ଭାରତରେ ରହିଛି ଏଭଳି ଏକ ଶିବ ମନ୍ଦିର ଯେଉଁଠାରେ ପ୍ରତି ୧୨ ବର୍ଷ ଥରେ ଶିବଲିଙ୍ଗ ଉପରେ ପଡେ ବିଜୁଳି!

ଭାରତରେ ଭଗବାନ ଶିବଙ୍କ ଅନେକ ଅଦ୍ଭୁଦ ମନ୍ଦିର ରହିଛି । ଏହି ମନ୍ଦିର ଭିତରୁ ଗୋଟିଏ ହେଉଛି କୁଲ୍ଲୁରେ ଥିବା ବିଜୁଳି ମହାଦେବ । କୁଲ୍ଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଂଗମ ପାଖରେ ଥିବା ଉଚ୍ଚ ପର୍ବତ ଉପରେ ବିଜୁଳି ମହାଦେବଙ୍କ ପ୍ରାଚୀନ ମନ୍ଦିର ରହିଛି । କୁଲ୍ଲୁ ଘାଟିରେ ଏଭଳି ମାନ୍ୟତା ରହିଛି କି ଏହି ଘାଟି ଏକ ବିଶାଳକାୟ ସାପ ଭଳି ରହିଛି ଏବହ ପୁରାଣରେ ଏହି ସାପକୁ ଭଗବାନ ଶିବ ବଧ କରିଥିବା ମଧ୍ୟ ଶୁଣିବାକୁ ମିଳେ । ଯେଉଁ ସ୍ଥାନରେ ଶିବଲିଙ୍ଗ ରହିଛି ସେଠାରେ ପ୍ରତି ୧୨ ବର୍ଷରେ ଥରେ ବିଜୁଳି ମାରିଥାଏ । ବିଜୁଳି ମାରିବା ପରେ ଶିବଲିଙ୍ଗ ଖଣ୍ଡବିଖଣ୍ଡିତ ହୋଇଥାଏ । ଯାହାପରେ ଏଠାକାର ପୂଜାରୀ ଏହି ଖଣ୍ଡବିଖଣ୍ଡିିତ ଶିବଲିଙ୍ଗକୁ ଲହୁଣୀ ସାହାଯ୍ୟରେ ଯୋଡିଥାନ୍ତି । କିଛି ମାସ ପରେ ଏହି ଲିଙ୍ଗ ପୁଣି ଶକ୍ତ ହୋଇଯାଏ ।

ଲୋକଙ୍କ ମାନ୍ୟତା ଅନୁସାରେ ବିଜୁଳି ଲୋକମାନଙ୍କ ଉପରେ ଯେଭଳି ନ ପଡୁ ଏଥିପାଇଁ ମହାଦେବ ନିଜ ଉପରକୁ ଏହି ସଂକଟ ନେଇଯାନ୍ତି । ତେଣୁ ଏହି ସ୍ଥାନର ନାଁ ମଧ୍ୟ ବିଜୁଳି ମହାଦେବ ରହିଛି। କୁଲ୍ଲୁ ଠାରୁ ଏହି ମନ୍ଦିରର ୭ କି.ମି. ଦୂରରେ ରହିଛି । ଶିବରାତ୍ରି ଅବସରରେ ଏଠାରେ ଭକ୍ତଙ୍କ ଭିଡ ଲାଗିଥାଏ । ଏହି ସ୍ଥାନ ସମୁଦ୍ର ସ୍ତର ଠାରୁ ୨୪୫୦ ମିଟର ଉଚ୍ଚତାରେ ରହିଛି ।

ସମ୍ବନ୍ଧିତ ଖବର