ଚାପ ମୁକ୍ତ ରହିବାକୁ ପୁଲିସ ଅଧିକାରୀ ବାହାର କଲେ ଏଭଳି ସ୍ୱତନ୍ତ୍ର ଉପାୟ

ବେଙ୍ଗାଲୁୁରୁ: ଅପରାଧୀକୁ ନିୟନ୍ତ୍ରଣ କରିବା ସହିତ ନାଗରିକଙ୍କ ସୁରକ୍ଷା ଏହି ଦୁଇଟି ପୁଲିସ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ୱ ହୋଇଥାଏ। ପୁଲିସ ଚାକିରି କରିବା ଏକ ସହଜ କାମ ହୋଇ ନଥାଏ। ଡ୍ୟୁଟି କରୁଥିବା ସମୟରେ ପୁଲିସ କର୍ମଚାରୀଙ୍କ ପାଇଁ ପ୍ରତି ମୁହୂର୍ତ୍ତ ଚାପଗ୍ରସ୍ତ ରହିଥାଏ। ଅନେକ କ୍ଷେତ୍ରରେ ସେମାନଙ୍କୁ ବିଶ୍ରାମ ପାଇଁ ବି ସମୟ ମିଳି ନଥାଏ। ଏଭଳି ପରିସ୍ଥିତିରେ ଚାପ ମୁକ୍ତ ରହିବାକୁ ବେଙ୍ଗାଲୁରୁ ସହର ପୁଲିସ ଏକ ସ୍ୱତନ୍ତ୍ର ଉପାୟ ଆପଣାଇଛି।

 

ବେଙ୍ଗାଲୁରୁର ଉତ୍ତର-ପୂର୍ବ ବିଭାଗର ପୁଲିସ ଅଧିକାରୀଙ୍କ ପାଇଁ ଏକ ଜୁମ୍ବା ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ପୁଲିସ ଅଧିକାରୀ ଯୋଗ ଦେଇ ନିଜକୁ ସାମିଲ କରି ଚାପମୁକ୍ତ କରିବା ସହିତ ଖୁବ୍‌ ମଜା ବି କରିଥିଲେ। ପୁଲିସ ଅଧିକାରୀଙ୍କ ଏହି ସମୟର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଏହି ଭିଡିଓକୁ ଟୁଇଟରରେ ପାୟଲ ମେହଟ୍ଟା ସେୟାର କରିଛନ୍ତି।

ବେଙ୍ଗାଲୁରୁର ଉତ୍ତର-ପୂର୍ବ ବିଭାଗର ଡିସିପି ଭିମଶଙ୍କର ଗୁଲେଦଙ୍କ କହିବାନୁସାରେ, ଜୁମ୍ବା ନୃତ୍ୟ କାର୍ଯ୍ୟକ୍ରମକୁ ଆମେମାନେ ଏଥିପାଇଁ ଚୟନ କରିଥିଲୁ, କାରଣ ଏହା ସମନ୍ଵୟ ରକ୍ଷା ହେବା ସହିତ ଦଳକୁ ସଶକ୍ତି କରିବାରେ ସାହାଯ୍ୟ କରିଥାଏ ଓ ଅଧିକାରୀଙ୍କୁ ସୁସ୍ଥ ବି ରଖିଥାଏ।

ସମ୍ବନ୍ଧିତ ଖବର