ଶୋଇବା ସମୟରେ ଏହି କାମ କରିବାକୁ ଭୁଲୁ ନ ଥିଲେ ଅରୁଣ ଜେଟ୍‌ଲୀ

ନୂଆଦିଲ୍ଲୀ : ୬୬ବର୍ଷ ବୟସରେ ବିଦାୟ ନେଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ । ସେ ଆର ପାରିକୁ ଚାଲି ଯାଇଥିଲେ ମଧ୍ୟ କରି ଯାଇଥିବା କାମକୁ ଆଜି ଲୋକେ ମନେ ପକାଉଛନ୍ତି । ଗତ ଦୁଇ ସପ୍ତାହ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିଥିଲେ ମଧ୍ୟ ଆଜି ତାଙ୍କୁ ହାରିବାକୁ ପଡ଼ିଥିଲା । ତେବେ ଆଜି ତାଙ୍କ ବିୟୋଗରେ ସେ କହି ଯାଇଥିବା କିଛି କଥା ଆମେ ଆପଣଙ୍କୁ ଜଣାଇବୁ ।

Related image
Business Today

ଏକ ସାକ୍ଷତକାରରେ ରାଜନୀତିରେ ସେ କେଉଁ ଦୁଇ ନେତାଙ୍କ ପ୍ରଶଂସକ ତାହା ଜଣାଇଥିଲେ । ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ବଡ଼ ପ୍ରଶଂସକ ବୋଲି ସାକ୍ଷାତକାରରେ ଜଣାଇଥିଲେ ଅରୁଣ ଜେଟ୍‌ଲୀ । ୨୦୧୬ରେ ଦେଇଥିବା ଏକ ସାକ୍ଷାତକାରରେ ଅରୁଣ ଜେଟ୍‌ଲୀ କହିଥିଲେ, ଯେତେବେଳେ ଆପଣ ଏହି ଦୁଇ ନେତାଙ୍କୁ ଭେଟିବେ, ସେ ସମୟକୁ କେବେ ହେଲେ ଭୁଲି ପାରିବେ ନାହିଁ । ତେବେ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବାର ସଉକ ମଧ୍ୟ ରଖୁଥିଲେ ଜେଟ୍‌ଲୀ । ତାଙ୍କୁ ଅଷ୍ଟ୍ରିୟା, ସୁଇଜରଲାଣ୍ଡ ଓ କଶ୍ମୀର ଭଳି ସ୍ଥାନ ବୁଲିବା ବହୁତ ପସନ୍ଦ ଥିଲା । ପ୍ରତିଦିନ ରାତି ୧୦ଟାରେ ସେ ଶୋଇବା ଘରକୁ ଯିବା ସହ ଶୋଇବା ପୂର୍ବରୁ ପୁରୁଣା ହିନ୍ଦୀ ଫିଲ୍ମର ଗୀତ ଶୁଣୁଥିଲେ । ଗୀତ ନ ଶୁଣି ସେ ଶୋଇ ପାରନ୍ତି ନାହିଁ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର