ମଣିଷ ଶରୀରରୁ ଡାକ୍ତରମାନେ ବାହାର କରିଛନ୍ତି ୧୫ଟି ଅଦ୍ଭୁତ ଜିନିଷ; ଅାପଣ କେବେ ଭାବି ନ ଥିବେ !

ସାଧାରଣ ଭାବେ ମଣିଷ ପେଟରୁ  ଅପରେସନ କରି ଡାକ୍ତରମାନେ ପଥର ବାହାର କରିବା କଥା ଅାମେ ଜାଣିଛେ। କିନ୍ତୁ ଦେଶର ବିଭିନ୍ନ ସ୍ଥାନରୁ ମିଳିଥିବା ସୂଚନା ଅନୁସାରେ ଲୁହାକଣ୍ଟା, ବୋତଲ,ଅସରପା,କେଶ ପିଣ୍ଡୁଳା, ଛୁରି, ବ୍ଲେଡ୍‌ ଓ ପଇସା ଭଳି ଅଦ୍ଭୁତ ଜିନିଷ ମଣିଷ ଶରୀରର ବିଭିନ୍ନ ଅଂଶରୁ ବାହାରିଛି।

ଜଣେ ଆଡ଼ବାୟା ପେଟରୁ ପଶ୍ଚିମବଙ୍ଗର ଏକ ସରକାରୀ ମେଡିକାଲ କଲେଜର ଡକ୍ତରମାନେ ୬୦୦ରୁ ଊର୍ଦ୍ଧ୍ୱ ଲୁହା କଣ୍ଟା କାଢ଼ି ଥିଲେ। ଅଲ୍‌ଟ୍ରା ସାଉଣ୍ଡ୍‌ ଟେଷ୍ଟ ପରେ ତା’ ପେଟରେ ଲୁହା କଣ୍ଟା ଥିବା କଥା ଜଣା ପଡ଼ିଥିଲା।

Image Courtesy of Mid-day

ନିଜ କେଶ ଉପାଡ଼ି ଖାଉଥିବା ଜଣେ ମହିଳାଙ୍କର ଘାତ୍କୋପୁରସ୍ଥିତ ରାଜାଓ୍ଵାଡ଼ି ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ପେଟରୁ ୭୫୦ ଗ୍ରାମ ଓଜନର ଏକ କେଶ ପିଣ୍ଡୁଳା ବାହାରି ଥିଲା। ସେ ରାପୁଞ୍ଜେଲ୍‌ ସିଣ୍ଡ୍ରୋମ୍‌ ନାମକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗ ବିଶ୍ୱର ମେଡିକାଲ୍‌ ଲିଟେରେଚର୍‌ରେ ମାତ୍ର ୮୮ ଥର ଉଲ୍ଲେଖ କରାଯାଇଛି।

Image Courtesy of Mid-day

ସୁଚାରୁ ରୂପେ ନିଶ୍ୱାସ ନେବାରେ ଭୀଷଣ ଅସୁବିଧା ହେବା ଏବଂ ନାକ ପୋଡ଼ିବାରୁ ତାମିଲନାଡୁର ୪୨ ବର୍ଷୀୟ ସେଲଭି ଷ୍ଟେନ୍‌ଲି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌କୁ ଯାଇଥିଲେ। ଟର୍ଚ ଏବଂ ନାଜାଲ୍‌ ଏଣ୍ଡୋସ୍କୋପ ଯୋଗେ ଡାକ୍ତରମାନେ ତାଙ୍କ ନାକରୁ ଅବରୋଧ ହଟାଇ ଥିଲେ। ତାହା ଥିଲା ଗୋଟାଏ ପ୍ରାପ୍ତ ବୟସ୍କ ଜୀବନ୍ତ ଅସରପା। ତାକୁ କାଢ଼ିବା ପାଇଁ ୪୫ ମିନିଟ୍‌ ସମୟ ଲାଗିଥିଲା।

Image Courtesy of Mid-day

ଜଣେ କିଶୋରର ମାଢ଼ିରୁ ଜେ ଜେ ହସ୍‌ପିଟାଲ୍‌ର ଡାକ୍ତରମାନେ ୨୩୨ଟି ଦାନ୍ତ ଉପାଡ଼ିଛନ୍ତି। ଏ ଭଳି କେସ୍‌ ପୂର୍ବରୁ କେବେ ଦେଖି ନ ଥିଲେ ବୋଲି ଦନ୍ତ ବିଭାଗର ବରିଷ୍ଠ ଡାକ୍ତରମାନେ କହିଛନ୍ତି।

