ଅସ୍ତ୍ରୋପଚାର ପୂର୍ବରୁ ରୋଗୀ କାହିଁକି ଡାକ୍ତରଙ୍କୁ ଚିକେନ୍‌ ବିରିୟାନୀ ଖାଇବାକୁ ମାଗିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଦୁବାଇରେ ବସବାସ କରୁଥିବା ପେଟ କର୍କଟରେ ପୀଡିତ ଜଣେ ବ୍ୟକ୍ତି ଶେଷଥର ପାଇଁ ବିରିୟାନୀ ଖାଇବାକୁ ଇଚ୍ଛା କରିଥିଲେ। ହସ୍‌ପିଟାଲରେ ଏହି ବ୍ୟକ୍ତିଙ୍କ ଇଚ୍ଛାକୁ ପୁରଣ କରାଯିବା ପରେ ଜଟିଳ ଅସ୍ତ୍ରୋପଚାରକୁ ସଫଳତା ସହ ପୂରା କରାଯାଇଥିଲା।

ସୂଚନାଯୋଗ୍ୟ, ଇଞ୍ଜିନିୟର ଗୁଲାମ ଅବ୍ଦାସଙ୍କୁ ଗତ କିଛିଦିନ ହେବ ବାରମ୍ବାର ବାନ୍ତି ହେଉଥିଲା। ଅବ୍ଦାସଙ୍କ ଓଜନ ବି
କ୍ରମଶଃ ହ୍ରାସ ହେବାରେ ଲାଗିଥିଲା। ତେଣୁ ଚିକିତ୍ସା ପାଇଁ ଅବ୍ଦାସ ରାସିଦ୍‌ ହସ୍‌ପିଟାଲରେ ପହଞ୍ଚିଥିଲା। ଏଠାରେ ଡାକ୍ତର ଅବ୍ଦାସ ଶରୀର ଯାଞ୍ଚ କରିବା ପରେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଅଛି ବୋଲି କହିଥିଲେ। ଅବ୍ଦାସ ପେଟରେ ଏକ ବଡ଼ ଧରଣର ଟୁଇମ ଥିବା ଟେଷ୍ଟ ରିପୋର୍ଟ ଡାକ୍ତର ପାଇଥିଲେ । ସେ କର୍କଟର ତୃତୀୟ ଷ୍ଟେଜରେ ପୀଡିତ ଥିଲେ। ଡାକ୍ତର ଅବ୍ଦାସକୁ ତତ୍କାଳୀନ ଅସ୍ତ୍ରୋପଚାର ନିର୍ଦ୍ଦେଶ ଦେଇ ପେଟରୁ ଟୁୟୁମରକୁ ବାହାର କରିଥିଲେ।

ତେବେ ଅସ୍ତ୍ରୋପଚାର ପରେ ଅବ୍ଦାସ ବିନା ପକସ୍ଥଳୀରେ ବଞ୍ଚିବାକୁ ହେବ ଶୁଣି ଚିନ୍ତାରେ ପଡ଼ି ଯାଇଥିଲେ। କିଛି ସମୟ ପରେ ମନକୁ ଦୃଢ଼ କରି ସର୍ଜରି ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ କିନ୍ତୁ ଏହା ପୂର୍ବରୁ ସେ ବିରିୟାନୀ ଖାଇବାର ଇଚ୍ଛା ରଖିଛନ୍ତି ବୋଲି ଡାକ୍ତରଙ୍କୁ କହିଥିଲେ। ଡାକ୍ତରଙ୍କ ଅନୁମତି କ୍ରମେ ତାଙ୍କ ପତ୍ନୀ ଘରୁ ବିିରିୟାନୀ ବନାଇ ଆଣି ସ୍ୱାମୀକୁ ଖାଇବାକୁ ଦେଇଥିଲେ।

ଡାକ୍ତରଙ୍କ କହିବାନୁସାରେ, ଏଭଳି ମାମଲାରେ total gastrectomy ଆବଶ୍ୟକ ପଡ଼ିଥାଏ। ଡାକ୍ତର ଅଲ୍ଲୀ ଖମ୍ମାସଙ୍କ କହିବାନୁସାରେ, ଦୁବାଇରେ ଏଭଳି ଘଟଣାର ଅସ୍ତ୍ରୋପଚାର ପ୍ରଥମ। ଡାକ୍ତରି ଦଳ ଅବ୍ଦାସଙ୍କ ସଫଳତା ପୂର୍ଣ୍ଣ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ପାକସ୍ଥଳୀ ବାହାର କରି ଦେଇଥିଲେ। ବର୍ତ୍ତମାନ ଅବ୍ଦାସ ଦୁବାଇ ହସ୍‌ପିଟାଲ୍‌ରେ କେମେଥେରାପି ନେଉଛନ୍ତି।

ସମ୍ବନ୍ଧିତ ଖବର