ବିକିନି ପିନ୍ଧି ରାସ୍ତାରେ ବୁଲୁଥିଲେ ବିଦେଶୀ : ପୁଲିସ ପିନ୍ଧାଇଲେ କପଡ଼ା

ନୂଆଦିଲ୍ଲୀ : ସାଧାରଣତଃ ଲୋକଙ୍କର ଏପରି ଭାବନା ଥାଏ କି ବିଦେଶୀମାନେ ସେମାନଙ୍କ ଅନୁସାରେ ପୋଷାକ ପିନ୍ଧିଲେ କୌଣସି ଅସୁବିଧା ନାହିଁ। ସେଥିପାଇଁ କୌଣସି ନିୟମ ରହିନାହିଁ । ତେବେ ନିକଟରେ ଫିଲିପାଇନ୍ସରେ ଦେଖିବାକୁ ମିଳିଛି ଏକ ଘଟଣା ଯେଉଁଠାରେ ବିକିନି ପିନ୍ଧି ରାସ୍ତାରେ ଯାଉଥିବା ସମୟରେ ଜଣେ ମହିଳାଙ୍କୁ ପୁଲିସ ଅଟକାଇ ପୋଷାକ ପିନ୍ଧାଇଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ ।

punjabkesari

ଫିଲିପାଇନ୍ସରେ ବେହେଲଠାରେ ବୁଲିବା ପାଇଁ ଆସିଥିବା ଦୁଇ ବିଦେଶୀ ଯୁବକ-ଯୁବତୀ ଯଥାକ୍ରମେ ହାପପ୍ୟାଣ୍ଟ ଓ ବିକିନି ପିନ୍ଧି ବୁଲୁଥିବାର ଦେଖାଯାଇଥିଲା । ମହିଳାଙ୍କର ପୋଷାକ ଅଧିକ ଛୋଟ ଥିବାରୁ ରାସ୍ତାରେ ଥିବା ସ୍ଥାନୀୟ ପୁଲିସ ତାଙ୍କୁ ଅଟକାଇଥିଲା । ପରେ ଘଟଣାସ୍ଥଳକୁ ମହିଳା ପୁଲିସଙ୍କୁ ଡ଼କାଯିବା ସହ ଉଭୟ ଯୁବକ ଏବଂ ଯୁବତୀଙ୍କୁ ପୁଲିସ୍‌ ପୋଷାକ ପିନ୍ଧାଇଥିଲା । ଏହା ସହ ସହରରେ ଢ଼ଙ୍ଗର ପୋଷାକ ପିନ୍ଧିବା ପାଇଁ କହି ତାଙ୍କୁ ଛାଡ଼ିଦେଇଥିଲା । ପୁଲିସ କହିଛି, ” ଉଭୟ ଯୁବତୀ ଏବଂ ଯୁବକଙ୍କୁ ସଂଯତର ସହିତ ପୋଷାକ ପିନ୍ଧିବାକୁ କହି ସେଠାରୁ ବିଦା କରାଯାଇଥିଲା । ଏହା ଦ୍ୱାରା ବିଦେଶରୁ ବୁଲିବା ପାଇଁ ଆସୁଥିବା ବ୍ୟକ୍ତି ସ୍ଥାନୀୟ ଲୋକ ଏବଂ ତାଙ୍କର ପରମ୍ପରାକୁ ସମ୍ମାନ ଦେବେ ବୋଲି ଆମର ଆଶା ।”

ସମ୍ବନ୍ଧିତ ଖବର