ଏବେ ନିଜର ନାଁ ବଦଳାଇବାକୁ ଚାହୁଁଛି ପାକିସ୍ତାନ! ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ : ପାକିସ୍ତାନ ଏବେ ନିଜର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି । ଏହି ଖବରଟି ଶୁଣି ସମସ୍ତେ ଭାରତର ବିରୋଧି ଦେଶ ପାକିସ୍ତାନ କଥା ଭାବୁଥିବା ନିଶ୍ଚୟ । କିନ୍ତୁ ଆମେ ଏଠାରେ ବିହାରରେ ଥିବା ଏକ ଗାଁ ବିଷୟରେ କହୁଛୁ । ଯାହାର ନାଁ ରହିଛି ପାକିସ୍ତାନ । ଗାଁର ନାଁକୁ ବଦଳାଇବା ପାଇଁ ଅନେକ ଥର ନିବେଦନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ହୋଇନାହିଁ ।

pakistan
indiatimes.com

ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ପାକିସ୍ତାନ ଥିବା ବେଳେ ପ୍ରାୟ ୧୨୦୦ଜଣ ଲୋକ ସେଠାରେ ବସବାସ କରନ୍ତି । ୧୯୪୭ରେ ସେହି ଗାଁରେ ରହୁଥିବା ମୁସ୍‌ଲିମ୍‌ମାନେ ପାକିସ୍ତାନ ଚାଲିଯିବା ପରେ ସେମାନଙ୍କ ସ୍ମୃତିରେ ଗାଁର ନାଁ ପାକିସ୍ତାନ ରଖାଯାଇଥିଲା । ଯାହା ପାଇଁ ଏବେ ଗ୍ରାମବାସୀଙ୍କୁ ଅନେକ ସମସ୍ୟାର ସାମ୍ନାକୁ କରିବାକୁ ପଡ଼ୁଛି । ଗାଁର ଯୁବକ-ଯୁବତୀଙ୍କ କେହି ବିବାହ କରିବାକୁ ରାଜି ହେଉ ନଥିବା ବେଳେ ପାକିସ୍ତାନ ସହ କୌଣସି ସଂପର୍କ ନଥାଇ ମଧ୍ୟ ଲୋକେ ତାଙ୍କୁ ପାକିସ୍ତାନୀ ବୋଲି କହୁଛନ୍ତି ।

ସମ୍ବନ୍ଧିତ ଖବର