ଜୁଲାଇ ମାସରେ ହେବ ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଏବଂ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ!

ଚଳିତ ବର୍ଷ ଜୁଲାଇ ୨୭ ତାରିଖରେ ହେବାକୁ ଯାଉଛି ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଏବଂ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଆଷାଢ ମାସ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ପଡୁଛି। ଏହି ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୪୩ ମିନିଟ ପର୍ଯ୍ୟନ୍ତ ରହିବ ଏବଂ ଏହା ଭାରତ ସମେତ ଦକ୍ଷିଣ ଆମେରିକା, ଆଫ୍ରିକା, ପଶ୍ଚିମ ଏସିଆ, ଅଷ୍ଟ୍ରେଲିଆ ଏବଂ ୟୁରୋପରେ ମଧ୍ୟ ଦୃଶ୍ୟମାନ ହେବ। ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀ ମାସ ୩୧ ତାରିଖରେ ପ୍ରଥମ ଚନ୍ଦ୍ରଗ୍ରହଣ ହୋଇଥିଲା। ତେବେ ଜୁଲାଇ ମାସରେ ହେବାକୁ ଥିବା ଚନ୍ଦ୍ରଗ୍ରହଣକୁ ନେଇ କୁହାଯାଉଛି ଯେ, ଏହା ବ୍ଲାଡମୁନ୍‌ ହେବ।

ତେବେ ଏହି ବ୍ଲାଡମୁନ୍‌ କଣ ହୋଇଥାଏ ? ଚନ୍ଦ୍ର ଗୋଟିଏ ମାସରେ ଦୁଇ ଥର ସମ୍ପୂର୍ଣ୍ଣ ଭାବେ ନଜର ଆସିଥାଏ। ତେବେ ଯେତେବେଳେ ଦ୍ୱିତୀୟ ଥର ଚନ୍ଦ୍ର ଦେଖାଯାଇଥାଏ, ଏହାକୁ ବ୍ଲୁ ମୁନ୍‌ କୁହାଯାଏ ଏବଂ ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀର ଛାଇ କାରଣରୁ ପୃଥିବୀ ପୃଷ୍ଠରୁ ଚନ୍ଦ୍ର କଳା ଦେଖାଯାଇଥାଏ। ଏହି ଚନ୍ଦ୍ରଗ୍ରହଣ ସମୟରେ କିଛି ସେକେଣ୍ଡ ପାଇଁ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଲାଲ୍‌ ଦେଖାଯାଇଥାଏ। ଏହାକୁ ବ୍ଲାଡମୁନ୍‌ କୁହାଯାଏ।

photo by : The Inquisitr

ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ରର ମଝିରେ ଆସିଥାଏ ଏବଂ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ। ତେବେ ଚନ୍ଦ୍ରଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ପୃଥିବୀ ଏମିତି ଭାବରେ ଆସିଥାଏ, ଯେଉଁଥିରେ ପୃଥିବୀର ଛାଇରେ ଚନ୍ଦ୍ରର ପୁରା କିମ୍ବା ଅଧା ଅଂଶ ଘୋଡେଇ ହୋଇଯାଇଥାଏ। ଏଭଳି ସ୍ଥିତିରେ ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଆସୁଥିବା କିରଣକୁ ଚନ୍ଦ୍ର ଉପରେ ପଡିବାରେ ରୋକ ଲଗାଇଥାଏ। ଏହାପରେ ପୃଥିବୀର ସେହି ଅଂଶ ଗୁଡିକରେ ଚନ୍ଦ୍ରଗ୍ରହଣ ନଜର ଆସିଥାଏ।

ସମ୍ବନ୍ଧିତ ଖବର