ଏପରି ଏକ ଚର୍ଚ୍ଚ, ଯାହାକୁ ତିଆରି କରିବା ପାଇଁ ବ୍ୟବହାର ହୋଇଛି ପ୍ରାୟ ୪୦ ହଜାର ମାନବ କଙ୍କାଳ!

ମଣିଷ କଙ୍କାଳରେ ତିଆରି ହୋଇଛି ଏପରି ଏକ ଚର୍ଚ୍ଚ, ଯେଉଁଥିରେ ବ୍ୟବହାର ହୋଇଛି ପ୍ରାୟ ୪୦ ହଜାର ମାନବ କଙ୍କାଳ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଚର୍ଚ୍ଚ ରହିଛି ଚେକ ଗଣରାଜ୍ୟରେ ଯାହା ପଥର ଓ ସିମେଣ୍ଟ ବଦଳରେ ମଣିଷ କଙ୍କାଳରେ ତିଆରି କରାଯାଇଛି। ଏହି ଚର୍ଚ୍ଚକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି ଏଠାରେ।

ବିଶ୍ୱରେ ଏହା ଗୋଟିଏ ଚର୍ଚ୍ଚ ନୁହେଁ ଏପରି ଅନେକ ଚର୍ଚ୍ଚ ରହିଛି ଯାହା ମଣିଷର ହାଡ କଙ୍କାଳରେ ତିଆରି କରାଯାଇଛି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୪୦ ହଜାର ଲୋକଙ୍କ ହାଡ କଙ୍କାଳ ବ୍ୟବହାର କରାଯାଇଛି। ଏଥି ସହିତ ଚର୍ଚ୍ଚକୁ ମଣିଷର ହାଡ କଙ୍କାଳ ଦ୍ୱାରା ମଧ୍ୟ ସୁସଜ୍ଜିତ କରାଯାଇଛି। ଚର୍ଚ୍ଚକୁ ସୁସଜ୍ଜିତ କରିବା ପାଇଁ ସର୍ବପ୍ରଥମେ ଶବ ପାଇଁ କବର ତିଆରି କରାଯାଇଥାଏ। ସେଥିରେ ଶବକୁ ରଖି ପୋତା ହୋଇଥାଏ। ଶବ ପୋତାଯିବାର କିଛି ବର୍ଷ ବିତିବା ପରେ ଶବର ହାଡ କଙ୍କାଳକୁ ବାହର କରାଯାଇ ଚର୍ଚ୍ଚର କାମରେ ବ୍ୟବହାର କରାଯାଇଥାଏ।

ସୂଚନା ମୁତାବକ, ଏହି କାହାଣୀ ତ୍ରୟୋଦଶ ଶତାବ୍ଦିରୁ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ସନ୍ଥ ହେନେରିଙ୍କୁ ଇଶାଇଙ୍କ ପବିତ୍ର ଭୂମି ଫିଲିସ୍ପିନ ପଠାଯାଇଥିଲା। କୁହାଯାଉଛି କି, ୧୨୭୮ରେ ଯେତେବେଳେ ହେନେରି ଫିଲିସ୍ପିନରୁ ପତ୍ୟାବର୍ତ୍ତନ କରିଥିଲେ ସେତେବେଳେ ସେ ତାଙ୍କ ସାଙ୍ଗରେ ସେଠାକାର ପବିତ୍ର ମାଟିରୁ କିଛି ସାଙ୍ଗରେ ଆଣିଥିଲେ। ଏହି ପବିତ୍ର ମାଟି ସେହି ସ୍ଥାନର ଥିଲା ଯେଉଁଠାରେ ଯୀଶୁଙ୍କୁ ଶୁଳିରେ ଚଢା ଯାଇଥିଲା। ସନ୍ଥ ଜଣକ ସେଠାରୁ ଆଣିଥିବା ମାଟିକୁ ଏକ ମଶାଣିରେ ପକାଇଦେଇଥିଲେ। ସେବେଠାରୁ ସେହି ସ୍ଥାନ ଲୋକମାନଙ୍କ ପାଇଁ ପ୍ରିୟ ସ୍ଥାନ ପାଲଟିଯାଇଛି। ପରେ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦିରେ ଚେକ ଗଣରାଜ୍ୟରେ ଏକ ବଡ ଆକାରର ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ହଜାର ହଜାର ସୈନ୍ୟ ପ୍ରାଣ ହରାଇଥିଲେ। ଏତେ ମାତ୍ରାରେ ଲୋକଙ୍କ ହୋଇଥିବା ମୃତ୍ୟୁ କାରଣରୁ ଶବ ପୋତିବା ପାଇଁ କେଉଁଠିବି ଟିକିଏ ସ୍ଥାନ ବଞ୍ଚିନଥିଲା। ତେଣୁ ସେଠାକାର ଲୋକ ଶବଗୁଡିକୁ ସନ୍ଥଙ୍କୁ ଦାନ କରିଦେଇଥିଲେ। ପରେ ସନ୍ଥ ବହୁ ବର୍ଷ ଶବ ଗୁଡିକୁ କବରରେ ରଖିଥିଲେ।

ବହୁବର୍ଷ ବିତିବା ପରେ ସେହି ଶବ ଗୁଡିକୁ କବରରୁ ବାହର କରି ୧୮୭୦ରେ ଚେକ ଗଣରାଜ୍ୟରେ ଏକ ଚର୍ଚ୍ଚ ତିଆରି କରିଦେଇଥିଲେ। ଏବେ ଏହାର ସୁନ୍ଦରତା ଲୋକମାନଙ୍କ ପାଖରେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ହଜାର ହଜାର ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଅନେକ ଦୂରଦୂରାନ୍ତରରୁ ଆସୁଛନ୍ତି। ଆଜିର ସମୟରେ ପ୍ରତିବର୍ଷ ପ୍ରାୟ ୨.୫ ଲକ୍ଷ ଲୋକ ଏହାକୁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି।

ସମ୍ବନ୍ଧିତ ଖବର