ଯଦି ଆପଣ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି, ତା’ହେଲେ ଅନୁଭବ କରୁଥିବେ କି ଫୋନ୍ କିଣିବାର କିଛି ମାସ ପରେ ଏହା ଟିକେ ସ୍ଲୋ ହୋଇଯାଉଛି। ଫୋନ୍କୁ ପୁଣି ସ୍ପିଡ୍ କରିବା କେବଳ ଏହି ୪ଟି ଜିନିଷ କରନ୍ତୁ….
Sambad is now on WhatsApp
Join and get latest news updates delivered to you via WhatsApp
ଫୋନ୍କୁ ଅପ୍ଡେଟ୍ କରନ୍ତୁ: ଫୋନ୍ରେ କୌଣସି ଅପ୍ଡେଟ୍ ଯଦି ପେଣ୍ଡିଙ୍ଗ୍ ଅଛି ତା’କୁ ପ୍ରଥମେ କରନ୍ତୁ। ସେଟିଙ୍ଗ୍କୁ ଯାଇ ସଫ୍ଟଓ୍ଵାର୍ ଅପ୍ଡେଟ୍ ମାଧ୍ୟମରୁ ଫୋନ୍କୁ ଅପ୍ଡେଟ୍ କରି ପାରିବେ।
ଲାଇଭ୍ ଓ୍ଵାଲ୍ପେପର୍ ବନ୍ଦ କରନ୍ତୁ: ଓ୍ଵାଲ୍ପେପର୍ ଫୋନ୍ରେ ଅଧବକ ସ୍ପେସ୍ ନେଇଥାଏ, ଏଥିପାଇଁ ଡିଭାଇସ୍ ସ୍ଲୋ ହୋଇଯାଏ। ଲାଇଭ୍ ଓ୍ଵାଲ୍ପେପର୍କୁ ହଟାଇ ଇମେଜ୍ ରଖନ୍ତୁ।
ଜଙ୍କ୍ ଫାଇଲ୍ସ୍କୁ ଡିଲିଟ୍ କରନ୍ତୁ: ଫୋନ୍ର ଜଙ୍କ୍ ଫାଇଲ୍ ଓ କେଚେ ଫାଇଲ୍ସ୍କୁ ସମୟ-ସମୟରେ ଡିଲିଟ୍ କରୁଥାନ୍ତୁ। କିଛି ଆପ୍ସ୍ ଦ୍ୱାରା ମଧ୍ୟ ଏହି କାର୍ଯ୍ୟ କରିହେବ।
ଡୁପ୍ଲିକେଟ୍ କଣ୍ଟେକ୍ଟ୍ସ୍କୁ ଡିଲିଟ୍ କରନ୍ତୁ: ଡିଭାଇସ୍ରେ ବହୁ ଡୁପ୍ଲିକେଟ୍ କଣ୍ଟେକ୍ଟ୍ସ୍ ଷ୍ଟୋର୍ ହୋଇଯାଇଥାଏ, ଏହାକୁ ଧ୍ୟାନ ସହକାରେ ଡିଲିଟ୍ କରୁଥାନ୍ତୁ।