କାହଁକି ବିରଳ ବ୍ଲଡଗ୍ରୁପର ନାମ ‘ବମ୍ବେ ବ୍ଲଡ଼୍ ଟାଇପ୍’ ରଖାଗଲା ?
କେବଳ ଭାରତରେ ନୁହେଁ ବରଂ ଦେଶ-ବିଦେଶରେ ବି ବିଭିନ୍ନ ପ୍ରକାରର ବ୍ଲଡ ଗ୍ରୁପ ପରିଲକ୍ଷିତ ହୋଇଥାଏ। ଅର୍ଥାତ୍ କେତେକ ଲୋକଙ୍କଠାରେ ଏଭଳି ରକ୍ତ ଥାଏ ଯାହା ଅନ୍ୟମାନଙ୍କର ରକ୍ତ ସହ ମିଶେ ନାହିଁ । ଫଳତଃ ଯେତେବେଳେ ଉକ୍ତ ବ୍ୟକ୍ତିଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼େ ସେତେବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଠିକ୍ ଏଭଳି ଏକ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୫୨ ମସିହାରେ ଜଣେ ରେଳବାଇ କର୍ମଚାରୀ ଶରୀରିକ ଆଘାତ ପାଇ ଚିକିତ୍ସିତ ହେବା ଲାଗି ସେଠ୍ ଗୋବର୍ଦ୍ଧନ ଦାସ ସୁନ୍ଦର ଦାସ ମେଡ଼ିକାଲ୍ କଲେଜକୁ ଗଲେ। ତାଙ୍କ ପାଇଁ ରକ୍ତ ଆବଶ୍ୟକ ହେଲା। ଡ଼ାକ୍ତରମାନେ ବିଭିନ୍ନ ଶ୍ରେଣୀର ରକ୍ତ ତାଙ୍କ ଦେହରେ ମ୍ୟାଚ୍ କରିବା ପାଇଁ ଚେଷ୍ଟା କରିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ କୌଣସି ବି ବ୍ଲଡ଼୍ ଗ୍ରୁପର ରକ୍ତ ତାଙ୍କ ଦେହର ରକ୍ତ ସହିତ ମିଶି ନଥିଲା। ପ୍ରାୟ ୧୬୦ ଜଣ ରକ୍ତଦାତାଙ୍କ ରକ୍ତ ନମୁନାକୁ ମ୍ୟାଚ୍ କରାଯିବା ପରେ ବି ଅଚଳାବସ୍ଥା ଜାରି ରହିଲା।
ଏହାପରେ ଡ଼ାକ୍ତର ଓ ରକ୍ତଦାତାଙ୍କ ମିଳିତ ପ୍ରୟାସରେ ଏଭଳି ଜଣେ ଲୋକଙ୍କୁ ଖୋଜି ବାହାର କରାଗଲା,ଯାହାଙ୍କ ରକ୍ତ କିନ୍ତୁ ପୀଡ଼ିତ ରେଳ କର୍ମଚାରୀଙ୍କ ରକ୍ତ ସହିତ ମିଶିଲା।ଉକ୍ତ ରକ୍ତଦାତାଙ୍କ ଘର ମୁମ୍ବାଇରେ। ଉକ୍ତ ବ୍ୟକ୍ତିଙ୍କର ରକ୍ତର ନମୁନା ଏକଦମ୍ ଭିନ୍ନ ଏବଂ ବିରଳ ଥିଲା। ସେହି ବ୍ଲଡ଼୍ ଗ୍ରୁପ୍କୁ ପ୍ରସିଦ୍ଧ ମହାନଗର ବମ୍ବେ ବା ମୁମ୍ବାଇ ନାମରେ ନାମିତ କରି ‘ବମ୍ବେ ବ୍ଲଡ଼୍ ଟାଇପ୍’ରଖାଗଲା।
