୍ଗୁ ମ୍ୟାଲେରିଆ ହେବାର ଭୟ ଦୂର ହୋଇଯାଏ ।

Finterest

ଦିଲ୍ଲୀରେ ବେଳେବେଳ ଡେଙ୍ଗୁ ଓ ମେଲେରିଆ ମହାମାରୀର ରୂପ ନେଇଯାଏ । ମଶା ମାରିବା ପାଇଁ ବିଭିନ୍ନ ସ୍ଥାନରେ କୀଟନାଶକ ପକା ଯାଉଛି କିନ୍ତୁ କୀଟନାଶକ ପ୍ରୟୋଗ ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡୁଛି । ଏହାକୁ ନଜରରେ ରଖି ସରକାର ଜୈବିକ ଉପାୟରେ କିପରି ମଶାବଂଶ ବୃଦ୍ଧି ରୋକା ଯାଇପାରିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି । ଯେଉଁ ସବୁ ସ୍ଥାନରେ ମଶାମାନେ ବଂଶ ବୃଦ୍ଧି କରିବାର ଆଶଙ୍କା ଅଛି ସେହି ସବୁ ଅଞ୍ଚଳରେ ପାଣି ଜମାଥିବା ସ୍ଥାନରେ ଗମ୍ବୁସିଆ ମାଛକୁ ଛାଡୁଛନ୍ତି ।

ସମ୍ବନ୍ଧିତ ଖବର