ମୁମ୍ବାଇ: କଥାରେ ଅଛି ‘ଯାହାକୁ ରଖିବ ଅନନ୍ତ କେ କରି ପାରେ ବଳବନ୍ତ’। ଏଭଳି ଏକ ଘଟଣା ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି। ଜଣେ ବାଇକ୍ ଚାଳକ ମୁଣ୍ଡରେ ହେଲମେଟ୍ ପିନ୍ଧି ବାଇକ୍ ଚଳାଉଥିଲେ। ବାଇକ୍ ଚାଳକ ତାଙ୍କ ପାଖ ଦେଇ ଯାଉଥିବା ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସେ ଟ୍ରକ୍ ସହ ପିଟି ହୋଇଥିଲେ। ଏହାପରେ ସେ ତଳେ ପଡି ଯାଇଥିଲେ ଓ ଟ୍ରକ୍ ଚକା ତାଙ୍କ ମୁଣ୍ଡ ଉପରେ ଚଢ଼ି ଚାଲି ଯାଇଥିଲା। ଭଗବାନଙ୍କ ଚମତ୍କାର ବି ବଡ଼ ବିଚତ୍ର। ଏତେ ବଡ଼ ଦୁର୍ଘଟଣାରେ ଘଟିଥିଲେ ହିଁ ଚାଳକଙ୍କ ଜୀବନ ସୂତେ ସୂତେରେ ବର୍ତ୍ତି ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଯୁବକଙ୍କ ପଛ ପଟେ ଆସୁଥିବା ଅନ୍ୟ ଗାଡ଼ି ଚାଳକ ଏହି ଦୃଶ୍ୟକୁ ଦେଖି କିଛି ସମୟ ପାଇଁ ସ୍ତବ୍ଧ ହୋଇ ରହିଯାଇଥିଲେ। ଯୁବକଙ୍କ ଜୀବନ ଟ୍ରକ୍ ଚକା ତଳେ ଚାଲିଗଲା ବୋଲି ଭାବୁଥିବା ସମୟରେ ଯୁବକ ଛାଡିଝୁଡା ହୋଇ ଉଠିଥିଲେ। କେବଳ ତାଙ୍କ ହେଲମେଟ୍ ଟି ଦୁଇଫାଳ ହୋଇଯାଇଥିଲା। ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। ଏମିତି ବି ଘଟିପାରେ ବୋଲି ବିଶ୍ୱାସ କରି ପାରି ନଥିଲେ।
ଏହି ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ପରେ ଆଇପିଏସ୍ ଅଧିକାରୀ ରୋଶନ୍ ତିଲକ୍ ନିଜର ଟୁଇଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରି ଲେଖିଥିଲେ, ‘ସବୁ ସମୟରେ ନୁହେଁ, ବରଂ କେତେକ ସମୟରେ ହେଲମେଟ୍ ଆମର ଜୀବନ ବଞ୍ଚାଇ ଦେଇଥାଏ। ତେଣୁ ଗାଡ଼ି ଚଳାଇବା ସୟରେ ସବୁବେଳେ ହେଲମେଟ୍ ପିନ୍ଧନ୍ତୁ।’
Watch how Helmet helped him#roadsafety pic.twitter.com/cL1tpYK6XZ
— Raj Tilak Roushan, IPS (@rtr_ips) January 10, 2019