ଏହାପରେ ଡ଼ାକ୍ତର ଓ ରକ୍ତଦାତାଙ୍କ ମିଳିତ ପ୍ରୟାସରେ ଏଭଳି ଜଣେ ଲୋକଙ୍କୁ ଖୋଜି ବାହାର କରାଗଲା,ଯାହାଙ୍କ ରକ୍ତ କିନ୍ତୁ ପୀଡ଼ିତ ରେଳ କର୍ମଚାରୀଙ୍କ ରକ୍ତ ସହିତ ମିଶିଲା।ଉକ୍ତ ରକ୍ତଦାତାଙ୍କ ଘର ମୁମ୍ବାଇରେ। ଉକ୍ତ ବ୍ୟକ୍ତିଙ୍କର ରକ୍ତର ନମୁନା ଏକଦମ୍ ଭିନ୍ନ ଏବଂ ବିରଳ ଥିଲା। ସେହି ବ୍ଲଡ଼୍ ଗ୍ରୁପ୍କୁ ପ୍ରସିଦ୍ଧ ମହାନଗର ବମ୍ବେ ବା ମୁମ୍ବାଇ ନାମରେ ନାମିତ କରି ‘ବମ୍ବେ ବ୍ଲଡ଼୍ ଟାଇପ୍’ରଖାଗଲା।
କରାଯାଇଥିବା ଏକ ଆକଳନରୁ ଜଣାଗଲା ଯେ,ବିଶ୍ୱର ଏକ ମିଲିଅନ୍ ଲୋକଙ୍କ ମଧ୍ୟରୁ ୪ ଜଣ ଲୋକଙ୍କ ଠାରେ ଏହି ବିରଳ ବ୍ଲଡ଼୍ ଗ୍ରୁପ୍ର ରକ୍ତ ରହିଛି। ବମ୍ବେରେ ପ୍ରତି ୧୦ ହଜାର ଲୋକଙ୍କ ଭିତରୁ ଜଣେ ଲୋକ ଏହି ବ୍ଲଡ଼୍ ଗ୍ରୁପ୍ର ରକ୍ତ ଆବଶ୍ୟକ କରୁଛନ୍ତି।
ପ୍ରାୟ ୫୦ ପ୍ରତିଶତ ରକ୍ତ ଆର ବି ସି ବା ଲୋହିତ ରକ୍ତ କଣିକାରୁ ପ୍ରସ୍ତୁତ ଓ ୧ ପ୍ରତିଶତ ଡ଼ବ୍ଲ୍ୟୁ ବିସି ରୁ ପ୍ରସ୍ତୁତ ଓ ଅବଶିଷ୍ଟ ପ୍ଲାଜମାରୁ ପ୍ରସ୍ତୁତ ହୋଇଥାଏ।
ଭାରତରେ ବ୍ଲଡ଼୍ ଗ୍ରୁପ୍ ସଂପର୍କୀତ ପରୀକ୍ଷାରେ ସମସ୍ୟା ରହିଥିବା କୁହାଯାଉଛି।ବମ୍ବେ ବ୍ଲଡ଼୍ ଗ୍ରୁପ୍ରେ ‘ଏ ’କିମ୍ବା ‘ବି’ରନମୁନା ନାହିଁ , ଯେଉଁଥିପାଇଁ ଏହାକୁ ‘ଓ’ ବ୍ଲଡ଼୍ ବୋଲି କୁହାଯାଏ । ତେବେ ତୃଟିପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ଯୋଗୁଁ ିବଭିନ୍ନ ପ୍ରକାରର ଜଟିଳ ସମସ୍ୟା ଦେଖା ଦେଇଥାଏ। ଏପରିକି ଏଥିପାଇଁ ମୃତ୍ୟୁ ବି ଘଟିପାରେ ବୋଲି କୁହାଯାଏ।ବର୍ତ୍ତମାନ ଭାରତରେ ଦୁଇଟି ବିରଳ ବ୍ଲଡ଼୍ ଗ୍ରୁପ୍ ଥିବା କୁହାଯାଉଛି। ଏଥିମଧ୍ୟରୁ ଗୋଟିଏ ହେଲା ବମ୍ବେ ବ୍ଲଡ଼୍ ଓ ଅନ୍ୟଟି ହେଲା ଏଚ୍ ଏଚ୍ ବ୍ଲଡ଼୍ ଗ୍ରୁପ୍।
ଯଦି ଆପଣ ବମ୍ବେ ବ୍ଲଡ଼୍ ଗ୍ରୁପ୍ର ରକ୍ତ ଆବଶ୍ୟକ କରନ୍ତି,ତେବେ ବେଙ୍ଗଲୁରୁ ସ୍ଥିତ ସଂକଳ୍ପ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ କେତେକ ସୂଚନା ଦିଆଯାଉଛି। ତାହା ହେଲା-ପ୍ରଥମେ ଏଥିପାଇଁ କୌଣସି ଆଗ ଧାଡ଼ିର ସମ୍ବାଦପତ୍ରରେ ଏ ସଂପର୍କୀତ ସୂଚନା ଦିଅନ୍ତୁ।ଏହା ଦ୍ୱାରା ବିଭିନ୍ନ ରକ୍ତଦାତା ସଂସ୍ଥାମାନେ ନିଜ ସହିତ ଜଡ଼ିତ ରକ୍ତଦାତାମାନଙ୍କ ମଧ୍ୟରୁ ଏହି ବିରଳ ବ୍ଲଡ଼୍ ଗ୍ରୁପ୍ ଥିବା ବ୍ୟକ୍ତଙ୍କୁ ଚିହ୍ନଟ କରାଯାଇ ରକ୍ତ ସଂଗ୍ରହ କରାଯାଇପାରେ।