Image Courtesy of Mid-day

କେଇଏମ୍‌ ହସ୍‌ପିଟାଲ୍‌ର ଡାକ୍ତରମାନେ ଜଣେ ୧୪ ବର୍ଷୀୟ ବାଳିକା ପେଟରୁ ୩ କିଲୋ ଓଜନର ଏକ କେଶ ପିଣ୍ଡୁଳା ବାହାର କରିଛନ୍ତି। ପେଟ ଟାଣୁଛି ବୋଲି ସେ ଅଭିଯୋଗ କରୁଥିଲା। ପରେ ଜଣାପଡ଼ିଥିଲା ସେ ଏକ ବିଚିତ୍ର ବେମାରିରେ ଆକ୍ରାନ୍ତ ଥିବାରୁ ଗତ ୧୦ ବର୍ଷ ହେବ କେଶ ଖାଉଥିଲା।

Image Courtesy of Mid-day

ଡାକ୍ତରମାନେ ଅସ୍ତ୍ରୋପଚାର କରି ଜଣେ ୪୦ ବର୍ଷିୟ ପୁଲିସବାଲା ସୁରଜିତ ସିଂହଙ୍କ ପେଟରୁ ପ୍ରାୟ ୪୦ଟି ଛୁରି ବାହାର କରିଥିଲେ। ସେ କହିଥିଲେ କି, ସେ ଛୁରି ଖାଇବାର ଲୋଭ ସମ୍ବରଣ କରି ପାରନ୍ତି ନାହିଁ। ସେ ପଞ୍ଜାବ ପୁଲିସରେ କାମ କରନ୍ତି। ୫ ଜଣ ଡାକ୍ତର ଦୀର୍ଘ ୫ ଘଣ୍ଟା ପରିଶ୍ରମ କରି ତାଙ୍କ ପେଟରୁ ଛୁରିତକ ବାହାର କରି ଥିଲେ।

Image Courtesy of Mid-day

ମଧ୍ୟପ୍ରଦେଶ ଅନ୍ତର୍ଗତ ରେଓ୍ଵା ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ୨୬୩ଟି ମୁଦ୍ରା, ଖିଅର ହେବା ବ୍ଲେଡ୍‌ ଏବଂ ଗୋଟିଏ ଚେନ୍‌ ସମେତ ୫ କିଲୋ ଓଜନର ଲୌହ ସାମଗ୍ରୀ ବାହାର କରିଛନ୍ତି। ସଞ୍ଜୟ ଗାନ୍ଧୀ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା।

Image Courtesy of Mid-day

ଚୀନ୍‌ ଜିଆଙ୍ଗସୁ ପ୍ରଦେଶର ଡାକ୍ତରମାନେ ଜଣେ ଲୋକଙ୍କ ପେଟରୁ ଗୋଟିଏ ସିଗାରେଟ୍‌ ଲାଇଟର୍‌ କାଢ଼ିଥିଲେ। ସେଇଟିକୁ ସେ ଗୋଟାପଣେ ଗିଳି ପକାଇ ଥିଲେ। ତାହା ପୂର୍ବରୁ ସେ ଲୋକଟି ନିଶା ଔଷଧ ଖାଇଥିବା ଅନୁମାନ କରାଯାଇଛି।

Image Courtesy of Mid-day

ଜଣେ ୪୮ ବର୍ଷିୟ ରୋଗୀଙ୍କ ପାଟିରୁ ନୂଆଦିଲ୍ଲୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର୍‌ ଆଣ୍ଡ୍‌ ବାଇଲାରି ସାଇନ୍‌ସେସ୍‌ ହସ୍‌ପିଟାଲର ଡାକ୍ତରମାନେ ସଫଳତାର ସହ ଏକ ୬ ଫୁଟିଆ ଫିତାକୃମି କାଢ଼ିଛନ୍ତି। ଏଡ଼େ ଲମ୍ବା ଫିତାକୃମି ଦେଖି ଡାକ୍ତରମାନେ ଆଚମ୍ବିତ ହୋଇ ଯାଇଥିଲେ।

Image Courtesy of Mid-day

ଜଣେ ରେଳବାଇ କର୍ମଚାରୀଙ୍କର ଶରୀରର ବିଭିନ୍ନ ସ୍ଥାନରୁ ଡାକ୍ତରମାନେ ପ୍ରାୟ ୧୫୦ଟି ପିନ୍‌ ଦେଖିଥିଲେ। କୋଟାର ସେ କର୍ମଚାରୀଙ୍କ ବାୟୁ ନଳୀ, ଖାଦ୍ୟ ନଳୀ, ଭୋକାଲ୍‌ କର୍ଡ ଏବଂ ଅନ୍ୟାନ୍ୟ ଜଟିଳ ଅଙ୍ଗପ୍ରତ୍ୟଙ୍ଗରେ ସେଫ୍‌ଟି ପିନ୍‌ ଏବଂ ହାଇପୋଡର୍ମିକ୍‌ ଇଞ୍ଜେକ୍‌ସନ୍‌ ନିଡଲ୍‌ ଫୋଡ଼ି ହୋଇ ରହିଥିଲା। ଅସ୍ତ୍ରୋପଚାର କରି ମାତ୍ର ୯୨ଟି ପିନ୍‌ କଢ଼ା ଯାଇ ପାରି ଥିଲା।

