୧୦ଦିନ ଧରି ଅଖିଆ ଅପିଆ ପଡ଼ି ରହିଥିବା ଯୁବକଙ୍କୁ ନୂଆ ଜୀବନ ଦେଲେ ଟ୍ରାଫିକ୍‌ ପୁଲିସ

ମୁମ୍ବାଇ : ଦୁନିଆରେ ପ୍ରତିଦିନ ଏଭଳି ଅନେକ ଘଟଣା ଘଟୁଛି । ପ୍ରତିଦିନ ଖବର କାଗଜରେ ଦୁଷ୍କର୍ମ ଭଳି ଅମାନବୀୟ କାଣ୍ଡର ବିଭିନ୍ନ ଖବର ପଢ଼ିବାକୁ ମିଳିଥାଏ । ଏହାକୁ ପଢ଼ି ସମାଜରେ ଲୋକମାନଙ୍କ ମଧ୍ୟରେ ଆଉ ମାନବିକତା ନାହିଁ ବୋଲି ମନ ହୋଇଥାଏ । କିନ୍ତୁ ଏତେ ସବୁ ମଧ୍ୟରେ ମୁମ୍ବାଇରେ ଏକ ଏଭଳି ଘଟଣା ଘଟିଛି, ଯାହା ସମାଜରେ ଏବେ ବି ମାନବିକତା ବଞ୍ଚିଥିବା ନେଇ ପ୍ରମାଣ କରିଛି । ମୁମ୍ବାଇର ଜଣେ ଟ୍ରାଫିକ ପୁଲିସ ୧୦ଦିନ ହେଲା ଖାଇ ନ ଥିବା ଯୁବକଙ୍କୁ ଖାଇବାକୁ ଦେଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଇବା ଖବର ଏବେ ଚର୍ଚ୍ଚାରେ ରହିଛି ।

 

 

View this post on Instagram

 

Follow?@indiatimesinsta for more worthy content. . . “He was unable to walk and speak. He hadn’t eaten anything for 10 days. Shinde was pleading to me, ‘mujhe bacha lo, mai jeena chahta hun (Please save me, I want to live)’,” Tamboli told mid-day. On June 26,  Mehboob Tamboli was headed for lunch when he noticed someone gesturing at him — asking for food. Tamboli went closer and saw a feeble man crawling outside the three-wheeler. He immediately got the man some food, juice and water, and contacted the police control room for an ambulance. Shinde had come to Mumbai from his hometown at Bansiwada village in Jalna nearly four months ago in search of employment. He ended up doing odd jobs in different restaurants at Bandra West and slept on footpaths or under bridges. About 15 days ago, he took shelter in an autorickshaw that was towed by the Bandra traffic division and parked under Mahim Causeway bridge. However, crippled by sprain, he remained stuck there, without food and water, for 10 days. Source: Mid-day . . #humanity #humans #bestpeople #storyoftheday

A post shared by Indiatimes (@indiatimesinsta) on

ସୂଚନା ମୁତାବକ, ମାରୁତୀ ସିନ୍ଦେ ନାମକ ଜଣେ ଯୁବକ ମୁମ୍ବାଇ କାମ କରିବାକୁ ଆସି ବିଭିନ୍ନ ହୋଟେଲରେ କାମ କରିବା ଆରମ୍ଭ କରିଥିଲେ । କାମ ସାରି ସେ ସବୁ ବେଳେ ରାସ୍ତା କଡ଼ରେ, ବ୍ରିଜ ତଳେ ବା ପାଖରେ ରଖା ଯାଉଥିବା ଅଟୋରେ ଶୋଇ ରାତ୍ରିଯାପନ କରନ୍ତି । କିନ୍ତୁ ୧୦ଦିନ ପୂର୍ବରୁ ସେ କାମ ସାରି ଆସି ଅଚଳ ହୋଇ ପଡ଼ିଥିବା ଏକ ଅଟୋରେ ଶୋଇ ପଡ଼ିଥିଲେ । ପରଦିନ ସକାଳୁ ତାଙ୍କ ଶରୀରରେ ହଠାତ କୌଣସି ସମସ୍ୟା ହେବାରୁ ସେ ଉଠି ବାହାରକୁ ଆସି ପାରି ନଥିଲେ କି କାହାକୁ ଡ଼ାକି ପାରି ନ ଥିଲେ । ମୁମ୍ବାଇରେ ଲଗାଣ ବର୍ଷା ପାଇଁ କେହି ତାଙ୍କ ଆଡକୁ ଧ୍ୟାନ ମଧ୍ୟ ଦେଇ ନଥିଲେ । ଏଭଳି ୧୦ଦିନ ବିତି ଯାଇଥିଲା । ନ ଖାଇ ନ ପିଇ ସେ ଅଟୋ ଭିତରେ ପଡ଼ି ରହିଥିଲେ ।

୧୦ଦିନ ପରେ ଟ୍ରାଫିକ୍‌ ପୁଲିସ ମେହେବୁବ୍‌ ତାମ୍ବୋଲେଙ୍କୁ ଦେଖି ମାରୁତୀ ବହୁ କଷ୍ଟରେ ହାତ ହଲାଇ, ମୋତେ ବଞ୍ଚାଇ ଦିଅ, ମୁଁ ବଞ୍ଚିବାକୁ ଚାହେଁ ବୋଲି କହିଥିଲେ । ଏହା ଦେଖି ତୁରନ୍ତ ମଧ୍ୟାହ୍ନ ଭୋଜନ ପାଇଁ ଯାଉଥିବା ତାମ୍ବୋଲେ ଆସି ମାରୁତୀଙ୍କୁ ଖାଦ୍ୟ, ପାଣି ଏବଂ ଜୁସ୍‌ ଦେବା ପରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କ ସଂପର୍କୀୟମାନଙ୍କୁ ଡ଼କାଇ ମାରୁତୀଙ୍କୁ ହସ୍ତାନ୍ତର କରିଥିଲେ ତମ୍ବୋଲେ । ଏବେ ମାରୁତୀ ନିଜ ଘରେ ଥିବା ବେଳେ ସୁସ୍ଥ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର