ଭାରତର ଏହି ମନ୍ଦିରରେ ଆଜି ମଧ୍ୟ ଚାଲିଛିି ତନ୍ତ୍ର ସାଧନା

ଗୁଣିଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର ଆଦି ଆମେ କେବଳ କାହାଣୀରେ ଶୁଣିଛେ । ତେବେ ଆଜିର ସମୟରେ ପ୍ରକୃତରେ ତନ୍ତ୍ର ବିଦ୍ୟାର ପ୍ରୟୋଗ ରହିଛି କି ନାହିଁ ତାହା ସଠିକ ଭାବେ କହିହେବ ନାହିଁ । ତେବେ ଭାରତରେ ଏପରି ଅନେକ ମନ୍ଦିର ରହିଛି ଯେଉଁଠାରେ ପୂଜା ନାମରେ କରାଯାଇଥାଏ ତନ୍ତ୍ର ସାଧନା । ଏଥିପାଇଁ ଏହି ମନ୍ଦିରକୁ ଯିବା ପାଇଁ ଲୋକ ଭୟ ଅନୁଭୂତ କରିଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ମନ୍ଦିର ବିଷୟରେ

ଓଡ଼ିଶାର ବେତାଳ ମନ୍ଦିର

bethala-temple

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଅଷ୍ଟମ ଶତାବ୍ଦୀରୁ ନିର୍ମିତ ହୋଇଥିଲା ବେତାଳ ମନ୍ଦିର । ଏହି ମନ୍ଦିରରେ ଶକ୍ତିଶାଳୀ ଚାମୁଣ୍ଡାଙ୍କର ମା କାଳୀଙ୍କର ରୂପ ପୂଜା ପାଆନ୍ତି । ଏହି ମନ୍ଦିରରେ ସବୁବେଳେ ତାନ୍ତ୍ରିକ ସାଧାନ କରାଯାଇଥାଏ।

ହିମାଞ୍ଚଳ ପ୍ରଦେଶର ବେଜନାଥ ମନ୍ଦିର

Native Planet

ଏହି ମନ୍ଦିରରେ ଶିବ ଭଗବାନଙ୍କର ଆରଧାନ କରାଯାଇଥାଏ। ମନ୍ଦିରରେ ଶିବ ଭଗବାନ ଲିଙ୍ଗ ରୂପରେ ବିଦ୍ୟମାନ ଅଛନ୍ତି। ଏହି ମନ୍ଦିରର ପରିସରରେ ଥିବା ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ହୋଇଥାଏ । ଏହି ମନ୍ଦିର ଖାସ କରି ତାନ୍ତ୍ରିକ ସାଧାନ ପାଇଁ ଜଣାଯାଏ ।

କୋଲକାତାର କାଳୀଘାଟ ମନ୍ଦିର

Indian Mythology

କୋଲକତାର କାଳୀଘାଟ ମନ୍ଦିର ମୁଖ୍ୟତଃ ତାନ୍ତ୍ରୀକ ସାଧନା ପାଇଁ ପ୍ରସିଦ୍ଧ । ଏଥିପାଇଁ ମଧ୍ୟ ଏହି ମନ୍ଦିରରେ ଲୋକଙ୍କର ଅଧିକ ଭିଡ଼ ଜମିଥାଏ ବୋଲି କୁହାଯାଇଥାଏ। ଏପରି ମଧ୍ୟ କୁହାଯାଇଥାଏ କି ଏହି ମନ୍ଦିରରେ ସତୀଙ୍କର ଆଙ୍ଗୁଠି ପଡ଼ିଥିଲା ।

ଆସାମର କାମାକ୍ଷା ମନ୍ଦିର

acchitips.com

ଆସାମ ଗୌହାଟି ଷ୍ଟେସନର ୧୦ କିଲୋମିଟର ଦୂରରେ ଥିବା ନିଳାଞ୍ଚଳ ପାହାଡ଼ ଠାରେ ଉପସ୍ଥିତ । ଏହି ମନ୍ଦିରଠାରେ ତନ୍ତ୍ର ବିଦ୍ୟା ଉତ୍ପତି ହୋଇଛି ବୋଲି କୁହାଯାଇଥାଏ । ସତୀଙ୍କର ଶରୀରର ଏକ ଭାଗ ସେଠାରେ ପଡ଼ିଥିଲା ସେଥିପାଇଁ ସେହି ସ୍ଥାନରେ ଏହି ମନ୍ଦିର ପ୍ରସ୍ତୁତ କରାଯାଇଛି ବୋଳି କୁହାଯାଇଥାଏ।

ମାଇଣ୍ଟଆବୁ ସିରୋହୀର ଉଚଲେଶ୍ୱର ମହାଦେବ ମନ୍ଦିର

YouTube

ଉଚଲାଶ୍ୱର ମହାଦେବ ମନ୍ଦିର ରାଜସ୍ଥାନର ହିଲଷ୍ଟେସନ ମାଉଣ୍ଟଟଆବୁ ଠାରେ ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ଶିବଙ୍କର ଆଙ୍ଗୁଠି ପୂଜା ପାଇଥାଏ। ଏହି ମନ୍ଦିରରେ ଥିବା ଶିବ ଲିଙ୍ଗ ଦିନକୁ ତିନି ଥର ଏହାର ରଙ୍ଗ ବଦଳି ଥାଏ।

ସମ୍ବନ୍ଧିତ ଖବର