Image Courtesy of Mid-day

ବାରବାଙ୍କୀର ଜଣେ ୧୦ ବର୍ଷିୟ ବାଳକ ପେଟରୁ ସାଢ଼େ ଛଅ ଇଞ୍ଚ୍‌ର ଏକ ଡାଙ୍ଗ ଡାକ୍ତରମାନେ ବାହାର କରିଥିଲେ। କିଙ୍ଗ୍‌ ଜର୍ଜ ମେଡିକାଲ୍‌ ୟୁନିଭର୍ସିଟିର ପେଡିଆଟ୍ରିକ୍‌ ସର୍ଜରି ବିଭାଗର ଡାକ୍ତରମାନେ ତା’ର ଅସ୍ତ୍ରୋପଚାର କରିଥିଲେ।

Image Courtesy of Mid-day

ଜଣେ ୧୫ ବର୍ଷିୟ ମାଲେସୀୟ ବାଳକ ପେଟରୁ ଏକ ମୃତ ଭ୍ରୁଣ ବାହାର କରାଯାଇଛି। ଭ୍ରୁଣଟି ବାଳକର ଯମଜ ଭାଇ, କିନ୍ତୁ ଗର୍ଭଧାରଣ କାଳରେ ସେ ଉତ୍ତମ ରୂପେ ବିକଶିତ ହୋଇ ପାରି ନ ଥିଲା।

Image Courtesy of Mid-day

ଜଣେ ରୋଗୀଙ୍କର ରୁଟ୍‌ କେନାଲ୍‌ ପ୍ରୋସିଜୁଅର୍‌ ସମୟରେ ଡେଣ୍ଟାଲ୍‌ ଡ୍ରିଲ୍‌ଟି ତାଙ୍କ ପବନ ନଳୀ ମଧ୍ୟକୁ ଖସି ପଡ଼ିଥିଲା। ଏହାକୁ ନାଗପୁରର ଗେଟ୍‌େଓ୍ଵଲ୍‌ ହସ୍‌ପିଟାଲର ଡାକ୍ତରମାନେ ସଫଳତାର ସହ କାଢ଼ି ପକାଇଛନ୍ତି।

Image Courtesy of Mid-day

ଜଣେ ମହିଳାଙ୍କ ଆଖିରେ ୨୭ଟି କଣ୍ଟାକ୍ଟ୍‌ ଲେନ୍‌ସ୍‌ ଲାଖି ଯାଇଥିବା ଦେଖି ଇଂଲଣ୍ଡ୍‌ ଅନ୍ତର୍ଗତ ସଲିହଲ୍‌ ହସ୍‌ପିଟାଲ୍‌ର ଡାକ୍ତରମାନେ ଚିହିଙ୍କି ଉଠିଥିଲେ। ୬୭ ବର୍ଷୀୟ ମହିଳା ଜଣକ ଏ ବାବଦରେ ପୂର୍ବରୁ କୌଣସି ଅସୁବିଧା ହୋଇଥିବା କଥା ଦର୍ଶାଇ ନ ଥିଲେ। ପରିଣତ ବୟସରେ ହିଁ ତାଙ୍କୁ କଷ୍ଟ ହୋଇଥିଲା।

Image Courtesy of Mid-day

ଭିଏତ୍‌ନାମର ଡାକ୍ତରମାନେ ଭୁଲ୍‌କ୍ରମେ ୧୮ ବର୍ଷ ତଳେ ଜଣେ ବ୍ୟକ୍ତିଙ୍କ ପେଟରେ ରହି ଯାଇଥିବା ଏକ ସର୍ଜିକାଲ୍‌ ଚିମୁଟା ବାହାର କରିଥିଲେ। ୧୯୯୮ରେ ଦୁର୍ଘଟଣାଗ୍ରସ୍ତ ହୋଇ ଅସ୍ତ୍ରୋପଚାର ହେବାବେଳେ ସେଇଟି ତାଙ୍କ ପେଟରେ ରହି ଯାଇଥିବା କଥା ବ୍ୟକ୍ତିଜଣକ କହୁଛନ୍ତି।

ସମ୍ବନ୍ଧିତ ଖବର