ଏପରି ଏକ ଗାଁ ଯେଉଁଠି ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ! ଜାଣନ୍ତୁ କାହିଁକି?

ଏପରି ଏକ ଗାଁ ଯେଉଁଠାରେ ସମସ୍ତେ ଅନ୍ଧ। ମହିଳା ଠାରୁ ଆରମ୍ଭ କରି ପୁରୁଷ ଯାଏ ଏବଂ ପଶୁ ଠାରୁ ଆରମ୍ଭ କରି ପକ୍ଷୀ ପର୍ଯ୍ୟନ୍ତ ଏଠାରେ ସମସ୍ତେ ଅନ୍ଧ। ଏହି ଗାଁରେ ପକ୍ଷୀ ଉଡି ପାରନ୍ତି ନାହିଁ କି ପଶୁ ଶିକାର କରିପାରନ୍ତି ନାହିଁ। କେବଳ ସେତିକି ନୁହେଁ ଏଠାରେ ମଣିଷଙ୍କର ଆଖି ଥାଇ ମଧ୍ୟ ଏଠାରେ କେହି ଦେଖି ପାରନ୍ତି ନାହିଁ। ଶୁଣିବାକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ବାସ୍ତବରେ ଏପରି ଏକ ଗାଁ ଅଛି।

ଟିଲେ୍‌ଟପକ ନାମକ ଏହି ଗାଁରେ ଜୋପୋଟେକ ଜନଜାତୀର ଲୋକ ବାସ କରନ୍ତି। ଏଠାରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ରେଡ୍‌ ଇଣ୍ଡିଆନ ବାସ କରନ୍ତି। ଏଠାରେ ପ୍ରାୟ ୭୦ଟି ଘର ରହିଛି ଯେଉଁଥିରେ ଝରକା ରଖାଯାଇ ନାହିଁ। କାରଣ ଏଠାକାର ଲୋକମାନେ ଦୃଷ୍ଟିହୀନ ହୋଇଥିବାରୁ ସେମାନଙ୍କୁ ଆଲୋକ ଦରକାର ପଡିନଥାଏ। ଦୃଷ୍ଟିଶକ୍ତି ନଥିବା କାରଣରୁ ଏଠାକାର ଲୋକମାନେ ପଥର ଉପରେ ଶୋଇବା ସହ ଖାଦ୍ୟରେ ଫଳ ମୂଳ ଖାଇ ବଞ୍ଚିଥାନ୍ତି। ଏହି ଲୋକମାନେ ନାଚ ଗୀତ କରି ମନୋରଞ୍ଜନ ମଧ୍ୟ କରିଥାନ୍ତି। ତେବେ ପ୍ରଶ୍ନ ଉଠୁଛି ଏହି ଗାଁର ଲୋକମାନେ ଅନ୍ଧ କିପରି ହୋଇଯାଆନ୍ତି ?

photo by : Patrika

ସୂଚନା ମୁତାବକ, ଏହି ଗାଁରେ ପିଲା ଜନ୍ମ ହେବା ସମୟରେ ସାଧାରଣ ପିଲାଙ୍କ ଭଳି ଦେଖିପାରେ କିନ୍ତୁ କିଛି ଦିନ ବିତିବା ପରେ ପିଲାମାନେ ଧିରେ ଧିରେ ଅନ୍ଧ ହୋଇଯାଇଥାନ୍ତି। ତେବେ ଗାଁ ଲୋକଙ୍କ କହିବା ଅନୁସାରେ ଗାଁରେ ଲାବଜୁଏଜା ନାମକ ଏକ ଗଛ ରହିଛି ଯାହାକୁ ଦେଖିବା ପରେ ଭଲ ଲୋକ ମଧ୍ୟ ଅନ୍ଧ ହୋଇଯାଇଥାନ୍ତି। ଏ କଥା ଶୁଣିବା ପରେ ବୈଜ୍ଞାନିକମାନେ ମଧ୍ୟ ଏହି ଗାଁ ଆଡକୁ ଆକର୍ଷିତ ହୋଇଥିଲେ ଏବଂ ଏହାର ଯାଞ୍ଚ ମଧ୍ୟ କରିଥିଲେ।

ବୈଜ୍ଞାନିକଙ୍କ ଏକ ଅନୁଧ୍ୟାନରୁ ଜଣାପଡିଛି କି, ଏପରି କୌଣସି ଗଛ ନାହିଁ ଯାହାକୁ ଦେଖିଲେ ମଣିଷ ଏବଂ ପଶୁ ପକ୍ଷୀ ଅନ୍ଧ ହୋଇଯିବେ। ଏହା ଗାଁ ଲୋକଙ୍କର ଏକ ଅନ୍ଧ ବିଶ୍ୱାସ। ପ୍ରକୃତ କଥା ହେଉଛି ଏହି ସ୍ଥାନରେ ଏକ ବିଶାକ୍ତ ମାଛି ଅଛି। ଏହି ମାଛି ଲୋକ ଏବଂ ପଶୁ ପକ୍ଷୀଙ୍କୁ କାମୁଡିବା ଦ୍ୱାରା ମଣିଷ ଏବଂ ପଶୁ ପକ୍ଷୀ ଅନ୍ଧ ହୋଇଯାଉଛନ୍ତି। ବିଷାକ୍ତ ମାଛି କାମୁଡିବା ଦ୍ୱାରା ବିଷାକ୍ତ ଜୀବାଣୁ ରକ୍ତରେ ମିଶିଥାଏ ଏବଂ ଧିରେ ଧିରେ ସେହି ଜୀବାଣୁ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ। ଶରୀରର ଶିରା ପ୍ରଶିରା ଫୁଲିବାକୁ ଲାଗିଥାଏ ଏବଂ କିଛି ଦିନ ମଧ୍ୟରେ ଲୋକ ତାର ଦୃଷ୍ଟିଶକ୍ତି ହରାଇ ବସିଥାଏ।

ସମ୍ବନ୍ଧିତ ଖବର